Advertisment

ସିଏମଙ୍କ କଡ଼ା ୱାର୍ଣ୍ଣିଂ, ଏ ସରକାର କେତେବେଳେ ବି ବାନ୍ଧିପାରେ!

ପୂର୍ବ ସରକାର ଓ 5T ଦୁର୍ନୀତି ପ୍ରସଙ୍ଗ ଉଠାଇ ବି ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

undefined

Vigilance

Advertisment

ଦୁର୍ନୀତିଗ୍ରସ୍ତଙ୍କୁ ସିଏମ୍‌ଙ୍କ କଡ଼ା ଚେତାବନୀ । ଏ ସରକାର କେତେବେଳେ ବି ବାନ୍ଧିପାରେ! ମୁଖ୍ୟମନ୍ତ୍ରୀ କହିଛନ୍ତି କ୍ୟାନସର ହେଲେ ଯେମିତି ସେ ଅଙ୍ଗକୁ କାଢ଼ି ଫୋପାଡ଼ି ଦିଆଯାଏ, ସେମିତି ସମାଜରେ ଏ କ୍ୟାନସର ରୂପୀ ଦୁର୍ନୀତିକୁ କାଢ଼ି ଫୋପାଡ଼ି ଦେବା, ଯିଏ ଦୁର୍ନୀତି କରିବ ତାଙ୍କ ବିରୋଧରେ କଡ଼ା ଆକ୍ସନ ହେବ ।

Advertisment

ପୂର୍ବ ସରକାର ଓ 5T ଦୁର୍ନୀତି ପ୍ରସଙ୍ଗ ଉଠାଇ ବି ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି ପୂର୍ବ ସରକାରରେ ୨୪ ବର୍ଷ ଧରି ଦୁର୍ନୀତି ଚାଲିଥିଲା । ସେତେବେଳ ବିଭିନ୍ନ ପ୍ରକାର ଦୁର୍ନୀତି କରି ଅଧିକାରୀମାନେ ଅଚିନ୍ତାରେ ଥିଲେ । 5T ନାଁରେ ଯେଉଁ ଅଧିକାରୀ ବ୍ୟାପକ ଟଙ୍କା ହେରଫେର କରିଛନ୍ତି, ସମସ୍ତେ ତଦନ୍ତ ପରିସରଭୁକ୍ତ ହେବେ ।

ରାଜ୍ୟରେ ବିଜେପି ସରକାର ଆସିବାର ୧୪୦ ଦିନ ହୋଇଛି, ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳନୀତି ଉପରେ ସରକାର ପ୍ରତିଶ୍ରୁତିବଦ୍ଧ । ୟା ଭିତରେ ୬ ମୁଖ୍ୟଯନ୍ତ୍ରୀଙ୍କୁ ଦୁର୍ନୀତି ପାଇଁ ଗିରଫ କରି କୋର୍ଟ ପଠାଯାଇଛି । ଅନେକ ବଡ଼ ଅଧିକାରୀ ବି ଗିରଫ ହୋଇ ଜେଲରେ ଅଛନ୍ତି ।

Advertisment

ତେବେ ଏବେ କେବଳ ଟ୍ରେଲର ଚାଲିଛି, ଆଗକୁ ପୁରା ଫିଲ୍ମ ଦେଖିବାର ବାକି ଅଛି ବୋଲି କହିଛନ୍ତି ସିଏମ୍ । ଦୁର୍ନୀତି ପ୍ରସଙ୍ଗରେ ପୂର୍ବ ସରକାରଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିଶାନା ଉପରେ ପ୍ରତିକ୍ରୟା ରଖି ବିଜେଡି କହିଛି- ଏବେ ବି ପୂର୍ବ ସରକାରର ୯୦ ଭାଗ ଅଫିସରଙ୍କୁ ନେଇ ନେଇ ବର୍ତ୍ତମାନର ସରକାର କାମ କରୁଛନ୍ତି ।

ଗତ ୪ ମାସ ଭିତରେ ଭିଜିଲାନ୍ସ ଜାଲରେ ପଡ଼ିଲେଣି ଗଣ୍ଡା ଗଣ୍ଡା କୋଟିପତି ଅଧିକାରୀ । ଯାହାଙ୍କ ଭିତରେ ଅଛନ୍ତି ଅବକାରୀ ବିଭାଗର ଯୁଗ୍ମ କମିଶନର, ବିଡିଓ, ଖଣି ଉପନିର୍ଦ୍ଦେଶକ । ସେମାନଙ୍କଠୁ ପ୍ରାୟ ୬୪ କୋଟିର ଆୟ ବହିର୍ଭୁତ ସଂପତ୍ତି ବି ଜବତ ହେଲାଣି । ଏଥିସହ ବିଭାଗ ପକ୍ଷରୁ ୮୮ ଟି ଅପରାଧିକ ମାମଲା ରୁଜୁ ହୋଇଛି ଓ ୧୨୩ ଜଣଙ୍କୁ ଜେଲ୍ ପଠାଯାଇଛି ।

Advertisment

ଯେଉଁମାନଙ୍କ ଭିତରେ ଅଛନ୍ତି ୨୪ କ୍ଲାସ ୱାନ୍ ଅଫିସର, ୧୨ କ୍ଳାସ୍-ଟୁ ଓ ୫୪ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ । ତେବେ ଯେଉଁ ୬ କୁବେର ଯନ୍ତ୍ରୀ ବେଶୀ ଚର୍ଚ୍ଚାରେ- ସେମାନେ ହେଲେ ଓବିସିସିର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ, ଭଞ୍ଜନଗର ଜଳସେଚନ ଡିଭିଜନ ଅତିରିକ୍ତ ଯନ୍ତ୍ରୀ ପ୍ରସନ୍ନ ସ୍ୱାଇଁ, ବାଲେଶ୍ୱର ଜଳସେଚନ ଡିଭିଜନ ସୁପରିଟେଣ୍ଡିଂ ଇଞ୍ଜିନିୟର ପ୍ରଭାସ ପ୍ରଧାନ, ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟଯନ୍ତ୍ରୀ ସୁନୀଲ ରାଉତ, ବାଲେଶ୍ୱର ଡିଭିଜନ ମୁଖ୍ୟ କନଷ୍ଟ୍ରକ୍ସନ ଯନ୍ତ୍ରୀ ଏନ.ଭି. ହରିହର ରାଓ, ବୈତରଣୀ ବେସିନ ମ୍ୟାନେଜର କୈଳାସ ଚନ୍ଦ୍ର ସାହୁଙ୍କ ସହ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ ।

ଏ ସମସ୍ତଙ୍କ ସଂପତ୍ତି ଆଖି ଟେରା କଲା ଭଳି । ତେବେ ଆର-ଆଣ୍ଡ-ବି ଡିଭିଜନର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରା ପ୍ରସାଦ ମିଶ୍ରଙ୍କ ସଂପତ୍ତି ଥିଲା ତାରା ଫୁଟିଲା ଭଳି । ତାଙ୍କଠୁ ସିଜ୍ ହୋଇଥିଲା ୭ କୋଟି ୨୭ ଲକ୍ଷର ସ୍ଥାବର ଅସ୍ଥାବର ସଂପତ୍ତି । ସେମିତି ଇଞ୍ଜିନିୟର ପ୍ରଭାସଙ୍କ ରାଜ୍ୟ ଓ ରାଜ୍ୟ ବାହାରେ ୧୦୫ ପ୍ଲଟ୍ ଠାବ କରିଛି ଭିଜିଲାନ୍ସ ।

ଆଉ ସୁନୀଲ ରାଉତଙ୍କର ଭୁବନେଶ୍ୱରରେ ଥିବା ରାଜ ଉଆସ ଭଳି ଘର ସହ ୩୪ ଦାମୀ ପ୍ଲଟ । ଏସବୁ କେମିତି କୁଆଡୁ ଅର୍ଜିଲେ, ତାର ଚେର ଖୋଳୁଛି ଭିଜିଲାନ୍ସ ବିଭାଗ । ସେପଟେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ତାଙ୍କ ବିଭାଗ ଆଗକୁ ଆହୁରି ସକ୍ରିୟ ହେବ ।

Government Vigilance Corruption Targets
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ