Advertisment

Controversy Over Mahaprabhu's Image: ପାପୋଛରେ ମହାପ୍ରଭୁଙ୍କ ମୁଖମଣ୍ଡଳର ଚିତ୍ର; ସାଇବର ଥାନାରେ ଏତଲା ଦେଲା ଜଗନ୍ନାଥ ସେନା...

ଅଲି ଏକ୍ସପ୍ରେସ ନାମକ ଏକ ସଂସ୍ଥା ଫଟୋ ଚିତ୍ର ଛାପି ୱେବସାଇଟରେ ପାପୋଛର ବିଜ୍ଞାପନ ଦେଇଛି। ଯାହାକୁ ନେଇ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ଅଦ୍ୟତନ ହୋଇଛି
Controversy Over Mahaprabhu's Image

Controversy Over Mahaprabhu's Image

Advertisment

ପାପୋଛରେ ମହାପ୍ରଭୁଙ୍କ ମୁଖମଣ୍ଡଳର ଚିତ୍ର। ଅଲି ଏକ୍ସପ୍ରେସ ନାମକ ଏକ ସଂସ୍ଥା ଫଟୋ ଚିତ୍ର ଛାପି ୱେବସାଇଟରେ ପାପୋଛର ବିଜ୍ଞାପନ ଦେଇଛି। ଯାହାକୁ ନେଇ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସଂପର୍କରେ ପୁରୀରେ ସାଇବର ଥାନାରେ ଏତଲା ଦେଇଛନ୍ତି ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ। ତୁରନ୍ତ ଏହି କମ୍ପାନୀ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବି କରିଛି ସେନା।

Advertisment

ସେପଟେ ଗତକାଲି ସିଂହଦ୍ୱାର ଥାନାରେ ଏତଲା ଦେଇଥିଲା ବଡ଼ ଦାଣ୍ଡ ସେବା ଅନୁଷ୍ଠାନ। ମହାପ୍ରଭୁଙ୍କ ଚକା ଆଖି ଉପରେ ପାଦ ରଖି ବିଜ୍ଞାପନ ଦିଆଯାଇଥିବାର ଏହା ସମଗ୍ର ଓଡିଶାବାସୀ ତଥା କୋଟିକୋଟି ଜଗନ୍ନାଥ ପ୍ରେମୀଙ୍କ ହୃଦୟକୁ କୁଠାରଘାତ କରିଛି, ଯାହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛି ଅନୁଷ୍ଠାନ।

ଶ୍ରୀମନ୍ଦିର ଭିତର ଚକଡ଼ା ଚିତ୍ର ସୋସିଆଲ୍ ମିଡିଆରେ ପୋଷ୍ଟ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନର ସ୍ପଷ୍ଟୀକରଣ। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାକୁ ଚିଠି ଲେଖିଛନ୍ତି ଅରବିନ୍ଦ ପାଢ଼ୀ।

Advertisment

ଚିଠିରେ ଉଲ୍ଲେଖ ରହିଛି, ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ରତା ତଥା ଆଧ୍ୟାତ୍ମିକତା ବଜାୟ ରଖିବା ଗୁରୁତ୍ବପୂର୍ଣ୍ଣ। ଭିତର ବେଢ଼ା ସହ ଶ୍ରୀମନ୍ଦିର ଚିତ୍ର ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଭକ୍ତଙ୍କ ଧର୍ମୀୟ ଭାବନାକୁ ପ୍ରଭାବିତ କରିଛି। ତେଣୁ ଶ୍ରୀମନ୍ଦିର ଚିତ୍ର ପ୍ରକାଶନ ସମୟରେ ଅଧିକ ସତର୍କ ହେବାକୁ ପରାମର୍ଶ ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସନ। ଦିନକ ତଳେ ଶ୍ରୀମନ୍ଦିର ଭିତର ଚକଡ଼ା ଚିତ୍ର ASI ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲା। ଘଟଣା ବାବଦରେ ସଙ୍ଗେ ସଙ୍ଗେ ASI ମହାନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏହାପରେ ସେସବୁ ଚିତ୍ର ଡିଲିଟ୍ କରିଥିଲା ASI। 

Lord Jagannath
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ