Advertisment

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ। ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

ଅଦ୍ୟତନ ହୋଇଛି
CM Majhi

CM Majhi

Advertisment

ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶୀଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ। ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନରେ ଉତ୍ତର ରଖି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସବୁ ଜିଲ୍ଲାପାଳ ଓ ଏସ୍ ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ବିଶେଷ କରି ଭୁବନେଶ୍ବର, ପୁରୀ ଓ କେନ୍ଦ୍ରାପଡ଼ାରରେ ବାଂଲାଦେଶୀ ଚିହ୍ନଟ ପାଇଁ ନିର୍ଦ୍ଦେଶ ରହିଛି ।

Advertisment

ପଡ଼ୋଶୀ ଦେଶ ବାଂଲାଦେଶ ହିଂସା ଓ ରାଜନୈତିକ ସଙ୍କଟ ଦେଇ ଗତି କରୁଛି। ଅସ୍ତ୍ରଶସ୍ତ୍ର ଧରି ଫେରାର ଥିବା କିଛି ଉଗ୍ରବାଦୀ ସମୁଦ୍ର ପଥ ଦେଇ ଓଡ଼ିଶାରେ ପଶିବାର ସମ୍ଭାବନା ରହିଛି । ଏଣୁ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଉପରେ ପୋଲିସ କଡ଼ା ନଜର ରଖିଛି । ସମୁଦ୍ର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି ।

ବାଂଲାଦେଶରେ ନୂତନ ସରକାର ଗଠନ ହୋଇଥିଲେ ମଧ୍ୟ ସେଠାରେ ହିଂସା ଜାରି ରହିଛି। ବିକ୍ଷୋଭ ପ୍ରଦର୍ଶନକାରୀ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଛନ୍ତି। ବିଶେଷ ଭାବରେ ସମୁଦ୍ର ପଥରେ ଅନେକ ଲୋକ ଭାରତ ମଧ୍ୟକୁ ପ୍ରବେଶ କରିବା ନେଇ ଆଶଙ୍କା ଥିବାରୁ ସତର୍କ କରାଯାଇଛି । ସମସ୍ତ ତଟବର୍ତ୍ତୀ ଜିଲ୍ଲା ଏବଂ ଥାନାକୁ ଆଲର୍ଟ କରାଯାଇଛି । ସାମୁଦ୍ରିକ ସୁରକ୍ଷା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସତର୍କ ସୂଚନା ଦିଆଯାଇଛି । ବାଲେଶ୍ଵର, ଭଦ୍ରକ ଏବଂ କେନ୍ଦ୍ରାପଡା ଜିଲ୍ଲାଗୁଡିକ ବାଂଲାଦେଶରୁ ପାଖ ରହିଛି । ସେଠାରେ ମଧ୍ୟ ଆଲର୍ଟ କରାଯାଇଛି ।

Advertisment

ଏହାପୂର୍ବରୁ ବାଂଲାଦେଶୀ ଅନୁପ୍ରବେଶ ଆଶଙ୍କାରେ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ରାଜ୍ୟରେ ରହୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ। ଯଦି କେହି ବିନା ଡକ୍ୟୁମେଣ୍ଟରେ ରହୁଥାନ୍ତି ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୀମା ସୁରକ୍ଷାକୁ ନେଇ ବିଏସଏଫ ମଧ୍ୟ ସତର୍କ ରହିଛି।

Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ