Advertisment

ବାତ୍ୟା କୋଳରେ ଥାଇ ପୃଥିବୀ ଦେଖିଲେ ନବଜାତ

ସାଇକ୍ଲୋନ ପ୍ରକୋପ ଭିତରେ ସୁରକ୍ଷିତ ଜନ୍ମ ନେଲେ ୧୬ ଶହ ଶିଶୁ । ୧୬ ଶହ ଶିଶୁଙ୍କ ଭିତରେ ଅଛନ୍ତି ୧୩ ଯାଁଳା ଶିଶୁ ।

undefined

Cyclone Baby

Advertisment

ମନରେ କେତେ ଖୁସି...କେତେ ସରାଗ...କିଏ କହୁଛନ୍ତି ପରିବାର ମୁହଁରେ ଦାନା ଦେବ କୁଳନନ୍ଦନ ତ ଆଉ କିଏ କହୁଛନ୍ତି ଦାନବୀର ହରିଶ୍ଚନ୍ଦ୍ର ସାଜିବ ନବଜାତକ। କାରଣ ସେମାନଙ୍କ ମଧ୍ୟରେ କାହା କୋଳକୁ ଲକ୍ଷ୍ମୀ ଆସିଛନ୍ତି ତ ଆଉ କାହା କୋଳରେ ପୁତ୍ର ସନ୍ତାନ। ବାହାରେ ବାତ୍ୟା ରଚୁଥିଲା ତାଣ୍ଡବ, ଆଉ ଏପଟେ ପ୍ରସବ ବେଦନା। ସେହି ଘଡ଼ିସନ୍ଧି ସମୟ ଭିତରେ ଦୁନିଆରେ ପାଦ ଥାପି ବାପା, ମା’ ଓ ପରିବାର ପାଇଁ ଆଣିଦେଲେ ସ୍ମରଣୀୟ ମୂହୁର୍ତ୍ତ।

Advertisment

ଭଦ୍ରକ ଚାନ୍ଦବାଲି ଅଞ୍ଚଳର ପ୍ରେମଲତା ସାମଲ। ଆଗରୁ୨ଟି ଝିଅର ମା’ ବନିଥିଲେ। ଆଉ ଏବେ ଦାନାର ପ୍ରକୋପ ଭିତରେ କୋଳକୁ ଆସିଛି ପୁତ୍ର ସନ୍ତାନ। ତାଙ୍କର ଖୁସି ଏବେ କହିଲେ ନସରେ। ତେଣୁ ପୁଅ ନାଁ ଦାନବ୍ ରଖିବେ ବୋଲି ଚିନ୍ତା କରିଛନ୍ତି।

କେବଳ ପ୍ରେମଲତା କାହିଁକି, ବାତ୍ୟା ପ୍ରକୋପ ବେଳେ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ୩୫ ଆସନ୍ନ ପ୍ରସବାଙ୍କ ମଧ୍ୟରୁ ଚରଦିଆ ଗାଁର ଲିଜାରାଣୀ ମାଝୀ ମଧ୍ୟ ପ୍ରଥମ ଗର୍ଭରେ ପୁତ୍ରସନ୍ତାନ ଲାଭକରି ବାତ୍ୟାକୁ ସ୍ମରଣୀୟ କରିବାକୁ ଚାହିଁଛନ୍ତି। ତେଣୁ ସେ ବି ପୁଅ ନାଁ ଦାନବ୍ ରଖିବାକୁ ଚାହିଁଛନ୍ତି। ସେହିଭଳି ପାଣିଝରିଆ ଗାଁର ହେମଲତା ନାଥ ବି ନବଜାତ ଶିଶୁପୁତ୍ରର ନାଁ ଦାନବୀର ହରିଶ୍ଚନ୍ଦ୍ର ରଖିଛନ୍ତି। କହିଛନ୍ତି, ସେ ବଡ଼ ହେଲେ ବାପା, ମାଙ୍କୁ ଦାନା ଦେବ।

Advertisment

ବାତ୍ୟାରେ ରାଜ୍ୟ ସରକାରଙ୍କ ମିଶନ ଜିରୋ କାଜୁଆଲଟି ମଧ୍ୟରେ ପ୍ରାଥମିକତା ଦିଆଯାଇଥିଲା ଶିଶୁ, ବୟସ୍କ ଏବଂ ଗର୍ଭବତୀ ତଥା ଆସନ୍ନ ପ୍ରସବାଙ୍କୁ। ଏଭଳି ଭାବେ ବାତ୍ୟା ଆଁରେ ଥିବା ଜିଲ୍ଲାଗୁଡ଼ିକର ଗାଁ ଗାଁ ରୁ ଆଣି ମା’ଘର ଓ ମେଡିକାଲରେ ରଖାଯାଇଥିଲା ୬ ହଜାର ଗର୍ଭବତୀଙ୍କୁ। ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ଉତ୍ତମ ଚିକିତ୍ସା ବ୍ୟବସ୍ଥାରେ ଜନ୍ମ ନେଇଛନ୍ତି ୧୩ ଯାଆଁଳା ଶିଶୁଙ୍କ ସମେତ ମୋଟ୍ ୧୬ ଶହ ସନ୍ତାନ ।

ନବଜାତକଙ୍କ ନାମକରଣ ଯାହା ବି ହେଉ, ବାପା ମା’ ଓ ପରିବାର ପାଇଁ ବାତ୍ୟା ଦାନାକୁ ସ୍ମରଣୀୟ କରିଦେଇଛନ୍ତି ଏସବୁ କୁନି କୁନି ଶିଶୁ।

Advertisment

Cyclone Dana
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ