Advertisment

ବିପଦରେ ଶ୍ରୀମନ୍ଦିରର ସୁରକ୍ଷା କବଚ; ମେଘନାଦ ପାଚେରିର ଏକାଧିକ ସ୍ଥାନରେ ଫାଟ ଓ କଣା

ଅନବରତ ଝରୁଛି ପାଣି, ମାଡ଼ି ଗଲାଣି ଶିଉଳି । ସିଂହଦ୍ବାର ସମ୍ମୁଖସ୍ଥ ଲଙ୍ଗୁଳି ମଠ ଧୂନିକୁଣ୍ଡଠୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୬୦ ଫୁଟ୍ ଲମ୍ବରେ ମେଘନାଦ ପାଚେରିରେ ଏକାଧିକ ସ୍ଥାନରେ ଜଳ ଜଳ ଦିଶୁଛି ଫାଟ।

ଅଦ୍ୟତନ ହୋଇଛି
undefined

Meghanad Boundary Wall in Puri Srimandir

Advertisment

ଶ୍ରୀମନ୍ଦିର ମେଘନାଦ ପାଚେରି ଅସୁରକ୍ଷିତ। ଐତିହ୍ୟ ସଂପନ୍ନ ପାଚେରିର ଏକାଧିକ ସ୍ଥାନରୁ ଅନବରତ ଗଳୁଛି ପାଣି। ଯାହା ଦେଖି ବୁଦ୍ଧିଜୀବୀଙ୍କଠୁ ସେବାୟତ ପ୍ରଶାସନ ଓ ASIର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି । ତା’ସହ ପରିକ୍ରମା ପ୍ରକଳ୍ପ ନିର୍ମାଣ ସମୟରେ ବେପରୁଆ କାମ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ଆଣିଛନ୍ତି । ଆଇନ ମନ୍ତ୍ରୀ ବି ଏଥିପାଇଁ ପରୋକ୍ଷରେ ପୂର୍ବ ସରକାରକୁ ଦୋଷାରୋପ କରିଥିବା ବେଳେ ମେଘନାଦ ପାଚେରିର ଶୀଘ୍ର ମରାମତି ହୋଇଯିବା ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟ ପ୍ରଶାସକ।

Advertisment

ବିପଦରେ ଶ୍ରୀମନ୍ଦିର ସୁରକ୍ଷା କବଚ । ମେଘନାଦ ପାଚେରିର ଏକାଧିକ ସ୍ଥାନରେ ଫାଟ ଓ କଣା । ଅନବରତ ଝରୁଛି ପାଣି, ମାଡ଼ି ଗଲାଣି ଶିଉଳି । ସିଂହଦ୍ବାର ସମ୍ମୁଖସ୍ଥ ଲଙ୍ଗୁଳି ମଠ ଧୂନିକୁଣ୍ଡଠୁ ରାମଦୟା ପରିଷଦ ପର୍ଯ୍ୟନ୍ତ ପ୍ରାୟ ୬୦ ଫୁଟ୍ ଲମ୍ବରେ ମେଘନାଦ ପାଚେରିରେ ଏକାଧିକ ସ୍ଥାନରେ ଜଳ ଜଳ ଦିଶୁଛି ଫାଟ। ଅନେକ ସ୍ଥାନରେ କଣା ହୋଇ ଝରଣା ଭଳି ଅନର୍ଗଳ ଗଳୁଛି ପାଣି। ବର୍ଷା ହେଲେ ସ୍ଥିତି ଅଧିକ ସଂଗୀନ ହୋଇପଡୁଛି । ସବୁଠୁ ବେଶୀ ପାଣି ଗଳି ଗଳୁଛି ଆନନ୍ଦ ବଜାର କଡ଼ ପାଚେରିରେ । ହେଲେ ଶ୍ରୀମନ୍ଦିର ପ୍ରଶାସନ ହେଉ କି ପୁରୀ ଜିଲ୍ଲା ପ୍ରଶାସନ, ସମସ୍ତେ ଦେଖି ନଦେଖିଲା ସ୍ଥିତିରେ। 

ସେପଟେ ଐତିହ୍ୟ ସୁରକ୍ଷା ଦାୟିତ୍ବରେ ଥିବା ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା-ASI ବି ନିଦାବିଷ୍ଣୁ ସାଜିଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ସେବାୟତ, ବୁଦ୍ଧୀଜୀବୀ ଓ ମଠବାଡ଼ିର ସନ୍ନ୍ୟାସୀ। ଏମିତିକି ପରିକ୍ରମା ପ୍ରକଳ୍ପ ପାଇଁ ୭୫ ମିଟର ପରିଧିରେ ଉଚ୍ଛେଦ ବେଳେ ଜେସିବି ମାଡ଼ରେ ବାରମ୍ବାର ମେଘନାଦ ପାଚେରି ଆଘାତପ୍ରାପ୍ତ ହେବାରୁ ଏଭଳି ସ୍ଥିତି ଉପୁଜିଥିବା ସେମାନେ ଆରୋପ ଲଗାଇଛନ୍ତି।

Advertisment

ଶହ ଶହ ବର୍ଷ ଧରି ଯେଉଁ ମେଘନାଦ ପାଚେରୀ ଶ୍ରୀମନ୍ଦିରକୁ ସୁରକ୍ଷା ଦେଇ ଆସୁଛି, ସିଏ ବି ଅସୁରକ୍ଷିତ। ଏମିତିକି ଗତ ଜାନୁଆରୀ ୧୭ ତାରିଖରେ ଲୋକର୍ପିତ ହୋଇଥିବା ପରିକ୍ରମା ପ୍ରକଳ୍ପ ଫଳକ ପାଖରେ ବି ମେଘନାଦ ପାଚେରିରୁ ଅନବରତ ପାଣି ଗଳୁଛି। ଗଣମାଧ୍ୟମରେ ମେଘନାଦ ପାଚେରିର ଦୁର୍ବଳ ସ୍ଥାନର ତାଜା ଚିତ୍ର ପ୍ରସାରଣ ହେବା ପରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ସୃଷ୍ଟି ହୋଇଛି ହଇଚଇ। 

ତେଣେ ଆଜି ଯୁଦ୍ଧକାଳୀନ ଭିତ୍ତିରେ ପାଚେରିରେ ଲାଗିଥିବା ଶିଉଳି ଛଡ଼ା କାମ ବି ଆରମ୍ଭ ହୋଇଛି। ଆଇନ ମନ୍ତ୍ରୀ କହିଛନ୍ତି- ଅତୀତର କିଛି ଭୁଲ କାରଣରୁ ଭବିଷ୍ୟତର ଭୁଲ ହୁଏ। ଯାହା ଅସୁବିଧା ହୋଇଛି ତାର ତୁରନ୍ତ ମରାମତି କରାଯିବ। ସେହିପରି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି- ଜଗନ୍ନାଥ ମନ୍ଦିରର ସୁରକ୍ଷା ଓ ସ୍ଥାୟିତ୍ବ ଆମ ପ୍ରାଥମିକତା। ଏଏସଆଇ ଓ ଟେକ୍ନିକାଲ ଟିମ୍‌ଙ୍କୁ ଏ ସମ୍ପର୍କରେ ଜଣାଇ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ୱାର୍କ ସେକ୍ସନ ଅଧିକାରୀଙ୍କୁ ବି ସ୍ଥିତି ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ତଥ୍ୟ ଅନୁସାରେ ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ଐତିହ୍ୟ ସଂପନ୍ନ ମେଘନାଦ ପାଚେରି ନିର୍ମାଣ ହୋଇଥିଲା। ୨୦ ଫୁଟ ଉଚ୍ଚତା ଓ ଛଅ ଫୁଟ ମୋଟେଇ ବିଶିଷ୍ଟ ପାଚେରି ପ୍ରାୟ ୬ଶହ ବର୍ଷ ଧରି ଶ୍ରୀମନ୍ଦିରକୁ ସୁରକ୍ଷା ଦେଇ ଆସୁଛି।

Jagannath Temple Lord Jagannath Puri Srimandir Sri Jagannath Temple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ