Advertisment

୪ ମାସରେ ସରିବ କଟକ-ସମ୍ବଲପୁର ୫୫ ନମ୍ବର NH କାମ !

NHAI ଓଡ଼ିଶା ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହଙ୍କ ସୂଚନା । ଡିସେମ୍ବର ସୁଦ୍ଧା ସରିବ କଟକ-ସମ୍ବଲପୁର NH-55 କାମ ।

ଅଦ୍ୟତନ ହୋଇଛି
Cuttack Sambalpur NH 55 Will Be Completed In 4 Months

NH-55

Advertisment

ଡିସେମ୍ବର ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବ କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ କାମ। ପ୍ରାରମ୍ଭିକ ଭାବେ ଅକ୍ଟୋବର ୩୧ ସୁଦ୍ଧା ଅନୁଗୁଳରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ କାମ ଶେଷ ହେବ ବୋଲି କହିଛନ୍ତି NHAI ଓଡ଼ିଶା ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂହ। ସେ କହିଛନ୍ତି, ଏବେ ଏହି ସେକ୍ସନରେ ୪-୫ଟି ସ୍ଥାନରେ ନିର୍ମାଣ କାମ ଚାଲୁଛି, ଯାହାକି ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି।

Advertisment

ଅଧିକ ପଢନ୍ତୁ: ଖଣି ମନ୍ତ୍ରୀଙ୍କ ବଡ଼ ବୟାନ, ଓଡ଼ିଶାରେ ମିଳିଛି ସୁନା ଖଣିର ସନ୍ଧାନ

ସେହିପରି କଟକରୁ ଅନୁଗୁଳ ପର୍ଯ୍ୟନ୍ତ ରାଜପଥର କାମ ଶେଷ ହୋଇସାରିଛି। ଅଳ୍ପ କିଛି ସ୍ଥାନରେ ସେତୁ, ଆରଓବି ରେଳ ସେତୁ କାମ ଚାଲିଛି। ଡିସେମ୍ବର ୩୧ ସୁଦ୍ଧା ଏହି ଅଞ୍ଚଳର କାମ ମଧ୍ୟ ସମ୍ପୂର୍ଣ୍ଣ ହେବ। ସେପଟେ ଚଳିତ ଆର୍ଥିକ ବର୍ଷରେ କ୍ୟାପିଟାଲ ରିଜନ ରିଙ୍ଗ ରୋଡ୍ ନେଇ NHAI କାର୍ଯ୍ୟାଦେଶ ଜାରି କରିବ। ସାଢ଼େ ୬ ହଜାର କୋଟି ଟଙ୍କା ବ୍ୟୟରେ ଖୋର୍ଦ୍ଧାରୁ କଟକ ଟାଙ୍ଗୀ ପର୍ଯ୍ୟନ୍ତ ନିର୍ମାଣ ହେବ ୬ ଲେନ୍ ବିଶିଷ୍ଟ ଏହି ରିଙ୍ଗ୍ ରୋଡ୍।

ପ୍ରସ୍ତାବିତ ପ୍ରକଳ୍ପରେ ମୋହର ଲଗାଇବାକୁ ଚଳିତ ମାସ ଶେଷ ସୁଦ୍ଧା NHAIକୁ ପ୍ରସ୍ତାବ ପଠାଇବ ଭୁବନେଶ୍ବର ଆଞ୍ଚଳିକ କାର୍ଯ୍ୟାଳୟ । ଅନୁମୋଦନ ମିଳିବା ପରେ ମାର୍ଚ୍ଚ ସୁଦ୍ଧା କାର୍ଯ୍ୟାଦେଶ ଜାରି କରାଯାଇ ଟେଣ୍ଡର ଆହ୍ୱାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହାକୁ ମିଶାଇ ଚଳିତ ବର୍ଷ ରାଜ୍ୟରେ ମୋଟ ୬୫୦ କିଲୋମିଟର ଜାତୀୟ ରାଜପଥ କାମ ପାଇଁ କାର୍ଯ୍ୟାଦେଶ ଜାରି ହେବ ବୋଲି କହିଛନ୍ତି ବିରେନ୍ଦ୍ର ସିଂ ।

Advertisment
NHAI NH 55 NH
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ