Advertisment

ଚାଷ ଉଜାଡ଼ିଲା, ବାସ ବି ଭାଙ୍ଗିଲା...ବହୁ ବିପନ୍ନଙ୍କ ଜୀବିକା ବୁଡ଼ାଇ ଦେଲା ‘ଦାନା’ର କୋପ

ଆକଳନଠାରୁ ବାତ୍ୟା ଦାନା ସିନା ଟିକେ କମ୍ ପ୍ରଭାବ ଦେଖାଇଲା, କିନ୍ତୁ ପବନଠାରୁ ଅଧିକ କନ୍ଦାଇଛି ବର୍ଷା। ଜୀବନ ବଞ୍ଚି ଯାଇଥିଲେ ବି ଜୀବିକା ଉପରେ ପଡ଼ିଛି ଦାନାର ପ୍ରହାର। କାହିଁକି ନା ବାତ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଫସଲ।

ଅଦ୍ୟତନ ହୋଇଛି
undefined

Cyclone DANA

Advertisment

ପ୍ରକୋପ କମ୍ ସତ୍ତ୍ୱେ ବି ଦାରୁଣ ଦୁଃଖ ଦେଇଛି ଦାନା । ପବନଠାରୁ ଅଧିକ କଷ୍ଟ ଦେଇଛି ବର୍ଷା । ହଜାର ହଜାର ହେକ୍ଟର ଜମି ଜଳ ମଗ୍ନ । ଭାଙ୍ଗି ଦେଇଛି ଛପର ଆଉ ଆଜବେଷ୍ଟସ୍ ଘର । ଭଦ୍ରକ ଜିଲ୍ଲା ଧାମନଗର ଅଞ୍ଚଳର ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି । ଯାହାଫଳରେ ଧାନ ଜମିରେ ଲହରି ମାରୁଛି ବର୍ଷା ଜଳ । ନଗଦ ଫୁଲ ଧରିଥିବା ସୁନାର ଫସଲ ଶୋଇ ଯାଇଛି ବର୍ଷା ପାଣିରେ । ହେକ୍ଟର ହେକ୍ଟର ଧାନ ଫସଲକୁ ଏମିତି ବୁଡାଇ ରଖିଛି ବର୍ଷା ଜଳ ।

Advertisment

ଆଉ ଧାମରା ଉପକୂଳ ବାସୁଦେବପୁରରେ ଲୁଣା ପାଣି ମାଡ଼ି ଉଜୁଡ଼ି ଯାଇଛି ଧାନ ଫସଲ । ପରିବା କ୍ଷେତକୁ ଦେଖିଲେ ଆପଣ ବି ଅନୁଭବ କରିପାରିଥିବେ ମୁଣ୍ଡ ଝାଳ ତୁଣ୍ଡରେ ମାରି ସୁନାର ପରିବା ଫଳେଇଥିବା ଚାଷୀର ଅବସ୍ଥା । ବାରିପଦାରେ ବି ସମାନ ସ୍ଥିତି । ଧାନ ଫସଲ ଉଜାଡି ଦେଇଛି ବର୍ଷା ବିତ୍ପାତ । ଅଜୟ କୁମାରଙ୍କ ଏକର ଏକର ଗେଣ୍ଡୁ ଚାଷ ବି ଉଜାଡି ଦେବା ପରେ ଭାଙ୍ଗି ଯାଇଛି ତାଙ୍କ ଅଣ୍ଟା ।

ବାତ୍ୟା ପରର ଏ ଦୁର୍ଦ୍ଦଶାର ଚିତ୍ର ଚାନ୍ଦବାଲି ତେନ୍ତୁଳିଡିହି ଗ୍ରାମ ପଞ୍ଚାୟତ ମୂଳକାଇମା ଗାଁର । ଭାଙ୍ଗିଛି ଏକାଧିକ କଚ୍ଚାଘର। ଏବେ କିଛି ଘରେ ପଶି ରହିଛି ବର୍ଷା ପାଣି। ରୋଷେଇ ଠପ୍ । ଗଛ ପଡ଼ି ଆଜବେଷ୍ଟସ୍ ଘର ଭାଙ୍ଗିଥିବା ଏ ଦୃଶ୍ୟ ବାସୁଦେବପୁର ସୁଦର୍ଶନପୁର ଗାଁର । ବାତ୍ୟା ଆଶ୍ରୟସ୍ଥଳୀରୁ ସକାଳୁ ଘରକୁ ଆସି ଦେଖିଲା ବେଳକୁ ଗଛ ପଡ଼ି ଚୁରମାର ହୋଇଯାଇଛି ଘର।

Advertisment

ଏପଟେ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି ସରକାର । ଆଜି କୃଷି ଭବନ ଠାରେ ବସିଥିବା ବାତ୍ୟାଜନିତ ଫସଲ କ୍ଷତି ସମୀକ୍ଷା ବୈଠକରେ ୭ ଦିନ ଭିତରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ଜିଲ୍ଲା କୃଷି ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ । ତେବେ ପ୍ରାଥମିକ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ୭୯ ହଜାର ୬୭୧ ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । ଭଦ୍ରକରେ ସର୍ବାଧିକ ୨୪ ହଜାର ୧୧୫ ହେକ୍ଟର, କେନ୍ଦ୍ରାପଡ଼ାରେ ୨୩ ହଜାର ହେକ୍ଟର, ବାଲେଶ୍ୱରରେ ୩୧୪୦ ହେକ୍ଟର ଜମି କ୍ଷୟକ୍ଷତି ହୋଇଛି । ଅପରପକ୍ଷରେ ଭୁଲ ରିପୋର୍ଟ ନଦେବା ପାଇଁ ଅଧିକାରୀଙ୍କୁ ସତର୍କ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ବି ଦିଆଯାଇଛି। ରାଜସ୍ୱ ମନ୍ତ୍ରୀ କହିଛନ୍ତି ୭ ଦିନ ଭିତରେ ଘରଭଙ୍ଗା ରିପୋର୍ଟ ଆସିବା ପରେ ଖୁବଶୀଘ୍ର କ୍ଷତିପୂରଣ ଦିଆଯିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁଣି ଥିରେ ଏସ୍ଆରସି କାର୍ଯ୍ୟାଳୟ ଯାଇ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଆସନ୍ତାକାଲି ସେ ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବେ। ସେପଟେ କ୍ଷୟକ୍ଷତି ଆକଳନ ନେଇ ଖୁବଶୀଘ୍ର କେନ୍ଦ୍ରୀୟ ଟିମ୍ ମଧ୍ୟ ରାଜ୍ୟ ଗସ୍ତରେ ଆସିବେ ।

Advertisment

Damage To Crops Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ