Advertisment

CM's Helicopter Grounded: ମାସେ ହେଲା ଅଚଳ ପଡ଼ିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର!

କେନ୍ଦ୍ରାପଡ଼ା କଲେଜ ପଡ଼ିଆରେ ମାସାଧିକ କାଳ ଅଚଳ ପଡ଼ିଥିଲେ ବି, ହେଲିକପ୍ଟରର ମରାମତି ହେଉନଥିବା ଅଭିଯୋଗ ହେଉଛି।

CM's Helicopter Grounded

CM's Helicopter Grounded

Advertisment

ମାସେ ହେଲା ଅଚଳ ପଡ଼ିଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର। କେନ୍ଦ୍ରାପଡ଼ା କଲେଜ ପଡ଼ିଆରେ ମାସାଧିକ କାଳ ଅଚଳ ପଡ଼ିଥିଲେ ବି, ହେଲିକପ୍ଟରର ମରାମତି ହେଉନଥିବା ଅଭିଯୋଗ ହେଉଛି। ଏହାକୁ ପୋଲିସ ଓ ଅଗ୍ନିଶମ କର୍ମଚାରୀ ୨୪ ଘଣ୍ଟା ଜଗି ରହିଥିବା ସୂଚନା ମିଳିଛି।

Advertisment

ସେପଟେ ଯାନ୍ତ୍ରିକ ତ୍ରୁଟି ଓ ପଙ୍ଖା ନଷ୍ଟ ହୋଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ, ଆଗକୁ ସେଠାରେ ସ୍ବାଧୀନତା ଦିବସ ପରେଡ୍ କାର୍ଯ୍ୟକ୍ରମ କିପରି ଆୟୋଜିତ ହେବ, ତାକୁ ନେଇ ଚିନ୍ତା ବଢ଼ିଛି।

ଆଜିକୁ ମାସେ ବିତିଲାଣି । ପଡ଼ି ରହିଛି ହେଲିକପ୍ଟର। କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡ଼ିଆରେ ଥୁଆ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର । ଜୁନ 9 ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କେନ୍ଦ୍ରାପଡା ଗସ୍ତରେ ଆସି କଲେଜ ପଡିଆରେ ଅସ୍ଥାୟୀ ହେଲି ପ୍ୟାଡରେ ଓହ୍ଲାଇଥିଲେ। ମାଉସୀ ମା ମନ୍ଦିର ନିକଟରେ ଆୟୋଜିତ ତିରଙ୍ଗା କାର୍ଯ୍ୟକ୍ରମରେ ଯୋଗ ଦେଇ ସର୍କିଟ ହାଉସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅପରାହ୍ନରେ ଝଡ଼ବର୍ଷା ହୋଇଥିଲା । ଏହାପରଠୁ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଚଳ ହୋଇ ପଡ଼ିଛି । ନା ହେଲିକପ୍ଟର ଟି ମରାମତି ହେଉଛି ନା ଉଡାଣ ଭରୁଛି। ତେବେ ହେଲିକପ୍ଟରର ପଙ୍ଖା ନଷ୍ଟ ହୋଇଥିବା କୁହାଯାଉଛି। ଦୁଇ ଦୁଇ ଥର ବୈସାୟିକ ଟିମ୍ ଦେଖି ଫେରିଛନ୍ତି। ହେଲେ ଏପର୍ଯ୍ୟନ୍ତ ସଜଡ଼ା ହୋଇପାରିନି । ପୋଲିସ ଓ ଅଗ୍ନିଶମ କର୍ମଚାରୀ ସେହି ଦିନଠୁ 24 ଘଣ୍ଟା ଜଗି ବସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ।

Advertisment

ଏପଟେ ଆଉ କିଛି ଦିନ ପରେ ଅଗଷ୍ଟ 15। କଲେଜ ପଡିଆରେ ଆୟୋଜିତ ହେବ ପରେଡ୍ କାର୍ଯ୍ୟକ୍ରମ । କଲେଜ ଫିଲ୍ଡରେ ହେଲିକପ୍ଟର ଅଟକି ରହିବାରୁ ବହୁ ସମସ୍ୟା ଦେଖା ଦେଇଛି। ଏମିତିକି ପିଲାଙ୍କ ପାଠ ପଢା ବ୍ୟାହତ ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ଯେଉଁ କମ୍ପାନୀ ଏଭଳି ହେଲିକପ୍ଟର ଦେଉଛନ୍ତି ସେ କମ୍ପାନୀ କେତେ ଭରସା ଯୋଗ୍ୟ ତାହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସମ୍ପର୍କରେ ପ୍ରଶାସନ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ଅଧିକ ପଢ଼ନ୍ତୁ: କଂଗ୍ରେସ ସଭା ପାଇଁ କୋହଳ, ଜନତାଙ୍କ ପାଇଁ କଠୋର କାହିଁକ

Helicopter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ