Advertisment

‘ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର, ୬ରେ ନିଆଯିବ ଚୂଡ଼ାନ୍ତ ନିଷ୍ପତ୍ତି'

ଏନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି।

ଅଦ୍ୟତନ ହୋଇଛି
Ratna Bhandar

Ratna Bhandar

Advertisment

ରତ୍ନ ଭଣ୍ଡାର ଖୋଲିବା ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଆଜି ସମ୍ବାଦିକ ସମ୍ମିଳନି କରି ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ । ଖୁବଶୀଘ୍ର ରତ୍ନଭଣ୍ଡାର ଖୋଲିବ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ । ସେ କହିଛନ୍ତି ଯେ, ୬ ତାରିଖ ବୈଠକରେ ରତ୍ନ ଭଣ୍ଡାର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ଏନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି । ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି।

Advertisment

ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଏହି କମିଟି ଗଠନ ହୋଇଛି । ଏହି କମିଟିର ପ୍ରଥମ ବୈଠକ ୬ ତାରିଖରେ ବସିବ । କେଉଁ ଭଳି କାର୍ଯ୍ୟ ଆଗକୁ ଯିବ ମୋଡାଲିଟି ପ୍ରସ୍ତୁତ କରିବେ । କେଉଁ ପ୍ରକ୍ରିୟାରେ ଗଣତି ହେବ, କେଉଁ ଏଜେନ୍ସି ସାମିଲ୍ ହେବେ ସେ ନିଷ୍ପତ୍ତି ମଧ୍ୟ ଏହି କମିଟି ନେବେ। ପ୍ରଥମ ବୈଠକ ୬ ତାରିଖରେ ବସିବା ପରେ ସେମାନେ ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ଏବେ ପ୍ରଶ୍ନ ରତ୍ନଭଣ୍ଡାର ଖୋଲିଲେ ଆଗ ମରାମତି ହେବ ନା ଆଗ ହେବ ଗଣତି ମଣତି ? ASI ମରାମତିର ମୋଡାଲିଟି କଣ ରହିବ, ଗଣତି ମଣତି ବି କିପରି ହେବ, କେବେଠୁ ଆରମ୍ଭ ହୋଇ କେବେ ସରିବ, ସେନେଇ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସି ପାରିନି। କେବଳ ସେତିକି ନୁହେଁ, ଇନଭେଣ୍ଟୋରି କମିଟିର ସଦସ୍ୟଙ୍କ କହିବା ଅନୁଯାୟୀ, ହଜିଯାଇଥିବା ଚାବି ବଦଳରେ ଡୁପ୍ଲିକେଟ୍ ଚାବି 2018 ମସିହାରୁ ମିଳିଥିଲେ ବି ଏଥିରେ ରତ୍ନଭଣ୍ଡାର ତାଲା ଖୋଲୁଛି କି ନାହିଁ ତାର ପରୀକ୍ଷା ହୋଇନାହିଁ। ତେଣୁ ତାହା ରତ୍ନଭଣ୍ଡାର ଚାବି କି ନୁହେଁ, ରତ୍ନଭଣ୍ଡାର ଚାବି ହୋଇ ନଥିଲେ ସେପରି ସ୍ଥଳେ ତାଲା କିଭଳି ଭଙ୍ଗାଯିବ ସେ ଉପରେ ବି ଜଗନ୍ନାଥପ୍ରେମୀଙ୍କ ନଜର ରହିଛି।

Advertisment

ସେହିପରି ଗଣତି ମଣତିର କାର୍ଯ୍ୟ କେବେ ଯାଏଁ ଚାଲିବ ତାର କିଛି ନିର୍ଦ୍ଦିଷ୍ଟତା ନଥିବାରୁ ଭିତର ଓ ବାହାର ରତ୍ନଭଣ୍ଡାରର ରତ୍ନକୁ ଅଲଗା ଅଲଗା ରଖି ଗଣତି ମଣତି ଉପରେ ବି ମତ ରଖିଛନ୍ତି ପରିଚାଳନା କମିଟି ସଦସ୍ୟ। ସେହିପରି ରତ୍ନଭଣ୍ଡାର ଚାବି କେମିତି ହଜିଲା ଏବଂ ପରେ କେମିତି ମିଳିଲା ତାର ବି ତଦନ୍ତ ପାଇଁ ଦାବି ଉଠିଛି।

ଏହା ପୂର୍ବରୁ ୧୯୭୮ ମସିହାରେ ଅର୍ଥାତ୍ 45 ବର୍ଷ ତଳେ ରତ୍ନ ଭଣ୍ଡାର ଖୋଲା ଯାଇ ଅଳଙ୍କାର ଗଣତି ହୋଇଥିଲା। ସେତେବେଳେ ଅର୍ଥାତ ୧୯୭୮ରେ ମେ ୧୩ରୁ ଜୁଲାଇ ୨୩ ଯାଏଁ ପ୍ରାୟ ୭୦ ଦିନ ଲାଗିଥିଲା । ଏବେ ନୂଆ ଟେକ୍ନୋଲୋଜି ଉପଯୋଗ କରାଯାଇ କେତେଦନିରେ ମରାମତି ସାଙ୍ଗକୁ ଗଣତି-ମଣତି ହେଉଛି, ତା ଉପରେ ନଜର ।

Advertisment

Srimandir Ratna Bhandar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ