Advertisment

Invest In Odisha: ଓଡ଼ିଶାକୁ ଆସିବ ନିବେଶ ! ୧୩ଟି କମ୍ପାନୀ ସହ MoU ସ୍ବାକ୍ଷର...

ଆଜି ଦିଲ୍ଲୀ ଇନଭେଷ୍ଟର୍ସ ମିଟର ଦ୍ବିତୀୟ ଦିନରେ ୧୩ଟି କମ୍ପାନୀ ସହ MoU ସ୍ବାକ୍ଷର ହୋଇଛି । ଓଡ଼ିଶା ସରକାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିନରେ ଥିବା ଆଇଓସିଏଲ୍ ସମେତ ବିଭିନ୍ନ ସଂସ୍ଥା ସହିତ ଏମଓୟୁ ହୋଇଛି ।

ଅଦ୍ୟତନ ହୋଇଛି
CM Mohan Majhi Shares Full List of Companies Set to Invest in Odisha

CM Mohan Majhi Shares Full List of Companies Set to Invest in Odisha

Advertisment

ଓଡ଼ିଶାକୁ ଛୁଟିବ ପୁଞ୍ଜିନିବେଶର ସୁଅ। ଆଜି ଦିଲ୍ଲୀ ଇନଭେଷ୍ଟର୍ସ ମିଟର ଦ୍ବିତୀୟ ଦିନରେ ୧୩ଟି କମ୍ପାନୀ ସହ MoU ସ୍ବାକ୍ଷର ହୋଇଛି । ଓଡ଼ିଶା ସରକାର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ଅଧିନରେ ଥିବା ଆଇଓସିଏଲ୍ ସମେତ ବିଭିନ୍ନ ସଂସ୍ଥା ସହିତ ଏମଓୟୁ ହୋଇଛି । ୯୬ ହଜାର ୬୮୬ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବ । 

Advertisment

ଗତକାଲି ୧୧ଟି କମ୍ପାନୀ ପକ୍ଷରୁ ନିବେଶ ପାଇଁ ପ୍ରସ୍ତାବ ଆସିଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କଂପାନି ମାନଙ୍କ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି। ଆଇଓସିଏଲ ସହିତ ଏକାକି 56 ହଜାର କୋଟିର ପ୍ରକଳ୍ପ ପ୍ରତିଷ୍ଟା ନେଇ ବୁଝାମଣା ହୋଇଛି।  

ଅଧିକ ପଢ଼ନ୍ତୁ: ଉତ୍କର୍ଷ ଓଡ଼ିଶା କନକ୍ଲେଭ, ପ୍ରଥମ ଦିନରେ ୪.୫ ଲକ୍ଷ କୋଟିର ନିବେଶ

ଏପଟେ ଓଡ଼ିଶାରେ ନୂଆ ଶିଳ୍ପ ପ୍ରତିଷ୍ଠା କଲେ ୩୦ ଦିନରେ ୩୦ ଏକର ଜମି, ୫୦ ଦିନରେ ୫୦ ଏକର ଜମି, ୧୦୦ ଦିନରେ ୧୦୦ ଏକର ଜମି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି ଶିଳ୍ପ ସଚିବ। ଓଡ଼ିଶାରେ କେଉଁ କେଉଁ କମ୍ପାନୀ ନିବେଶ କରିବେ, ଏ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ...

Advertisment

ଅନ୍ୟପଟେ ନିକଟରେ ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଆୟୋଜନ କରିଥିଲେ ରାଜ୍ୟ ସରକାର। ନିବେଶକଙ୍କ ପ୍ରତିଶ୍ରୁତିର ସୁଅ ଛୁଟିଥିଲା । ପ୍ରଥମ ଦିନର ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ୫୪ ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ରାଜ୍ୟକୁ ୪ରୁ ସାଢେ ୪ ଲକ୍ଷ କୋଟି ଟଙ୍କାର ନିବେଶ ଆସିବ ବୋଲି ସୂଚନା ମିଳିଥିଲା । ଏହା ଭିତରୁ ସବୁଠୁ ବଡ MOU ଆଦାନୀ ଗ୍ରୁପ ସହ ସ୍ବାକ୍ଷର ହୋଇଥିଲା । ୨.୨୮ ଲକ୍ଷ କୋଟି ଟଙ୍କାର MOU ସ୍ବାକ୍ଷର କରିଥିଲା ଆଦାନୀ।

କେନ୍ଦୁଝରରେ ୫ ନିୟୁତ ଟନ କ୍ଷମତା ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ପାଇଁ JSW ଗ୍ରୁପ ସହ MOU ହୋଇଥିଲା । କେନ୍ଦୁଝରରେ JSW କରିବ ଇସ୍ପାତ କାରଖାନା। ଏନେଇ ପୋସ୍କୋ ସହ ଆଲୋଚନା ଚାଲିଥିବା ସୂଚନା ଦେଇଥିଲେ JSW ମୁଖ୍ୟ ସଜ୍ଜନ ଜିନ୍ଦଲ। କେନ୍ଦୁଝରରେ ୩୦-୪୦ ହଜାର କୋଟିର ନିବେଶ ଲକ୍ଷ୍ୟ ରହିଛି। ଅନ୍ୟ ପକ୍ଷରେ JSPL ଗ୍ରୁପ୍ ଅନୁଗୁଳ ସ୍ଥିତ ଷ୍ଟିଲ ପ୍ଲାଣ୍ଟ ସମ୍ପ୍ରସାରଣ ପାଇଁ ୭୦ ହଜାର କୋଟି ଟଙ୍କା ପୁଞ୍ଜିନିବେଶ ଲାଗି ଘୋଷଣା କରିଥିଲେ ଗ୍ରୁପ ଅଧ୍ୟକ୍ଷ ନବୀନ ଜିନ୍ଦଲ । ବିର୍ଲା ଗ୍ରୁପ କପର ଫଏଲ୍ ପ୍ଲାଣ୍ଟ ସ୍ଥାପନ ପାଇଁ MOU ସ୍ବାକ୍ଷର କରିଥିଲା । ଏହାଛଡ଼ା ବିଭିନ୍ନ ନିବେଶକଙ୍କଠାରୁ ୧୦୦ରୁ ଅଧିକ ପୁଞ୍ଜିନିବେଶ ଆଗ୍ରହ ପାଇଥିଲେ ରାଜ୍ୟ ସରକାର । JSPL ଅଧ୍ୟକ୍ଷ ନବୀନ ଜିନ୍ଦଲ ମଧ୍ୟ କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ବସାଇବାକୁ ଇଚ୍ଛା ପ୍ରକାଶ କରିଥିଲେ । 

Advertisment
CM Invest In Odisha Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ