Advertisment

Stale Biryani: ପ୍ରଚାର କରୁଥିଲେ ୧ନଂ ବିରିୟାନୀ, ଦେଉଥିଲେ ବାସି ଖାଇବା, ଲଗାଉଥିଲେ ଚୂନ...

ଆପଣ ବାହାରେ ବିରିୟାନୀ ଖାଇବାକୁ ପସନ୍ଦ କରନ୍ତି କି ? ତେବେ ଟିକେ ସତର୍କ ହୋଇଯାଆନ୍ତୁ ଆଉ ଆପଣ ଖାଉଥିବା ଖାଦ୍ୟ କେତେ ସ୍ୱାସ୍ଥ୍ୟକର, ସେ ସମ୍ପର୍କରେ ଟିକେ ପରଖନ୍ତୁ।

ଅଦ୍ୟତନ ହୋଇଛି
Old and Stale Biryani Served in Restaurant

Old and Stale Biryani Served in Restaurant

Advertisment

୧ନଂ ଚିକେନ ବିରୟାନୀ କହି ପ୍ରଚାର କରୁଥିଲେ...ଗରମ ଗରମ ବିରୟାନୀ ସହ ଅଣ୍ଡା ଓ କଚମ୍ୱର ପରଷୁଥିଲେ...ଗ୍ରାହକଙ୍କୁ ପୁରୁଣା ଓ ବାସି ଖାଇବା ଦେଇ ଚୂନ ଲଗାଉଥିଲେ...

Advertisment

ଆପଣ ବାହାରେ ବିରିୟାନୀ ଖାଇବାକୁ ପସନ୍ଦ କରନ୍ତି କି ? ତେବେ ଟିକେ ସତର୍କ ହୋଇଯାଆନ୍ତୁ ଆଉ ଆପଣ ଖାଉଥିବା ଖାଦ୍ୟ କେତେ ସ୍ୱାସ୍ଥ୍ୟକର, ସେ ସମ୍ପର୍କରେ ଟିକେ ପରଖନ୍ତୁ। କାରଣ କିଛି ମୁନାଫାଖୋର ବ୍ୟବସାୟୀଙ୍କ ଟଙ୍କା ଲୋଭର ଆପଣ ଶିକାର ହୋଇପାରନ୍ତି। ଯେମିତି ଏକ ଘଟଣା ବୌଦ୍ଧରୁ ସାମ୍ନାକୁ ଆସିଛି। ସହରର ଏକ ନାମୀ ଦାମୀ ହୋଟେଲ ରାଜ ଭୋଗ ରୟାଲ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଗ୍ରାହକଙ୍କୁ ଚିକେନ ବିରିୟାନୀ ନାଁରେ ହୋଟେଲ ପରଷୁଥିଲା ବାସି ଓ ଦୁର୍ଗନ୍ଧ ଖାଦ୍ୟ ।

ଅଧିକ ପଢ଼ନ୍ତୁ : ହୃଦଘାତର ଆଗୁଆ ସୂଚନା ଦେଇଥାଏ ଏହି ୧୦ ଲକ୍ଷଣ, ଆଜି ହିଁ ହେଇଯାଆନ୍ତୁ ସତର୍କ

Advertisment

ସୂଚନା ମୁତାବକ, ଏହି ହୋଟେଲ ବିରିୟାନୀ ଖୁବ ପ୍ରସିଦ୍ଧ ଥିବାରୁ କିଛି ଗ୍ରାହକ ଏଠାକୁ ଖାଇବାକୁ ଆସିଥିଲେ। ଆଉ ତାଙ୍କ ଟେବୁଲରେ ପହଞ୍ଚିଥିଲା ବିରିୟାନୀ ପ୍ଲେଟ୍। ଯେଉଁଥିରେ ବିରିୟାନୀ ସହ କଚୁମ୍ୱର ଆଉ ଗୋଟିଏ ଅଣ୍ଡା ମଧ୍ୟ ଥିଲା। ହେଲେ ଗୋଟିଏ ପିସ୍ ଚିକେନ ପାଟିକୁ ନେଉ ନେଉ ଏହା ଗନ୍ଧାଉଥିଲା। ଏହାସହ ବିରିଆନିରେ ଥିବା ଅଣ୍ଡା ଓ କଚମ୍ୱର ମଧ୍ୟ ଖରାପ ହୋଇଯାଇଥିଲା। ୧୫୦ ଟଙ୍କା ନେଇଁ ଏପରି ଖାଦ୍ୟ ପରଷିଥିବାରୁ ଗ୍ରାହକ ହୋଟେଲ କର୍ମଚାରୀଙ୍କୁ ଅଭିଯୋଗ କରିଥିଲେ। ହେଲେ ସେମାନଙ୍କ ହେୟଜ୍ଞାନ କରିବାରୁ ସେମାନେ ଖାଦ୍ୟ ନିରାପତ୍ତା ବିଭାଗର ଦ୍ୱାରସ୍ଥ ହୋଇଛନ୍ତି ।

ସମସ୍ତ ଅଭିଯୋଗ ଶୁଣିବା ପରେ ଖାଦ୍ୟ ନିରାପତ୍ତା ଅଧିକାରୀ ହୋଟେଲର ଖାଦ୍ୟ ସାମ୍ପୁଲ ଗ୍ରହଣ କରି ଏହାକୁ ଟେଷ୍ଟିଂ ପାଇଁ ପଠାଇଛନ୍ତି। ସେହିପରି ଘଟଣାସ୍ଥଳରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପହଞ୍ଚି ହୋଟେଲ ବିରୁଧରେ ତଦନ୍ତ କରି ଦୋଷୀ ଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଫୁଟ୍ ସେଫ୍ଟି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ଏଠି ପ୍ରଶ୍ନ ଉଠୁଛି ହୋଟେଲରୁ ମାତ୍ର ୫ଶହ ମିଟର ଦୂରରେ ଫୁଡ ସେପ୍ଟି ଅଧିକାରୀଙ୍କ କାର୍ଯ୍ୟାଳୟ ଥାଇ ମଧ୍ୟ ସେ କିପରି ଏ ସମ୍ପର୍କରେ ଜାଣି ନଥିଲେ ? ନାଁ ଭିତିରି ବୁଝାମଣା ନୀତିରେ ସବୁ ଜାଣି ନିଦାବିଷ୍ଣୁ ସାଜିଥିଲେ ? ତେବେ ଏନେଇ ହୋଟେଲ ମାଲିକ ପ୍ରତିକ୍ରିୟା ମିଳିପାରି ନାହିଁ । 

ଅଧିକ ପଢ଼ନ୍ତୁ: ନାଁ ନନେଇ ବବିଙ୍କ ଉପରେ ବର୍ଷିଲେ ବ୍ୟାସନଗର ପୌରାଧ୍ୟକ୍ଷା; କହିଲେ...

Boudh Restaurant Customers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ