Astrospeak
  • Live TV
  • Read In English

Crime Surge in Rourkela: କ୍ରାଇମସିଟି ପାଲଟିଛି ଷ୍ଟିଲ ସିଟି ରାଉରକେଲା !

ଅଶାନ୍ତ ହୋଇପଡିଛି ସ୍ମାର୍ଟସିଟି ରାଉରକେଲା । ଗତ ଚାରି ଦିନରେ ଚାରି ଚାରିଟି ମୁଣ୍ଡ ଗଡାଇ ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଅପରାଧୀ ।

ଅଶାନ୍ତ ସ୍ମାର୍ଟସିଟି ରାଉରକେଲା ।
ଅଶାନ୍ତ ସ୍ମାର୍ଟସିଟି ରାଉରକେଲା ।

ଅଶାନ୍ତ ହୋଇପଡିଛି ସ୍ମାର୍ଟସିଟି ରାଉରକେଲା । ଗତ ଚାରି ଦିନରେ ଚାରି ଚାରିଟି ମୁଣ୍ଡ ଗଡାଇ ପୋଲିସକୁ ଖୋଲା ଚାଲେଞ୍ଜ ଦେଇଛନ୍ତି ଅପରାଧୀ । ସେହିପରି ଗତ ୪ ମାସରେ ଘଟିଥିବା ଏକାଧିକ ଫାଇରିଂ ଘଟଣାରେ ବି ପୋଲିସର ହାତ ଖାଲି । ସହରର ଅବସ୍ଥା ଏମିତି ହୋଇଛି , କଥା କଥାକେ ଫୁଟୁଛି ଗୁଳି, କାଟ ହେଉଛି ମୁଣ୍ଡ ।

କ୍ରମବର୍ଦ୍ଧିଷ୍ଣୁ ଅପରାଧ ପାଇଁ ପୋଲିସର ନିଷ୍କ୍ରିୟତାକୁ ଦାୟୀ କରିଛନ୍ତି ରାଉରକେଲା ବାସିନ୍ଦା । ଦିନ ହେଉ ଅବା ରାତି, ରାଉରକେଲାରେ ମାତିଛନ୍ତି ଅପରାଧୀ । ୪ ଦିନରେ ୪ଟି ମୁଣ୍ଡ ଗଡ଼ାଇ ପୋଲିସକୁ ଦେଇଛନ୍ତି ଖୋଲା ଚାଲେଞ୍ଜ । କେତେ ବେଳେ ପ୍ରେମ ପାଇଁ ତ ଆଉ କେତେବେଳେ ନିଶା ଏବଂ କେତେ ବେଳେ ପୂର୍ବ ଶତ୍ରୁତାରୁ ହୋଇଛି ଆକ୍ରମଣ ।

ଆଜି ରଘୁନାଥପାଲି ଥାନା ଏସଆଇଟି ଛକ ପାଖ ରେଲୱେ ଓଭରବ୍ରିଜ ପାଖରେ ଅମ୍ରିତ ମହାକୁଡଙ୍କୁ ହତ୍ୟା କରାଯାଇଛି । ନିଜ ସାଙ୍ଗ ହିଁ ଅମିତଙ୍କ ବେକ କାଟି ହତ୍ୟା କରିଛି । ୧୨ ଏପ୍ରିଲ ଉଦିତନଗର ଥାନା ଅଞ୍ଚଳର ମାଲଗୋଦାମର ଅଞ୍ଚଳରେ ମଧ୍ୟ ଭୋଳା ସିଂ ନାମକ ଯୁବକଙ୍କୁ ହୋଇଛି ମର୍ଡର । ଏଠି ବି ନିଜ ବନ୍ଧୁ ସାଜିଛି ବଇରୀ ।

ଅଧିକ ପଢ଼ନ୍ତୁ: ଅପରାଧୀଙ୍କୁ ସାବାଡ୍ ପାଇଁ ଓଡ଼ିଶା ପୋଲିସ୍ ଆପଣାଇଛି କି ୟୁପି ଫଣ୍ଡା ? 

ସାମାନ୍ୟ ବଚସା ପରେ ମଦ୍ୟପାନ କରି ଭୋଳାଙ୍କୁ ଏକ ପେଚକସରେ ଭୁଷି ହତ୍ୟା କରିଛି ସାଙ୍ଗ । ଏପ୍ରିଲ ୯ ତାରିଖରେ ପ୍ଲାଣ୍ଟ ସାଇଡ ଥାନା ଗାନ୍ଧୀରୋଡରେ ନିଶାଗସ୍ତ ଅବସ୍ଥାରେ ନିଜ ସାଙ୍ଗରେ ବେକ କାଟିଥିଲା ଜଣେ ଅଭିଯୁକ୍ତ । ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସେପଟେ ସେହି ୯ ତାରିଖରେ ପ୍ରେମ ବ୍ୟାପାରକୁ କେନ୍ଦ୍ରକରି ଛେଣ୍ଡ ଥାନା ଅଞ୍ଚଳରେ ମୁକେଶ କର ନାମକ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି କରିଥିଲେ ହତ୍ୟା ।

ଅପରପକ୍ଷେ ଅଧିକାଂଶ ମାମଲାରେ ପୋଲିସ ଏବେ ଅନ୍ଧାରରେ ରହିଛି । ଖାଲି ହତ୍ୟା କାହିଁକି, ଗତକିଛି ଦିନରେ ଘଟିଯାଇଥିବା ଏକାଧିକ ଫାୟାରିଙ୍ଗ କେସ ବି ବଢାଇଛି ପୋଲିସର ଚିନ୍ତା ।ଏପଟେ ରାଉରକେଲା ସହରରେ କ୍ରମବର୍ଦ୍ଧିଷ୍ଣୁ ଅପରାଧ ନେଇ ଚିନ୍ତାପ୍ରକଟ କରିଛି ଜିଲ୍ଲା କଂଗ୍ରେସ । କଂଗ୍ରେସ ଏସପିଙ୍କୁ ଭେଟି ପାଟ୍ରୋଲିଂ ବଢାଇବାକୁ ଦାବି କରିଛି । ତେବେ ଦେଖିବାକୁ ବାକି ରହିଲା କେବେ ଶାନ୍ତ ହେଉଛି ଅଶାନ୍ତ ରାଉରକେଲା ।

ଅଧିକ ପଢ଼ନ୍ତୁ: ମାଆ କୋଳରୁ ଶିଶୁ ପୁତ୍ରକୁ ଝାମ୍ପିନେଲେ, ଖୋଦ୍ ରାଜଧାନୀରେ