Advertisment

Cracks in Lakshmivaraha Temple: ଶ୍ରୀଲକ୍ଷ୍ମୀବରାହ ମନ୍ଦିର ଦଧିନଉତିରେ ଫାଟ... ଚାରିପଟେ ଉଠିଲାଣି ଗଛ, ଉନ୍ନତିକରଣ ଅଧାପନ୍ତରିଆ

ଦେଢ଼ବର୍ଷ ତଳେ ପୂର୍ବ ସରକାର ସମୟରେ ମନ୍ଦିର ଚତୁପାର୍ଶ୍ୱର ଉନ୍ନତି କରଣ ପାଇଁ ୫କୋଟି ଟଙ୍କା ଅନୁଦାନ ଆସିଥିଲା। ହେଲେ ସେ କାମ ଏବେ ଅଧପନ୍ତରିଆ ପଡ଼ିରହିଛି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି। ଆଧ୍ୟାତ୍ମିକ କ୍ଷେତ୍ର ତଥା ଓଡ଼ିଶାର ଏହି ପ୍ରସିଦ୍ଧ ପୀଠର ଉନ୍ନତୀକରଣ ଓ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳୁନଥିବା ବେଳେ ମନ୍ଦିରରେ ଚରମ ଅବ୍ୟବସ୍ଥା ଅସନ୍ତୋଷର କାରଣ ହୋଇଛି।

ଅଦ୍ୟତନ ହୋଇଛି
ଶ୍ରୀଲକ୍ଷ୍ମୀବରାହ ମନ୍ଦିର

ଶ୍ରୀଲକ୍ଷ୍ମୀବରାହ ମନ୍ଦିର

Advertisment

ଅବ୍ୟବସ୍ଥା ଘେରରେ କେନ୍ଦ୍ରାପଡା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲକ୍ଷ୍ମୀବରାହ ଜୀଉଙ୍କ ପୀଠ। ୭୦୦ବର୍ଷ ପୂର୍ବେ ନିର୍ମିତ ହୋଇଥିବା ୭୮ଫୁଟ ଉଚ୍ଚର ପ୍ରଭୁ ଶ୍ରୀଲକ୍ଷ୍ମୀ ବରାହ ଜୀଉଙ୍କ ପୁରାତନ ମନ୍ଦିରଟି ରକ୍ଷଣାବେକ୍ଷଣ ଅଭାବ ଓ ବିଭାଗର ଚରମ ଉଦାସୀନତା ଯୋଗୁ ଏବେ ବିପର୍ଯ୍ୟସ୍ତ ହୋଇପଡିଛି। ଦୀର୍ଘଦିନ ହେବ ମନ୍ଦିରର ଦଧିନଉତିରେ ଫାଟ ସୃଷ୍ଟି ହୋଇଥିବା ବେଳେ ମନ୍ଦିର ଉପରେ ବର ଓ ଅଶ୍ଵତ୍‌ଥ ଗଛ ଉଠିବାରେ ଲାଗିଛି। କେବଳ ଏତିକି ନୁହେଁ ବର୍ଷା ହେଲେ ମନ୍ଦିର ସମ୍ମୁଖ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିରହୁଛି। ଏମିତି ମାଳମାଳ ଅବ୍ୟବସ୍ଥା ଭିତରେ ପ୍ରଭୁ ଲକ୍ଷ୍ମୀବାରାହ ଜୀଉଙ୍କ ପୀଠସ୍ଥଳି। ଆସନ୍ତୁ ଦେଖିବା ଆମର ଏହି ବିଶେଷ ରିପୋର୍ଟ।

Advertisment

ପ୍ରସିଦ୍ଧ ପୀଠରେ ଘୋର ଅବ୍ୟବସ୍ତା। କେଉଁଠି ମନ୍ଦିର ଉପରେ ଗଛ ଉଠି ଦଧିନଉତିରେ ଫାଟ ସୃଷ୍ଟି ହେଲାଣି ତ ପୁଣି ମନ୍ଦିର ସମ୍ମୁଖରେ ଆଣ୍ଠୁଏ ଆଣ୍ଠୁଏ ଉଚ୍ଚର ପାଣି ଜମିରହିଛି। ଆଉ କେଉଁଠି ଦୀର୍ଘଦିନ ହେବ ଷ୍ଟ୍ରୀଟ ଲାଇଟ୍ ଅଚଳ ହୋଇ ପଡିରହିଥିବା ବେଳେ ମନ୍ଦିରର ପୁଷ୍କରିଣୀ ପରିତ୍ୟକ୍ତ ଅବସ୍ଥାରେ। ଏଭଳି ଅବ୍ୟବସ୍ତା ଘେରରେ ରହିଛି କେନ୍ଦ୍ରାପଡା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀଲକ୍ଷ୍ମୀବରାହ ଜୀଉଙ୍କ ପୀଠ।

ଏଥି ସହ ମନ୍ଦିର ପରିସରରେ ଶ୍ରଦ୍ଧାଳୁମାନେ ଦୀପଲଗାଇବା ପାଇଁ ଷ୍ଟାଣ୍ଡଟିଏ ମଧ୍ୟ ନାହିଁ। ମନ୍ଦିର ଭିତର ଚଟାଣ କାମ ଅଧପନ୍ତରିଆ ହୋଇ ପଡିରହିଥିବାରୁ ବାରମ୍ବାର ଶ୍ରଦ୍ଧାଳୁ ମାନେ ଝୁଣ୍ଟି ପଡୁଛନ୍ତି। ମନ୍ଦିରରେ ପିଇବା ପାଣିର ମଧ୍ୟ ବ୍ୟବସ୍ଥା ନାହିଁ। ଏମିତି କି ମନ୍ଦିର ପରିସରକୁ ବୁଲାଗାଈ ଗୋରୁ ଅବାଧରେ ପ୍ରବେଶକରି ମଳତ୍ୟାଗ କରୁଛନ୍ତି। ବାରମ୍ବାର ଏସବୁ ସମସ୍ୟାର ସମାଧାନ ପାଇଁ ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନ ମନ୍ଦିର ପ୍ରତି ଅଣଦେଖା କରୁଥିବାର ଅଭିଯୋଗ କରିଛନ୍ତି ସେବାୟତ ଓ ବୁଦ୍ଧିଜୀବୀମାନେ।

Advertisment

ଦେଢ଼ବର୍ଷ ତଳେ ପୂର୍ବ ସରକାର ସମୟରେ ମନ୍ଦିର ଚତୁପାର୍ଶ୍ୱର ଉନ୍ନତି କରଣ ପାଇଁ ୫କୋଟି ଟଙ୍କା ଅନୁଦାନ ଆସିଥିଲା। ହେଲେ ସେ କାମ ଏବେ ଅଧପନ୍ତରିଆ ପଡ଼ିରହିଛି। ଯାହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି। ଆଧ୍ୟାତ୍ମିକ କ୍ଷେତ୍ର ତଥା ଓଡ଼ିଶାର ଏହି ପ୍ରସିଦ୍ଧ ପୀଠର ଉନ୍ନତୀକରଣ ଓ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳୁନଥିବା ବେଳେ ମନ୍ଦିରରେ ଚରମ ଅବ୍ୟବସ୍ଥା ଅସନ୍ତୋଷର କାରଣ ହୋଇଛି।

ଅନ୍ୟପଟେ ଦଧିନଉତିରେ ଦେଖାଦେଇଥିବା ଫାଟ ସମ୍ପର୍କରେ Arcology Department କୁ ଅବଗତ କରାଯିବ। ଅନ୍ୟ ଯେଉଁ ଅବ୍ୟବସ୍ଥା ରହିଛି ମନ୍ଦିର ଟ୍ରଷ୍ଟ ବୋର୍ଡ ରେ ରେଜୁଲେସନ କରାଯାଇ କାମ ହେବ ବୋଲି କହିଛନ୍ତି ଲକ୍ଷ୍ମୀ ବରାହ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ। ପ୍ରସିଦ୍ଧ ପୀଠର ଅବ୍ୟବସ୍ଥା ଦୂର କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।

Advertisment
Kendrapara On Pretext Of Development Religious Places
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ