Astrospeak
  • Live TV
  • Read In English

ବାତ୍ୟା 'ଦାନା' କୋଳରେ ପୃଥିବୀ ଦେଖିଲା ନବଜାତ, ପରିବାର ଲୋକେ ଖୁସିରେ ନାଁ ରଖିଲେ 'ଦାନା'

ବାତ୍ୟା ‘ଦାନା’ ସମୟରେ ଭଦ୍ରକ ଧାମନଗର ବ୍ଲକ ରଇପୁର ପଞ୍ଚାୟତ କଣ୍ଟିକା ଗ୍ରାମର ଶୁଭ ମଲ୍ଲିକଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ପ୍ରସବ ପରେ ମେଡ଼ିକାଲ ପକ୍ଷରୁ ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

Cyclone Dana
Cyclone Dana

ବାତ୍ୟା 'ଦାନା' କୋଳରେ ପୃଥିବୀ ଦେଖିଲା ନବଜାତ । ରାଜ୍ୟରେ ଜନ୍ମ ନେଲେ ୧୬ ଶହ ଶିଶୁ । ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ମୋଟ ୪ ହଜାର ୪ ୨୧ ଆସନ୍ନ ପ୍ରସବାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୧୬୦୦ ମହିଳା ଗର୍ଭଦାନ କରି ସୁରକ୍ଷିତ ଅଛନ୍ତି । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

ସେପଟେ ବାତ୍ୟା ‘ଦାନା’ ସମୟରେ ଭଦ୍ରକ ଧାମନଗର ବ୍ଲକ ରଇପୁର ପଞ୍ଚାୟତ କଣ୍ଟିକା ଗ୍ରାମର ଶୁଭ ମଲ୍ଲିକଙ୍କ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି । ପ୍ରସବ ପରେ ମେଡ଼ିକାଲ ପକ୍ଷରୁ ଉଭୟ ମା' ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଡେଲିଭରି ପାଇଁ ଆଗୁଆ ଧୂଷୁରୀ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ମହିଳା । ଗର୍ଭବତୀ ମହିଳା ଜଣକ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ପରିବାର ଲୋକେ ବହୁତ ଖୁସି ଅଛନ୍ତି । ପୁଅ ବଡ଼ ହେଲେ ବାପା ମାଙ୍କ ମୁହଁରେ ଦାନା ଦେବ। ସେଥିପାଇଁ ପରିବାର ଲୋକେ ପିଲାର ନାଁ 'ଦାନା' ରଖିବେ ବୋଲି କହିଛନ୍ତି ।