Advertisment

Unpaid Dues Saga: ଗୋଟିଏ ଶଦ୍ଦ ପାଇଁ ହୋଇପାରିଲାନି ସଂପତ୍ତି ଆଟାଚମେଣ୍ଟ, କାମ ଦେଲାନି କୋର୍ଟ ଅର୍ଡର !

କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜଳସମ୍ପଦ ବିଭାଗର ସଂପତ୍ତି ଆଟାଚ୍ ପାଇଁ ଯାଇଥିବାବେଳେ ଅଧାରେ ଅଟକିଲା ପ୍ରକ୍ରିୟା। ଏକ ଶଦ୍ଦ ପାଇଁ ହୋଇପାରିଲାନି ସଂପତ୍ତି ଆଟାଚମେଣ୍ଟ, କାମ ଦେଲାନି କୋର୍ଟ ଅର୍ଡର।

ଅଦ୍ୟତନ ହୋଇଛି
Unpaid Dues Saga

Unpaid Dues Saga

Advertisment

ଠିକାକାମ ବାବଦ ବକେୟା ପ୍ରାପ୍ୟ ପ୍ରଦାନ କରାନଯିବା ଅଭିଯୋଗ ଘଟଣାରେ, ଆଜି ଦେଖିବାକୁ ମିଳିଛି ଏକ ରୋଚକ ଘଟଣା। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜଳସମ୍ପଦ ବିଭାଗର ସଂପତ୍ତି ଆଟାଚ୍ ପାଇଁ ଯାଇଥିବାବେଳେ ଅଧାରେ ଅଟକିଲା ପ୍ରକ୍ରିୟା। ଏକ ଶଦ୍ଦ ପାଇଁ ହୋଇପାରିଲାନି ସଂପତ୍ତି ଆଟାଚମେଣ୍ଟ, କାମ ଦେଲାନି କୋର୍ଟ ଅର୍ଡର।  ଫେରିଗଲେ କୋର୍ଟ ଓ ଠିକା ସଂସ୍ଥାର କର୍ମଚାରୀ। ତେଣେ ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀଙ୍କ ଅଫିସ୍ ଜାଣିଶୁଣି ଏପରି ଚଂଚକତା କରିଥିବା ଅଭିଯୋଗ କରିଛି ସଂପୃକ୍ତ ଠିକା ସଂସ୍ଥା।

Advertisment

ଗୋଟିଏ ଶଦ୍ଦ ପାଇଁ କାମ ଦେଲାନି କୋର୍ଟ ଅର୍ଡର ! ହୋଇପାରିଲାନି ସରକାରୀ ଅଫିସ୍‌ର ସଂପତ୍ତି ଆଟାଚ୍ । ସମ୍ବଲପୁର ବୁର୍ଲା ସ୍ଥିତ ଚିଫ୍ ଇଂଜିନିୟର ଏଣ୍ଡ ବେସିନ୍ ମ୍ୟାନେଜର, ମହାନଦୀ ବେସିନ୍ ଅଫିସ। ଯେଉଁଠି ଆଜି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସଂପତ୍ତି ଆଟାଚ୍ ପାଇଁ କୋର୍ଟ କର୍ମଚାରୀ, ଠିକା ସଂସ୍ଥାର ଆଇନଜୀବୀ ଯାଇଥିବାବେଳେ ଦେଖିବାକୁ ମିଳିଥିଲା ରୋଚକ ଦୃଶ୍ୟ। ଅଫିସରେ ପହଂଚିବା ପରେ ସଂପତ୍ତି ଆଟାଚ୍‌କୁ ବିରୋଧ କରିଥିଲେ ମୁଖ୍ୟ ଯନ୍ତ୍ରୀ। କୋର୍ଟ କାଗଜ ଅନୁସାରେ ଭୁଲ୍ ଅଫିସ୍‌କୁ ଆସିଥିବା କହିଥିଲେ ମୁଖ୍ୟ ଯନ୍ତ୍ରୀ। ଡକୁମେଣ୍ଟ ମୁତାବକ, ଏହା ଅପର୍ ମହାନଦୀ ବେସିନ୍, ବୁର୍ଲା ଅଫିସ ନୁହେଁ ବୋଲି ଯୁକ୍ତି ବାଢିଥିଲେ। 

ଅଧିକ ପଢ଼ନ୍ତୁ: ନରି ପଣ୍ଡାଙ୍କୁ ବୟକଟ୍...ଚିଠି ଲେଖି ଅନୁରୋଧ କଲେ ପିୟୁଷଙ୍କ ବାପା

ଡକୁମେଣ୍ଟକୁରେ ଅପର୍ ମହାନଦୀ ବେସିନ୍‌ର ସଂପତ୍ତି ଆଟାଚ୍ ପାଇଁ ଉଲ୍ଲେଖ ଅଛି। କେବଳ ଗୋଟିଏ ଶଦ୍ଦ ଅପର୍‌କୁ ନେଇ ୨ ଘଣ୍ଟା ଧରି କୋର୍ଟ କର୍ମଚାରୀ, ଠିକାସଂସ୍ଥାର ଓକିଲ ଓ ହୀରାକୁଦ ଡ୍ୟାମ ମୁଖ୍ୟ ଯନ୍ତ୍ରୀଙ୍କ ମଧ୍ୟରେ ଚାଲିଥିଲା ଯୁକ୍ତିତର୍କ। ତେଣେ ଠିକାସଂସ୍ଥା ଆଇନଜୀବୀଙ୍କ କହିବା କଥା, ପୂର୍ବରୁ ଅଫିସ୍ ର ନାଁ ଅପର୍ ମହାନଦୀ ବେସିନ୍ ଥିବାବେଳେ ଏବେ ଜାଣିଶୁଣି ଶଦ୍ଦଟିକୁ ଉଠେଇ ଦେଇଛନ୍ତି। ଯାହାଫଳରେ ସଂପତ୍ତି ଆଟାଚ୍ ହୋଇପାରିଲାନି। ଏହାସହିତ ଅଫିସର ଦାମୀ ଆସବାବପତ୍ର ବି ସ୍ଥାନାନ୍ତର କରାଯାଇଥିବା ଅଭିଯୋଗ ହୋଇଛି।

Advertisment

ଅଭିଯୋଗ ମୁତାବକ, ସମ୍ବଲପୁରର ଓରିଏଣ୍ଟ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ସଂସ୍ଥା ୨୦୦୦ ମସିହାରେ ଜଳସମ୍ପଦ ବିଭାଗର ନିର୍ମାଣ କାମ କରିଥିଲେ। ବକେୟା ପ୍ରାପ୍ୟ ଅଟକି ରହିଥିଲା। ଏନେଇ ୨୦୦୯ ମସିହାରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ସଂସ୍ଥା। ସେତେବେଳର ବକେୟା ପ୍ରାପ୍ୟ ସୁଧ ସହ ମିଶି ଏବେ ୧ କୋଟି ୮୮ ଲକ୍ଷ ଟଙ୍କା ହେଉଛି। ଗତମାସରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ, ହୀରାକୁଦ ଡ୍ୟାମ୍ ଚିଫ୍ ଇଂଜିନିୟର ଅଫିସ୍, ଅତିରିକ୍ତ ଚିଫ ଇଂଜିନିୟର ଅଫିସ ଓ ଜଳସେଚନ ବିଭାଗର ଯନ୍ତ୍ରୀ ଅଫିସ ର ଅସ୍ଥାବରସଂପତ୍ତି ଆଟାଚ୍ କରିବା ପାଇଁ। କିନ୍ତୁ ଆଜି ଆଟାଚମେଣ୍ଟ ପାଇଁ ଗଲାବେଳେ କେବଳ ଗୋଟିଏ ଶଦ୍ଦ ପାଇଁ ହଟହଟା ହୋଇଥିଲେ କୋର୍ଟ ଓ ଠିକା ସଂସ୍ଥା କର୍ମଚାରୀ।

ଅଧିକ ପଢ଼ନ୍ତୁ: ରାଜ୍ୟସଭାରେ ବି ପାସ୍ ୱାକଫ୍ ବିଲ୍, ସପକ୍ଷରେ ପଡିଲା ୧୨୮ ଭୋଟ୍

Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ