Advertisment

ପାଣିରେ ପଡିଲା ଲକ୍ଷ ଲକ୍ଷ ଟଙ୍କାର ସୌନ୍ଦର୍ଯ୍ୟକରଣ !

ଦିନେ ସମସ୍ତଙ୍କର ମୁଖ୍ୟ ଆକର୍ଷଣ ସାଜିଥିଲା, ଆଉ ଆଜି ନିଜ ପରିଚୟ ଖୋଜି ହେଉଛି କଟକ ଇନ କଟକ ପାଭିଲିୟନ।

author-image
Sangram Keshori Behera
ଅଦ୍ୟତନ ହୋଇଛି
Cuttack in Cuttack Lies in Neglected Condition

Cuttack in Cuttack Lies in Neglected Condition

ଦିନେ ସମସ୍ତଙ୍କର ମୁଖ୍ୟ ଆକର୍ଷଣ ସାଜିଥିଲା, ଆଉ ଆଜି ନିଜ ପରିଚୟ ଖୋଜି ହେଉଛି କଟକ ଇନ କଟକ ପାଭିଲିୟନ । ଗତ ୨୦୨୨ ମସିହା ବାଲିଯାତ୍ରା ବେଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ସିଏମସି ପକ୍ଷରୁ ଏହାକୁ ନିର୍ମାଣ କରାଯାଇଥିଲା । କିନ୍ତୁ ବାଲିଯାତ୍ରା ସରିବା ପରେ ପଡ଼ିଗଲା ତାଲା, ବନ୍ଦ ହୋଇଗଲା ରକ୍ଷଣାବେକ୍ଷଣ କାମ। ଯାହାକୁ ନେଇ ଅସନ୍ତୋଷ ଦେଖା ଦେଇଛି ।  

Advertisment

ପାଣିରେ ପଡିଲା ଲକ୍ଷ ଲକ୍ଷ ଟଙ୍କାର ସୌନ୍ଦର୍ଯ୍ୟକରଣ । ୨୦୨୨ ବାଲିଯାତ୍ରାର ସାଜିଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ ଜରାଜୀର୍ଣ୍ଣ ଅବସ୍ଥାରେ କଟକ ଇନ୍ କଟକ ପାଭିଲିଅନ । ଏବେ ଲଟାବୁଦାରେ ଖୋଜୁଛି ନିଜର ପୂର୍ବ ସ୍ଥିତି । ଶୋଚନୀୟ ଅବସ୍ଥାରେ କଟକ ଇନ୍ କଟକ ପାଭିଲିଅନ। ସିମେଣ୍ଟ ଚୌକିଠୁ ନେଇ ଜିମ୍ ସାମଗ୍ରୀ, ପିଲାଙ୍କ ଦୋଳି ସବୁ ଭାଙ୍ଗିରୁଜି ପଡିଛି । ଦିନେ ନବବଧୂ ଭଳି ସଜେଇ ହୋଇ ଲୋକଙ୍କଠୁ ବାହାବା ସାଉଁଟିଥିବା ଏହି ସ୍ଥାନ ଆଜି ଶ୍ମଶାନପ୍ରାୟ। ରକ୍ଷଣାବେକ୍ଷଣ ଅଭାବରୁ ଚାରିଆଡେ ମାଡିଗଲାଣି ଲଟାବୁଦା । ସଂଧ୍ୟା ହେଲେ ପାଲଟୁଛି ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ।

ଗତ ୨୦୨୨ ମସିହାରେ ସିଏମସି ତରଫରୁ ଏହି ସ୍ଥାନଟି ପାଲଟିଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ। ହେଲେ ବାଲିଯାତ୍ରା ସରିବା ପରେ ବଦଳିଯାଇଛି ସଂପୂର୍ଣ୍ଣ ରୂପରେଖ। ମହାନଗର ନିଗମ ତରଫରୁ ବହୁ ଅର୍ଥ ବ୍ୟୟରେ ନିର୍ମାଣ ହୋଇଥିବା ଏହି ସ୍ଥାନଟିର ରକ୍ଷଣାବେକ୍ଷଣ ପାଇଁ ଦାବି କରିଛନ୍ତି 
କଟକ ବାସିନ୍ଦା।

Advertisment

କଟକ ସହରକୁ ନୂଆ ରୂପରେଖ ଦେବାକୁ ଯୋଜନା କରୁଥିବା ପ୍ରଶାସନ କିନ୍ତୁ କଟକ ଇନ କଟକ ପ୍ୟାଭିଲିଅନ ପାଇଁ ତତ୍ପରତା ଦେଖାଉନଥିବା ଅଭିଯୋଗ ହୋଇଛି। ତେଣେ ଏହାର ରକ୍ଷଣାବେକ୍ଷଣ ପାଇଁ ମାଷ୍ଟରପ୍ଲାନ ତିଆରି ହୋଇଥିବାବେଳେ ଆଲୋକୀକରଣ, ପାନୀୟଜଳ ବ୍ୟବସ୍ଥା ହେବ ବୋଲି କହିଛନ୍ତି ମେୟର। ମହାନଦୀରେ ୱାଟର ବୋଟିଂର ମଜା ବି ଉଠାଇପାରିବେ ଲୋକେ। ଏନେଇ ମହାନଗର ନିଗମ ପକ୍ଷରୁ ଏନଜିଟିକୁ ଆଉ ଏକ ଚିଠି ଲେଖା ହେବ ବୋଲି କହିଛନ୍ତି ମେୟର। 

Cuttack News
Advertisment
Advertisment