Odisha Bandh
ଟ୍ବିନ୍ ସିଟିରେ ପଡ଼ିଛି ଓଡ଼ିଶା ବନ୍ଦର ପ୍ରଭାବ । କଟକ ଓ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଛନ୍ତି ଆନ୍ଦୋଳନକାରୀ । ଭୁବନେଶ୍ବର ରେଳ ଷ୍ଟେସନରେ ବିକ୍ଷୋଭ ବେଳେ ଆନ୍ଦୋଳନକାରୀ-ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ରେଳ ଷ୍ଟେସନ୍ ଭିତରକୁ ପଶିବାକୁ ଉଦ୍ୟମ ବେଳେ ଧସ୍ତାଧସ୍ତି ହୋଇଛନ୍ତି । ମାଷ୍ଟରକ୍ୟାଣ୍ଟିନ୍ ଛକରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କଟକରେ ଅତ୍ୟାବଶ୍ୟକ ସେବାକୁ ଛାଡିଲେ ପିକେଟିଂ କରି ଅନ୍ୟାନ୍ୟ ସେବାକୁ ବନ୍ଦ କରୁଛନ୍ତି କଂଗ୍ରେସ କର୍ମୀ ।
କାଁ ଭାଁ କେତେକ ଔଷଧ ଦୋକାନ ବନ୍ଦ ଥିବା ବେଳେ ଅନ୍ୟ ଔଷଧ ଦୋକାନ ଖୋଲା ରହିଛି । ସେହିପରି କେତେକ ସରକାରୀ ବସ୍ ମଧ୍ୟ କଟକରେ ଗଡୁଛି । ଏପଟେ ରାଜଧାନୀରେ ବିକ୍ଷୋଭକାରୀ ରାସ୍ତାରେ ଗାଡି ଅଟକ ରଖୁଛନ୍ତି। ବସଷ୍ଟାଣ୍ଡରୁ ବସ୍ ଗଡୁ ନଥିବାରୁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନର ହେଉଛନ୍ତି । ମୁଖ୍ୟତଃ ରାଜ୍ୟ ବାହାରୁ ଆସିଥିବା ଗାଡିଗୁଡିକର ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନର ହେଉଛନ୍ତି।
ଅନ୍ୟପଟେ ଓଡ଼ିଶା ବନ୍ଦ ଡାକରା ପାଇଁ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ମଧ୍ୟ ହୋଇଛି। ଭୁବନେଶ୍ବରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କଂଗ୍ରେସ କର୍ମୀଙ୍କୁ ଜଗିଛି AI କ୍ୟାମେରା ଓ ଡ୍ରୋନ୍ । ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହୋଇଛନ୍ତି ପୋଲିସ । ସାଧା ପୋଷାକରେ ପୋଲିସ ବି ମୁତୟନ ହୋଇଛନ୍ତି ।
ଏସବୁକୁ ଡିଜିପିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମନିଟର କରୁଛନ୍ତି । ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ, ବିଭିନ୍ନ ଭିଭିଆଇପିଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ପୋଲିସ କମିଶନର କହିଛନ୍ତି, ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ହେଉ । କିନ୍ତୁ କୌଣସି ନେତା ବା କର୍ମୀ ଆଇନକୁ ହାତକୁ ନିଅନ୍ତୁ ନାହିଁ । ହିଂସାର ପନ୍ଥା ଆପଣାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752727455.jpg)