cuttack
ପାର୍ବଣ ବେଳେ ବଡ଼ ଅଘଟଣରୁ ବର୍ତ୍ତିଗଲା କଟକ ଷ୍ଟେସନ। ଆକସ୍ମିକ ଦୁର୍ଘଟଣା ସତ୍ତ୍ବେ ଟଳିଗଲା ବିରାଟ ବିପଦ। ଜନଗହଳିପୂର୍ଣ୍ଣ କଟକ ରେଳ ଷ୍ଟେସନରେ ଭୁଶୁଡ଼ି ପଡ଼ିଛି ଏକ ଯାତ୍ରୀ ବିଶ୍ରାମଗାରର ଛାତ। ସମୟ ଅପରାହ୍ଣ ପ୍ରାୟ ୩ଟା ୪୫। କଟକ ରେଳ ଷ୍ଟେସନର ଏଇ ୧ ନମ୍ବର ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍। ତେବେ ସୌଭାଗ୍ୟବଶତଃ ବନ୍ଦେ ଭାରତ ଛାଡ଼ିମାର ମାତ୍ର କେଇ ମିନିଟ୍ ପରେ ହିଁ ଟ୍ରାକ୍ ଉପରେ ତାସ ଘର ଭଳି ଭୁଶୁଡ଼ି ପଡ଼ିଥିଲା ଏଇ ପୁରୁଣା ଲୁହା ଛାତ।
ପ୍ରାୟ ୩୦ରୁ ୪୦ ମିଟର ଲମ୍ବର ବିଶାଳ ଲୁହା ଫ୍ରେମ୍ ଉପରେ ଛିଡ଼ା ହୋଇଥିବା ଆଲୁମ୍ୟୁନିୟମ ସେଡ୍ ସହ କିଛି କାନ୍ଥ ବି ଭୁଶୁଡ଼ି ପଡ଼ିଥିଲା। ଆଉ ଏ ଦୁର୍ଘଟଣା ପରେ କଟକ ଷ୍ଟେସନ୍ ପରିସରରେ ସୃଷ୍ଟି ହୋଇଥିଲା ଆତଙ୍କମୟ ପରିସ୍ଥିତି। ଆରମ୍ଭ ହୋଇଯାଇଥିଲା ଲୋକଙ୍କ ଧାଁ ଦୌଡ଼, ପାଟିତୁଣ୍ଡ, ଗହଳିଚହଳି ଓ ରେସ୍କ୍ୟୁ ଅପରେସନ୍ ପାଇଁ ଚିତ୍କାର।...
ଛାତ ଭୁଶୁଡ଼ି ପଡ଼ିବା ପରେ ଏହାର କିଛି ଅଂଶ ଟ୍ରାକ୍ ଉପରେ ପଡ଼ିବାରୁ ଉଭୟ ୧ ଓ ୨ ନମ୍ବର ପ୍ଲାଟଫର୍ମରେ କିଛି ଘଣ୍ଟା ପାଇଁ ବନ୍ଦ୍ ରହିଥିଲା ରେଳ ଚଳାଚଳ। ଏପଟେ ରେଲୱେ ପୋଲିସ ଫୋର୍ସ, ସ୍ଥାନୀୟ ପ୍ରଶାସନ, ପୋଲିସ ଓ ଦମକଳ ବାହିନୀ ପକ୍ଷରୁ ଯୁଦ୍ଧ କାଳୀନ ଭିତ୍ତିରେ ଆରମ୍ଭ ହୋଇଥିଲା ରେସ୍କ୍ୟୁ ଅପରେସନ। ପରେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲା ଏନଡିଆରଏଫ୍ ଟିମ୍।
ପ୍ରଥମେ ତୁରନ୍ତ ଟ୍ରାକ୍ ଉପରୁ ଭଗ୍ନାବଶେଷ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଗ୍ୟାସ୍ କଟର, ଜେସିବି, ଏକ୍ସାଭେଟର୍ ଓ କ୍ରେନ୍ ସହାୟତାରେ ଭଗ୍ନାବଶେଷ ହଟାଇବା କାମରେ ଲାଗିଥିଲେ ୧୦୦ରୁ ଅଧିକ କର୍ମଚାରୀ। ପ୍ରାୟ ୨ ଘଣ୍ଟାର ଅପରେସନ୍ ପରେ ପ୍ରଥମେ ରେଳଧାରଣା ଉପରୁ ହଟିଥିଲା ଭୁଶୁଡ଼ା ଛାତର ଭଗ୍ନାବଶେଷ। ତା ପରେ ଏହି ଟ୍ରାକ୍ ଦେଇ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା।...
ଆଜିର ଏ ଦୁର୍ଘଟଣା ପରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବର ମିଳିନଥିବା ସୂଚନା ଦେଇଛନ୍ତି ପୂର୍ବତଟ ରେଲୱେ କର୍ତ୍ତୃପକ୍ଷ। ଭୁଶୁଡ଼ି ପଡ଼ିଥିବା ଛାତଟି ଆଗକୁ ଭଙ୍ଗାଯିବାକୁ ଥିବାରୁ ଏଠାକୁ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ରୋକ୍ ଲାଗିଥିଲା। ସେହିଭଳି ନିର୍ମାଣଧୀନ ରେଳଷ୍ଟେସନରେ କୌଣସି ଶ୍ରମିକ ମଧ୍ୟ ନଥିଲେ ବୋଲି ଖୋର୍ଦ୍ଧା ରୋଡ୍ ଏଡିଆରଏମ୍ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ, ଚିନ୍ତାର ବିଷୟ, ଭୁଶୁଡ଼ି ପଡ଼ିଥିବା ଛାତଟି ୧ ଓ ୨ ନମ୍ବର ପ୍ଲାଟଫର୍ମକୁ ଲାଗିଥିବା ଟ୍ରାକ୍ ଉପରେ ପଡ଼ିଥିବାରୁ ଏହି ଟ୍ରାକ୍ ଉପରେ ଯଦି କୌଣସି ଟ୍ରେନ୍ ଛିଡ଼ା ହୋଇଥାନ୍ତା, ତେବେ କଣ ହୋଇଥାନ୍ତା ପରିସ୍ଥିତି ? ସେହିଭଳି ଏହି ସ୍ଥାନରେ ହିଁ ଛିଡ଼ା ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଦୁର୍ଘଟଣାର ପ୍ରାୟ ଅଧ ଘଣ୍ଟା ଆଗରୁ ସମାନ ଏଇଠି ଛିଡ଼ା ହୋଇଥିବା ସୂଚନା ଦେଇଛନ୍ତି ରେଲୱେ କର୍ତ୍ତୃପକ୍ଷ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/cuttack_1756312483.jpg)