Advertisment

ନୂଆ ସରକାରରେ ନୂଆ ଓ'କୁ ନେଇ ଦ୍ୱନ୍ଦ୍ୱ, ବନ୍ଦ ହେଲେ ବିଜେଡିର ଆନ୍ଦୋଳନ ଚେତାବନୀ

ନୂଆ ସରକାରରେ ନୂଆ ଓ'କୁ ନେଇ ଦ୍ୱନ୍ଦ୍ୱ । ଠିକ୍ ନିର୍ବାଚନ ପୂର୍ବରୁ ପୁରୁଣା ବିଜେଡି ସରକାର ଏହି ଯୋଜନାରେ ବିଞ୍ଚି ଥିଲେ କୋଟି କୋଟି ଟଙ୍କା ।

ଅଦ୍ୟତନ ହୋଇଛି
undefined

Nua O Scheme

Advertisment

ନୂଆ ସରକାରରେ ନୂଆ ଓ'କୁ ନେଇ ଦ୍ୱନ୍ଦ୍ୱ । ଠିକ୍ ନିର୍ବାଚନ ପୂର୍ବରୁ ପୁରୁଣା ବିଜେଡି ସରକାର ଏହି ଯୋଜନାରେ ବିଞ୍ଚି ଥିଲେ କୋଟି କୋଟି ଟଙ୍କା । ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ଲାଗି ମାସକରେ ୫ ଲକ୍ଷ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ବାଣ୍ଟିଥିଲେ ୫୨୬ କୋଟି ଟଙ୍କା ।

Advertisment

କିନ୍ତୁ ନୂଆ ସରକାର ଆସିବା ପରେ ଏହି ଯୋଜନାର ଭାଗ୍ୟ କଣ ହେବ ତାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ । କାହିଁକି ନା ଚଳିତ ବଜେଟରେ ଏଥିପାଇଁ ହୋଇନି ବ୍ୟୟ ବରାଦ । ମାସକରେ ତତ୍କାଳୀନ ବିଜେଡି ସରକାର ବାଣ୍ଟିଥିଲେ ୫୨୬ କୋଟି ଟଙ୍କା । ଛାତ୍ରଛାତ୍ରୀଙ୍କ ଭୋଟ୍ ହାତେଇବାକୁ ରାତାରାତି ଆଣିଥିଲେ ନୂଆ ଓ' ଛାତ୍ରବୃତ୍ତି ଯୋଜନା ।

ଜିଲ୍ଲାରୁ ଜିଲ୍ଲା ବୁଲି ଛାତ୍ରଛାତ୍ରୀଙ୍କୁ ବୃତ୍ତି ନାଁରେ ଟଙ୍କା ବାଣ୍ଟିଥିଲେ ପାଣ୍ଡିଆନ । ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଉତ୍ତର ରଖି ଉଚ୍ଚଶିକ୍ଷା ମନ୍ତ୍ରୀ ଦର୍ଶାଇଛନ୍ତି, ରାଜ୍ୟରେ ୫ ଲକ୍ଷ ୩୦ ହଜାର ୬୩୫ ଛାତ୍ରଛାତ୍ରୀଙ୍କୁ ୫୨୬ କୋଟି ୪୪ ଲକ୍ଷ ଟଙ୍କା ବଣ୍ଟନ କରିଛନ୍ତି ପୂର୍ବ ସରକାର । ହେଲେ ଏହି ଯୋଜନାର ଭାଗ୍ୟ ଭବିଷ୍ୟତ କଣ?

Advertisment

ଚାଲୁ ରହିବ ନା ଏହାକୁ ବନ୍ଦ କରିଦେବେ ସରକାର? ନା ଅନ୍ୟ କିଛି ଯୋଜନା ଭଳି ଏହାର ନାମ ପରିବର୍ତ୍ତନ କରି ଚଲାଇବେ? ବଡ଼ କଥା ହେଲା ଚଳିତ ବଜେଟରେ ନୂଆ ଓ' ଛାତ୍ର ବୃତ୍ତି ପାଇଁ କୌଣସି ବ୍ୟୟବରାଦ ହୋଇନାହିଁ ।

ଯଦିଓ ଉଚ୍ଚଶିକ୍ଷା ବିଭାଗରେ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ପାଇଁ ୭୦୧ କୋଟି ବ୍ୟୟବରାଦ କରାଯାଇଛି, ହେଲେ ଏହା ନୂଆ ଯୋଜନା କି, ଏହାର ରୂପ ରେଖ କେମିତି ହେବ ସେ ନେଇ ସ୍ପଷ୍ଟ ହୋଇନାହିଁ । ମନ୍ତ୍ରୀ କହିଛନ୍ତି ବିଭାଗ ପରବର୍ତ୍ତୀ ସମୟରେ ସ୍ପଷ୍ଟ କରିବ ।

Advertisment

ଅନ୍ୟପଟେ ବିଜେଡି କହିଛି ଯୋଜନା ବନ୍ଦ କଲେ ରାସ୍ତାକୁ ଓହ୍ଲାଇବ ଦଳ । କଂଗ୍ରେସର ଅଭିଯୋଗ ବୃତ୍ତି ନାଁରେ ଛାତ୍ରଛାତ୍ରୀଙ୍କୁ ଲାଞ୍ଚ ଦେଇଥିଲା ବିଜେଡି । ନୂଆ ସରକାର ଏହାକୁ ବନ୍ଦ କରି ଶିକ୍ଷା ଭିତ୍ତିଭୂମି ଉପରେ ଧ୍ୟାନ ଦିଅନ୍ତୁ ।

ଏହି ଯୋଜନାକୁ ନେଇ ଦ୍ୱନ୍ଦ୍ୱ ଭିତରେ ପ୍ରଶ୍ନ ଉଠିଛି ଏହି ଯୋଜନାର ଆବଶ୍ୟକତା ନେଇ । ବିଜେଡି ସରକାର ସମୟରେ ଏହି ଯୋଜନା ଆଉ କାର୍ଯ୍ୟକ୍ରମକୁ ଏକ ପ୍ରକାର ନିର୍ବାଚନୀ କାର୍ଯ୍ୟକ୍ରମରେ ପରିଣତ କରି ଦିଆଯାଇଥିଲା । ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା, ସାଂସ୍କୃତିକ ଓ ସାମାଜିକ ପ୍ରତିଯୋଗିତା ନାଁରେ ୩ରୁ ୯ ଲକ୍ଷ ଯାଏଁ ଦିଆଯାଇଥିଲା ଅନୁଦାନ ।

ସାଂସ୍କୃତିକ କାର୍ଯ୍ୟକ୍ରମ ନାଁରେ ଆୟୋଜନ ହେଉଥିଲା ଏଭଳି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ଲାଗି ଶିକ୍ଷାନୁଷ୍ଠାନରେ ଯୋଗ ଦେଉଥିଲେ ଫିଲ୍ମ ତାରକା । ଆଉ କାର୍ଯ୍ୟକ୍ରମ ପାଇଁ କଲେଜ ବନ୍ଦ କରି ପାଠକୁ ବଳି ଦେବାକୁ ବି ପଛାଇ ନଥିଲେ । ଆଉ ନିଜେ ପାଣ୍ଡିଆନ ହେଲିକେପ୍ଟରରେ ତୋଫାନୀ ଗସ୍ତ କରି, ସବୁ ଜିଲ୍ଲା ବୁଲି ବୁଲି ନୂଆ ଓ' କାର୍ଯ୍ୟକ୍ରମରେ ପିଲାମାନଙ୍କ ସହ କଥା ହେଉଥିଲେ ।

ତେବେ ଏସବୁ ବାବଦକୁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ନାହିଁ । ବଡ଼ କଥା ହେଲା, ଠିକ୍ ନିର୍ବାଚନ ପୂର୍ବରୁ ତରବରିଆ ଭାବେ ଯୋଜନାକୁ କାର୍ଯ୍ୟକାରୀ କରାଯାଇଥିଲା । ଫେବୃଆରୀ ୨୨ରେ ୩୧୫ କୋଟି ପ୍ରସ୍ତାବ ଉପରେ ମୋହର ମାରିଥିଲା କ୍ୟାବିନେଟ୍ । ହେଲେ ପରବର୍ତ୍ତୀ ସମୟରେ ଯୋଜନା ଏବଂ ସଂଯୋଜନ ବିଭାଗର ୫୨୬ କୋଟି ଟଙ୍କାକୁ ଡାଇଭର୍ଟ କରି ବୃତ୍ତି ବଣ୍ଟା ଯାଇଥିଲା ।

ଅନ୍ୟପଟେ ଏହି ଯୋଜନାରେ ସାମିଲ ହେବାକୁ ଯୋଗ୍ୟ ହେବା ପାଇଁ ସେମିତି କିଛି ଖାସ୍ କ୍ରାଇଟେରିଆ ରଖିନଥିଲେ ସରକାର । ଯେଉଁଥି ପାଇଁ ୫ ଲକ୍ଷ ୩୦ ହଜାର ଅର୍ଥାତ ୯୦ ପ୍ରତିଶତରୁ ଅଧିକ ପିଲାଙ୍କୁ ସରକାର ଅଜାଡି ଦେଇଥିଲେ ନୂଆ ଓ' ଶିକ୍ଷା ବୃତ୍ତି । ଏବେ ଦେଖିବାର କଥା ଏହି ଯୋଜନାର ଭବିଷ୍ୟତ କଣ ହେଉଛି । ଭୁବନେଶ୍ୱରରୁ

BJD BJP Budget Scheme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ