Advertisment

ବାଣୀବିହାର କମ୍ପ୍ୟୁଟର ସାଇନ୍ସ ବିଭାଗ ପୁରାତନ ଛାତ୍ରଛାତ୍ରୀ ସଂଘର ପ୍ରତିଷ୍ଠା ଦିବସ

ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ପୁରାତନ ଛାତ୍ରଛାତ୍ରୀ ସଙ୍ଘ, ଉମା (UMAA-Utkal MCA Alumni Association)ର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।

ଅଦ୍ୟତନ ହୋଇଛି
UMAA-Utkal MCA Alumni Association.

UMAA-Utkal MCA Alumni Association.

Advertisment

ଉତ୍କଳ ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ବିଭାଗର ପୁରାତନ ଛାତ୍ରଛାତ୍ରୀ ସଙ୍ଘ, ଉମା (UMAA-Utkal MCA Alumni Association)ର ଷଷ୍ଠ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ବିଭାଗର ପରିସରରେ ବୃକ୍ଷ ରୋପଣ କରି ସମାଜକୁ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେl ଏଥିସହ ବହୁ ପୁରାତନ ଛାତ୍ର ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର କରିବା ସହ ଭବିଷ୍ୟତର ଉନ୍ନତି ନେଇ ଉପଦେଶ ଦେଇଥିଲେ l

Advertisment

ଏହି କାର୍ଯ୍ୟକ୍ରମରେ ଉମା ବୋର୍ଡର ମୁଖ୍ୟ କର୍ମକର୍ତ୍ତା ବିଶ୍ୱଜିତ ସେନାପତି, ଅଭିଷେକ ସାହୁ, ପୁରାତନ ଛାତ୍ର ସମୀର ଦାଶ, ପ୍ରଭୁଦତ୍ତ ରାଉତ, ମିସ ଜଲିନା ଉପସ୍ଥିତ ଥିଲେ। ସେହପରି ବର୍ତ୍ତମାନ ଅଧ୍ୟୟନରତ ଛାତ୍ରଛାତ୍ରୀ, କମ୍ପୁଟର ସାଇନ୍ସ ବିଭାଗର ମୁଖ୍ୟ ପ୍ରଫୁଲ କୁମାର ବେହେରା, ଶିକ୍ଷକ ହରପ୍ରସାଦ ନାଏକ ପ୍ରମୁଖ ଉପସ୍ଥିତ ରହି ଉମାର କାର୍ଯ୍ୟକାରିତା, ସହଯୋଗ ଆଦି ବିଷୟରେ ଆଲୋଚନା କରିଥିଲେ l

ପୁରାତନ ଛାତ୍ର ସୁଶାନ୍ତ ବାରିକ, ମନୋଜ କୁମାର ଦଳେଇ, ମଧୁସୂଦନ ମଲ୍ଲିକ ଏବଂ ଦୁଷ୍ମନ୍ତ କବି ବର୍ତ୍ତମାନ ଅଧ୍ୟୟନ ବିଦ୍ୟାର୍ଥୀମାନଙ୍କ ସହ ଆଲୋଚନା କରିଥିଲେ। ପୁରାତନ ଛାତ୍ରୀ ତଥା ଉମା ବୋର୍ଡର ଭିପି ପ୍ଲେସମେଣ୍ଟ ତେହସୀନ ବାନୋଙ୍କ ଦ୍ୱାରା ଉମା ଉପରେ ପ୍ରସ୍ତୁତ ପିପିଟି ପ୍ରଶଂଶନୀୟ ଥିଲା l ପରିଶେଷରେ ଉମାର ପ୍ରତିଷ୍ଠା ଦିବସ ପାଳନର ସଫଳତା ପାଇଁ ଉମା ବୋର୍ଡର ସଭାପତି ନୀଳମଣି ରୋହିଦାସଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା l

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ