Advertisment

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ, ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା

ଆସନ୍ତା ଜାନୁଆରୀରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ହେବାକୁ ଥିବା ବେଳେ କନକ୍ଲେଭକୁ ଆସିବା ଲାଗି ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି ।

ଅଦ୍ୟତନ ହୋଇଛି
CM Mohan Majhi Hold Talks With 34 Ambassadors in Delhi For Odisha's Growth

Mohan Majhi

Advertisment

ଉତ୍କର୍ଷ ଓଡ଼ିଶା କନକ୍ଲେଭ୍ ପାଇଁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା । ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରୁଛନ୍ତି । ରାଷ୍ଟ୍ରଦୂତଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା ଚାଲିଛି । ବୈଠକରେ ଶିଳ୍ପମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ଉପସ୍ଥିତ ଅଛନ୍ତି । ହାଇକମିଶନର, ବାଣିଜ୍ୟ କମିଶନର ଓ କୂଟନୀତିଜ୍ଞ ମଧ୍ୟ ଏହି ବୈଠକରେ ସାମିଲ ଅଛନ୍ତି । ଓଡ଼ିଶାରେ ପୁଞ୍ଜି ବିନିଯୋଗ ସୁଯୋଗ ନେଇ ଆଲୋଚନା ଚାଲିଛି ।

Advertisment

ଅଧିକ ପଢ଼ନ୍ତୁ: କାହିଁକି ବଦଳିଲା ପିଲାଙ୍କ ସ୍କୁଲ ୟୁନିଫର୍ମର ରଙ୍ଗ ? ଉତ୍ତର ରଖିଲେ ମନ୍ତ୍ରୀ...

ଆସନ୍ତା ଜାନୁଆରୀରେ ଉତ୍କର୍ଷ ଓଡ଼ିଶା କନକ୍ଲେଭ୍‌ ହେବାକୁ ଥିବା ବେଳେ କନକ୍ଲେଭକୁ ଆସିବା ଲାଗି ବିଭିନ୍ନ ଦେଶର ରାଷ୍ଟ୍ରଦୂତଙ୍କୁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରିବା କାର୍ଯ୍ୟକ୍ରମ ରହିଛି । ଗତକାଲିଠୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଆଜି ମଧ୍ୟାହ୍ନ ଭୋଜନ ପରେ ଦ୍ବିତୀୟ ସେଗମେଣ୍ଟରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ଏହାପରେ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ରୋଡ୍ ଶୋ’ କାର୍ଯ୍ୟକ୍ରମ ରହିଛି । ମୋହନ ମୁଖ୍ୟମନ୍ତ୍ରୀ ହେବା ପରେ ଦିଲ୍ଲୀରେ ପ୍ରଥମ ରୋଡ୍ ଶୋ’ ହେବାକୁ ଯାଉଛି ।

Advertisment

Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ