Advertisment

Covid Updates: ବଢୁଛି କୋଭିଡ୍ ପଜିଟିଭ୍ ସଂଖ୍ୟା : ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଲେ, ଓମିକ୍ରନ ଭାରିଆଣ୍ଟ

ରାଜ୍ୟରେ ଦୁଇ ଅଙ୍କ ଟପି ଯାଇଛି କୋଭିଡ ପଜିଟିଭ୍ ସଂଖ୍ୟା। ୩ ନୂଆ ରୋଗୀଙ୍କୁ ମିଶାଇ କରୋନା ରୋଗୀଙ୍କ ସଂଖ୍ୟା ୧୨ରେ ପହଞ୍ଚିଛିି । ଭୟଭୀତ ନହେବାକୁ ଲୋକଙ୍କୁ ଅପିଲ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ଅଦ୍ୟତନ ହୋଇଛି
Covid case

Covid case

Advertisment

ରାଜ୍ୟରେ ମାଡ଼ୁଛି କରୋନା। ବଢ଼ୁଛି ପଜିଟିଭ୍ ସଂଖ୍ୟା। ଦୁଇ ଅଙ୍କ ଟପି ଯାଇଛି ରୋଗୀ ସଂଖ୍ୟା। ରାଜ୍ୟରେ କୋଭିଡ୍ ଜଣଙ୍କର ଜୀବନ ନେଇଥିବା ଅଭିଯୋଗ ହୋଇଛି । ଗତ ମେ’ ୨୨ରେ ରାଜ୍ୟରେ ଚିହ୍ନଟ ହୋଇଥିଲା ଚଳିତ ସିଜିନର ପ୍ରଥମ କୋଭିଡ୍ ପଜିଟିଭ। ସପ୍ତାହକ ଭିତରେ ଏ ସଂଖ୍ୟା ପହଞ୍ଚିଥିଲା ୫ରେ । ଗତକାଲି ଆଉ ୪ କୋଭିଡ ପଜିଟିଭ ଚିହ୍ନଟ ହେବା ସହ ସଂଖ୍ୟା ୯ ଛୁଇଁଥିବାବେଳେ ଆଜି ପୁଣି ୩ ନୂଆ ରୋଗୀଙ୍କ ସହ କରୋନା ରୋଗୀଙ୍କ ସଂଖ୍ୟା ୧୨ରେ ପହଞ୍ଚିଛିି । ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, "ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ ଅଛି। ବର୍ତ୍ତମାନ ସୁଦ୍ଧା ଯେଉଁ ୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ସମସ୍ତେ ସୁସ୍ଥ ଅଛନ୍ତି । ହୋମ୍ କ୍ବାରେଣ୍ଟାଇନରେ ରହି ଚିକିତ୍ସିତ ହେଉଛନ୍ତି।" ତେଣୁ ଏହାକୁ ନେଇ ଭୟଭୀତ ନହେବାକୁ ଲୋକଙ୍କୁ ଅପିଲ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

Advertisment

ଖାଲି ସେତିକି ନୁହେଁ, ଗତକାଲି ରାଜ୍ୟରେ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ଆସୁଛି। କିଛି ଦିନ ତଳେ ଭୁବନେଶ୍ବରରୁ କୋଭିଡରେରେ  ଆକ୍ରାନ୍ତ ହୋଇଥିବା ଜଣେ ବୟସ୍କ ତଥା ବହୁବିଧ ରୋଗୀ ପଜିଟିଭ ଚିହ୍ନଟ ହେବାପରେ ଘରେ ରହି ଚିକିତ୍ସିତ ହେଉଥିଲେ। ତେବେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, କୋଭିଡ୍ ମୃତ୍ୟୁ ନେଇ ସରକାରୀ ଭାବେ କୌଣସି ରିପୋର୍ଟ ହସ୍ତଗତ ହୋଇନାହିଁ । ବିଭାଗର ଫିଲ୍ଡ ୟୁନିଟ୍ ଗୁଡ଼ିକ ଏନେଇ ଅନୁସନ୍ଧାନ ଜାରି ରଖିଛନ୍ତି। କୋଭିଡ୍ ସମେତ ଯେକୌଣସି ସଂକ୍ରାମକ ରୋଗୀଙ୍କୁ ନେଇ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲଗୁଡ଼ିକ ସ୍ବାସ୍ଥ୍ୟ ବିଭାଗକୁ ଠିକ୍ ସମୟରେ ସୂଚନା ଦିଅନ୍ତୁ। ଫଳରେ ଏହାକୁ ରୋକିବା ଦିଗରେ ସରକାର ଉଚିତ୍ ପଦକ୍ଷେପ ନେଇପାରିବେ। 

ଏସବୁ ଭିତରେ ସାରା ଦେଶରେ ଚିହ୍ନଟ ହେଲେଣି ୩ ହଜାର ୭୫୮ କୋଭିଡ୍ ପଜିଟିଭ୍। ଗତ ମେ’ ୨୨ରେ ଏ ସଂଖ୍ୟା ୩ ଶହ ଭିତରେ ସୀମିତ ଥିଲା। କେରଳରୁ ସର୍ବାଧିକ ୧୪୦୦ ରୋଗୀ ଚିହ୍ନଟ ହୋଇଥିବା ବେଳେ ଏହାପଛକୁ ମହାରାଷ୍ଟ୍ରରେ ୪୮୫, ଦିଲ୍ଲୀରେ ୪୩୬ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ୨୮ ଜଣଙ୍କ ମୃତ୍ୟୁ ହେଲାଣି। ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଏବେ ଦେଶରେ ଦେଖାଦେଉଥିବା କରୋନା ଭୂତାଣୁ ଓମିକ୍ରନ୍ ର ସବ୍ ଭାରିଆଣ୍ଟ । ଏହା ସଂକ୍ରାମକ ଅର୍ଥାତ୍ ଖୁବଶୀଘ୍ର ବ୍ୟାପିଯିବ, କିନ୍ତୁ ଘାତକ ହେବନାହିଁ । ବହୁବିଧ ରୋଗୀ, ବୟସ୍କ ବ୍ୟକ୍ତି ଓ ଗର୍ଭବତୀମାନେ କୋଭିଡ୍ ସତର୍କତା ପାଳନ କରିବା ଆବଶ୍ୟକ । କାଶ, ଥଣ୍ଡା ଥିବା ଲୋକଙ୍କଠୁ ଦୂରେଇ ରହିବା ଉଚିତ୍। 

Advertisment

ଅଧିକ ପଢନ୍ତୁ : ରାଜ୍ୟରେ ପ୍ରଥମ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ

COVID-19 Odisha Corona Update
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ