Advertisment

ମୟୂରଭଞ୍ଜ ମହାରାଜାଙ୍କ ସନ୍ଦେହଜନକ ମୃତ୍ୟୁର ଗବେଷଣା ଦରକାର କହିଲେ ଭର୍ତ୍ତୃହରି

ଯେଉଁମାନେ କଲେଜ ତିଆରି କରି ନାମ ଦେଇଥିଲେ, ତାକୁ କିଏ ବଦଳାଇଲା । ମୟୂରଭଞ୍ଜ ମହାରାଜାଙ୍କ ସନ୍ଦେହଜନକ ମୃତ୍ୟୁର ଗବେଷଣା ଦରକାର ।

Bhartruhari Mahatab On Ravenshaw

Bhartruhari Mahatab On Ravenshaw

Advertisment

ପୁଣି ତେଜିଲା ରେଭେନ୍ସା ବିବାଦ । ଭର୍ତ୍ତୃହରି କହିଲେ ‘ବଦଳିଯାଉ ନାଁ, ସରକାର ଏହାର ନିଷ୍ପତ୍ତି ନେବେ ।’ ସାହିତ୍ୟିକ ହରପ୍ରସାଦ କହିଲେ କପିଳେନ୍ଦ୍ର ଦେବଙ୍କ ନାଁରେ ନାମିତ ହେଉ ରେଭେନ୍ସା ବିଶ୍ୱବିଦ୍ୟାଳୟ ।

Advertisment

ଓଡ଼ିଶା ଗବେଷଣା କେନ୍ଦ୍ର ପକ୍ଷରୁ ଆୟୋଜିତ ଏକ ଆଲୋଚନା ଚକ୍ରରେ ରଭେନ୍ସା ନାଁ ବଦଳିବା ପ୍ରସଙ୍ଗ ଉଠିଥିଲା । ଏଥିରେ ଅନେକ ବିତର୍କ ହୋଇଥିଲା । ସାଂସଦ ଭର୍ତ୍ତୃହରିଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି, ସାହିତ୍ୟିକ ତଥା ଶିକ୍ଷାବିତ ଯୋଗଦେଇଥିଲେ । ନାଁ ବଦଳିବା ନେଇ ସମସ୍ତେ ନିଜ ନିଜର ମତ ରଖିଥିଲେ ।

ତେବେ ଏହାରି ଭିତରେ ଭର୍ତ୍ତୃହରି କହିଥିଲେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପାଇଁ ରେଭେନ୍ସା ହିଁ ଦାୟୀ । ତା’ସହ କହିଥିଲେ, ସ୍କୁଲ ଚଳାଇବାକୁ ଆଉ ୧୫ ଟଙ୍କାର ଗ୍ରାଣ୍ଟ ଆବଶ୍ୟକତା ଥିଲା। ତାଙ୍କୁ ଡାକି ସଭାର ସଭାପତିତ୍ୱ କରାଗଲା, ତାଙ୍କ ନାଁରେ ନାମିତ ହେଲା। ଯେଉଁମାନେ କଲେଜ ତିଆରି କରି ନାଁ ଦେଇଥିଲେ, ତାକୁ କିଏ ବଦଳାଇଲା। ଏହାସହ ମୟୂରଭଞ୍ଜ ମହାରାଜାଙ୍କ ସନ୍ଦେହଜନକ ମୃତ୍ୟୁର ଗବେଷଣା ଦରକାର ବୋଲି ମଧ୍ୟ କହିଥିଲେ ଭର୍ତ୍ତୃହରି। ଶେଷରେ ରେଭେନ୍ସା ନାଁ ବଦଳୁ ବୋଲି ନିଜର ମତ ରଖିବା ସହ, ସେ କହିଥିଲେ ଯାହା ବି ହେବ ସରକାର ନିଷ୍ପତ୍ତି ନେବେ ।

Advertisment

ଏହି ଅବସରରେ କପିଳେନ୍ଦ୍ର ଦେବଙ୍କ ନାଁରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ନାମିତ ହେବା ଦରକାର ବୋଲି କହିଥିଲେ ସାହିତ୍ୟିକ ହରପ୍ରସାଦ ଦାସ।

ଅନ୍ୟପଟେ ରେଭେନ୍ସା ନାଁ ବଦଳିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ କଳିକେଶ ସିଂହଦେଓ । କ’ଣ କହିଛନ୍ତି ଶୁଣନ୍ତୁ... 

Advertisment

Ravenshaw University
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ