Advertisment

ସାହସୀ ଆଶାକର୍ମୀ ଶିବାନୀ ମଣ୍ଡଳଙ୍କୁ ଚାରିଆଡ଼ୁ ପ୍ରଶଂସା

ଶିବାନୀଙ୍କ ସହ ଫୋନରେ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସାହସିକତା ପାଇଁ ଶିବାନୀଙ୍କୁ ସାବାସୀ ଦେଲେ ମୁଖ୍ୟମନ୍ତ୍ରୀ ।

Sibani Mandal

Sibani Mandal

Advertisment

ବାତ୍ୟା ବେଳେ ଘର ପରିବାର କଥା ଭୁଲି କର୍ତ୍ତବ୍ୟ ପରୟଣତା, ମାନବିକତା ଓ ମହତପଣିଆ ଦେଖାଇଥିବା କେନ୍ଦ୍ରାପଡ଼ା ରାଜନଗର ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳଙ୍କୁ ଚାରିଆଡୁ ବାହାବା। ଶିବାନୀ ନିଜ କାନ୍ଧରେ ଅସହାୟ ବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ବୋହି ନେଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ପଖକୁ ଛୁଟିବାରେ ଲାଗିଛି ପ୍ରଶଂସାର ସୁଅ।

Advertisment

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜେ ଶିବାନୀଙ୍କ ସହ କଥା ହୋଇଛନ୍ତି। ୭ ବୟସ୍କ ଓ ୨ ପ୍ରସୂତୀଙ୍କୁ ମିଶାଇଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳୀ ନେଇଥିବା ଶିବାନୀଙ୍କୁ ଏହି ସାହସିକତା କାର୍ଯ୍ୟ ଲାଗି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଫୋନରେ କଥା ହେବା ବେଳେ ଶିବାନୀଙ୍କୁ ଘର ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

ସେହିଭଳି ଶିବାନୀଙ୍କ ମହତ କାର୍ଯ୍ୟ ଲାଗି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏବଂ ଜିଲ୍ଲା ପ୍ରଶାସନ ଶିବାନୀଙ୍କୁ ବଧାଇ ଜଣାଇ ତାଙ୍କ ଉଦ୍ଦେଶ୍ୟରେ ପ୍ରେରଣାଦାୟୀ ବାର୍ତ୍ତା ରଖିଛନ୍ତି। ଗତକାଲି ବାତ୍ୟା ଦାନାର ଲ୍ୟାଣ୍ଡଫଲ ପୂର୍ବରୁ ରାଜନଗର ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ ୯ ଜଣଙ୍କୁ କାନ୍ଧରେ ବୋହି ବାତ୍ୟା ଆଶ୍ରୟସ୍ଥଳୀକୁ ଆଣିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ