Advertisment

Queue System:କଦର୍ଯ୍ୟ ସ୍ଥିତିରେ ମୂଲ୍ୟବାନ ଧାଡ଼ି ଦର୍ଶନ ସାମଗ୍ରୀ, ଶ୍ରୀମନ୍ଦିରରେ ପୁଣି ଧାଡ଼ି ଦର୍ଶନ ପ୍ରତିଶ୍ରୁତି

ତାରିଖ ପରେ ତାରିଖ, ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି, ସବୁ ଫେଲ୍। ସତେ ଯେମିତି ଅନିଶ୍ଚିତତା ଭିତରକୁ ଚାଲିଯାଇଛି ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା। ଭକ୍ତଙ୍କୁ ଯନ୍ତ୍ରଣାମୁକ୍ତ ଜଗା ଦର୍ଶନର ସୁବିଧା ଉଦ୍ଦେଶ୍ୟରେ ରାଜ୍ୟ ସରକାର କରିଥିବା ଏତେ ବଡ଼ ଯୋଜନା ଫସର ଫାଟିଗଲା କି ବୋଲି ପ୍ରଶ୍ନ ଭିତରେ ଆର ମାସ ୧୫ରେ ଏହାର ପ୍ରକ୍ରିୟା ଆରମ୍ଭ ନେଇ ଆଇନମନ୍ତ୍ରୀ ଦେଇଛନ୍ତି ପୁନଃ ପ୍ରତିଶ୍ରୁତି। ଯାହାକୁ ନେଇ ଭକ୍ତ ଓ ସେବକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

puri

puri

Advertisment

ପାଣି ଖାଉଛି ରାମ୍ପ, ସ୍ଲୋପ୍ । କଦର୍ଯ୍ୟ ସ୍ଥିତିରେ ଦେଢ଼ କୋଟିର ମୂଲ୍ୟବାନ ଧାଡ଼ି ଦର୍ଶନ ସାମଗ୍ରୀ । ୮ମାସ ହେଲା ଭୁବନେଶ୍ବରରେ ପଡ଼ିଛି, କେବେ ପୁରୀ ଯିବ କେହି କହିପାରୁ ନାହାନ୍ତି । ଗତ ଡିସେମ୍ବର ମାସରେ ଶ୍ରୀମନ୍ଦିରକୁ ଧାଡ଼ି ଦର୍ଶନ ପାଇଁ ପଠାଯିବାକୁ ଥିବା ଏସବୁ ରାମ୍ପ ଓ ସ୍ଲୋପ୍ ଯେଉଁ ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳର ଦିଲ୍ଲିପ କନଷ୍ଟ୍ରକସନ୍ ସଂସ୍ଥା ପାଖରେ ଚିକ୍ ଚିକ୍ କରୁଥିଲା, ଆଜି ସେଥିରେ ପରସ୍ତେ ପରସ୍ତେ ଧୂଳି ବସିଛି।

Advertisment

ଅହରହ ବର୍ଷା ପାଣି ବି ଖାଉଛି। ସଂସ୍ଥାର ମାଲିକଙ୍କ କହିବାନୁସାରେ- ବେଙ୍ଗଳୁରରୁ ବର୍ମା ଟିକ୍ ଆଣି ସେଥିରେ ସେ ଯୁଦ୍ଧକାଳୀନ ଭିତ୍ତିରେ ଧାଡ଼ିଦର୍ଶନ ପାଇଁ ସାମଗ୍ରୀ ନିର୍ମାଣ କରିଥିଲେ। ଡିସେମ୍ବର ୨୯ ସୁଦ୍ଧା ଏହା ଶ୍ରୀମନ୍ଦିର ଯିବାର ଥିଲା, କିନ୍ତୁ ହଠାତ୍ ସରକାର ଚୁପ୍ ହୋଇ ଯାଇଥିଲେ। ତେଣୁ ଗୋଦାମ ଭିତରେ ପଡ଼ିଛି, ଯେବେ ସରକାର ନେବାକୁ ଚାହିଁବେ- ୪ରୁ ୫ଦିନ ଭିତରେ ପୁଣି ପଲିସ୍ ଓ କଲର ଦିଆଯାଇ ପଠାଯିବ।...

ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ପରେ ଶ୍ରୀମନ୍ଦିର ୪ ଦ୍ବାର ଖୋଲି ଦେବା ସହ ବାହାରକାଠ ପାଖରୁ ଭକ୍ତଙ୍କୁ ଠେଲାପେଲା ମୁକ୍ତ ଧାଡ଼ି ଦର୍ଶନ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେହି ଅନୁସାରେ ରାମ୍ପ ଡାଇଗ୍ରାମ ବି ଦେଖାଇଥିଲେ। ଏପଟେ ଭୁବନେଶ୍ବରରେ ଧାଡ଼ି ଦର୍ଶନ ପାଇଁ ରାମ୍ପ ସ୍ଲୋପ୍ ନିର୍ମାଣ କାମ ବି ଜୋରସରରେ ଆଗେଇ ଚାଲିଥିଲା। ଯାହାକୁ ଦେଖି ଭକ୍ତ ଓ ସେବାୟତ ଖୁବ ଆଶ୍ବସ୍ତ ହୋଇଥିଲେ। ହେଲେ ସରକାରଙ୍କ ସେ ପ୍ରତିଶ୍ରୁତି ପାଣିର ଗାର ଭଳି ସ୍ଥିତିକୁ ଚାଲିଗଲା।

Advertisment

ପ୍ରଥମେ ଡିସେମ୍ବର ୨୦, ତାପରେ ଡିସେମ୍ବର ୨୭ ଓ ୨୮, ପୁଣି ନୂଆବର୍ଷ ଓ ଶେଷରେ ଜାନୁଆରୀ ୧୭ରୁ ୧୮ ଭିତରେ ଟ୍ରାଏଲ୍ ରନ୍ ସାରି ରାମ୍ପ ଦର୍ଶନ ଆରମ୍ଭ କରିବାକୁ ସରକାରଙ୍କ ଘୋଷଣା ପରେ ଘୋଷଣା ଯେମିତି ବାଟବଣା ହୋଇଗଲା। ଆଉ ଏବେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ହେବା ନେଇ ପୁଣି ପ୍ରତିଶ୍ରୁତି ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି- ଜଗମୋହନରେ ଥିବା ହୁଣ୍ଡି ହଟାଇବାକୁ ଶ୍ରୀମନ୍ଦିର ମ୍ୟାନେଜିଂ କମିଟିର ସୁପାରିଶ ଦରକାର, ତେଣୁ ଖୁବଶୀଘ୍ର ପରିଚାଳନା କମିଟି ଗଠନ ହେବ ଓ ପ୍ରଥମ ବୈଠକରେ ହିଁ କମିଟି ଏହି ସୁପାରିଶ କଲେ ତା ଉପରେ ମୁଖ୍ୟମନ୍ତ୍ରୀଙ୍କ ମୋହର ବାଜିବ। ସେପଟେ ଆଇନମନ୍ତ୍ରୀଙ୍କ ଏ ପୁନଃ ପ୍ରତିଶ୍ରୁତିକୁ ନେଇ ଭକ୍ତ ଓ ସେବକଙ୍କ ମଧ୍ୟରେ ପ୍ରକାଶ ପାଇଛି ମିଶ୍ର ପ୍ରତିକ୍ରିୟା।

Advertisment

ଏବେ ଦେଖିବାର କଥା ସେପଟେମ୍ବର ୧୫ ଭିତରେ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ପ୍ରକ୍ରିୟା ଆରମ୍ଭ ନେଇ ଆଇନମନ୍ତ୍ରୀଙ୍କ ପୁନଃ ପ୍ରତିଶ୍ରୁତି ଠିକ୍ ସମୟରେ କାର୍ଯ୍ୟକାରୀ ହେଉଛି ନା ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ଭଳି ଅବସ୍ଥା ହେଉଛି।...

Puri Puri Jaggannth Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ