ବଡ଼ ଖବର; ଅଗଷ୍ଟ ୧୫ରେ ଆସିବ ସୁଭଦ୍ରା ଯୋଜନା SOP, ଜଣାପଡ଼ିବ କିଏ ପାଇବେ...

ଅଗଷ୍ଟ ୧୫ ତାରିଖରେ ଆସିବ ସୁଭଦ୍ରା ଯୋଜନା SOP । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । 

Subhadra Yojana SOP

ବଡ଼ ଖବର । ଅଗଷ୍ଟ ୧୫ ତାରିଖରେ ଆସିବ ସୁଭଦ୍ରା ଯୋଜନା SOP । ଏନେଇ ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା । ଏଥିରେ କିଏ ପାଇବେ ଓ କିଏ ପାଇବେନି ତାର ସ୍ପଷ୍ଟ ଚିତ୍ର ରହିବ ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା  । ଏହାର ମୋଡାଲିଟି କଣ ରହିବ ଓ ଫର୍ମାଟ ବାବଦରେ ଜଣାପଡ଼ିବ । ତେଣୁ ମହିଳାଙ୍କୁ ଭ୍ରମିତ ନ ହେବାକୁ ଅପିଲ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ସୁଭଦ୍ରା ଯୋଜନା ରାଜ୍ୟରେ ଲାଗୁ ହେବ । 

 

ରାଜ୍ୟର ବିଜେପି ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ଆସନ୍ତା ସେପ୍ଟେମ୍ବର ୧୭ତାରିଖରୁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ନେଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରେ ହୋଇଥିବାରୁ ଉକ୍ତଦିନ ହିଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉକ୍ତଦିନ ଓଡ଼ିଶା ଆସି ଏହି ଯୋଜନାର ଲୋକାର୍ପଣ କରିବେ । ଉକ୍ତଦିନ ୫ଲକ୍ଷ ମହିଳାଙ୍କୁ ଏହି ଯୋଜନାର ଭାଉଚର ଯୋଗାଇ ଦିଆଯିବ । ରାଜ୍ୟ ସରକାର ନିଜର ୧୦୦ଦିନର କାର୍ଯ୍ୟକ୍ରମରେ ସୁଭ୍ରଦା ଯୋଜନା ଓ ଚାଷୀଙ୍କୁ ୩୧୦୦ଟଙ୍କାର ଏମଏସପି ଦେବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଥିଲେ ।

ସୂଚନଯୋଗ୍ୟ, ବିଜେପି ସରକାର ରାଜ୍ୟରେ ସୁଭଦ୍ରା ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ଦୁଇବର୍ଷ ପାଇଁ ୫୦ହଜାର ଟଙ୍କାର ଭାଉଚର ଯୋଗାଇ ଦେବେ । ଯାହାକୁ ମହିଳାମାନେ ନିଜର ଇଚ୍ଛା ଓ ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରିପାରିବେ ।