Advertisment

ଯୋଗ କଲେ ମୁଖ୍ୟମନ୍ତ୍ରୀ; କହିଲେ ନୂଆ ଓ ସୁସ୍ଥ ଓଡ଼ିଶା ଗଠନରେ ସହାୟକ ହେବ ଯୋଗ

ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ। କେବଳ ଆଜି ନୁହେଁ, ଦୈନନ୍ଦିନ ଯୋଗ କରିବା ଆବଶ୍ୟକ। ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କରାଯାଇଥିବା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଅଦ୍ୟତନ ହୋଇଛି
CM Mohan Majhi Celebrates International Yoga Day 2024

CM Mohan Majhi

Advertisment

ମାନସିକ ସ୍ତରରେ ସୁସ୍ଥ ରହିବା ପାଇଁ ଯୋଗ ଜରୁରୀ। କେବଳ ଆଜି ନୁହେଁ, ଦୈନନ୍ଦିନ ଯୋଗ କରିବା ଆବଶ୍ୟକ।ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ କରାଯାଇଥିବା ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ ଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ସେ ଆହୁରି କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନର ବ୍ୟବସ୍ଥା ହୋଇଛି। ମନ୍ତ୍ରୀ, ସାଂସଦ, ବିଧାୟକମାନେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଛନ୍ତି। ନୂଆ ଓଡ଼ିଶା, ସୁସ୍ଥ ଓଡ଼ିଶା ଗଠନରେ ନିଶ୍ଚିତରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Advertisment

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପାଳିତ ହୋଇଛି ରାଜ୍ୟସ୍ତରୀୟ ଯୋଗ ଦିବସ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ରହି ଯୋଗ କରିଥିଲେ। ତାଙ୍କ ସହ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣାଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ସାମିଲ ହୋଇଥିଲେ। ସମସ୍ତେ ଯୋଗ କରିଥିଲେ। ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ଯୋଗ ଦିବସରେ ସାମିଲ ହୋଇଥିଲେ ମନ୍ତ୍ରୀ, ବିଧାୟକ ଓ ସାଂସଦ। କଟକ, ରାଉରକେଲା, ବ୍ରହ୍ମପୁର, ବଲାଙ୍ଗିର, କୋଣାର୍କ ଓ ଜୟପୁରରେ ମଧ୍ୟ ସ୍ୱତନ୍ତ୍ର ଭାବେ ପାଳିତ କରାଯାଇଛି ଅନ୍ତର୍ଜାତୀୟ ଯୋଗ ଦିବସ।

ଅଧିକ ପଢ଼ନ୍ତୁ: ଯୋଗମୁଦ୍ରାରେ ବୀର ଯବାନ, ସୀମାରୁ ସୁସ୍ଥ ରହିବାର ବାର୍ତ୍ତା ଦେଲେ ଜାଗ୍ରତ ପ୍ରହରୀ

Advertisment

ସେପଟେ ଯୋଗମୁଦ୍ରାରେ ଯବାନ। ଦେଶ ସୁରକ୍ଷାର ଜାଗ୍ରତ ପ୍ରହରୀ ସାଜିଥିବା ଭାରତୀୟ ସେନା ପକ୍ଷରୁ ପାଳିତ ହୋଇଛି ଯୋଗ ଦିବସ। ଜଳ, ସ୍ଥଳ ଓ ଆକାଶମାର୍ଗରେ ଯୋଗାଭ୍ୟାସ। ଆଇଏନଏସ୍ ବିକ୍ରମାଦିତ୍ୟର ଏୟାରକ୍ରାଫ୍ଟ କ୍ୟାରିଅରରେ ଯୋଗ କରିଛନ୍ତି ସେନା ଅଧିକାରୀ ଓ କର୍ମଚାରୀ। ସେହିପରି ଜମ୍ମୁ କଶ୍ମୀର ବର୍ଡରରେ ଯବାନମାନେ ଯୋଗ କରିଛନ୍ତି। ଲେହ, ଲଦଖରେ ଆଇଟିପିବି ଯବାନମାନେ ଯୋଗ ଦିବସ ପାଳନ କରିଛନ୍ତି। ସେପଟେ ସିକିମରେ ସମୁଦ୍ର ପତ୍ତନରୁ ୧୫ହଜାର ଫୁଟ୍ ଉଚ୍ଚତାରେ ବରଫ ପାହାଡ଼ ଉପରେ ଯୋଗ ମୁଦ୍ରାରେ ନଜର ଆସିଛନ୍ତି ଆଇଟିବିପି ଯବାନ। ଇଷ୍ଟର୍ଣ୍ଣ ଲଦଖରେ ଭାରତୀୟ ସେନା ପକ୍ଷରୁ ଯୋଗ ଦିବସ ପାଳିତ ହୋଇଛି। ୱାଘା-ଅଟ୍ଟାରୀ ବର୍ଡରରେ ବି ଯୋଗ କରିଛନ୍ତି ଯବାନ।

ସେହିପରି ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଯୋଗର ମହତ୍ତ୍ୱ ଏବଂ ଏହାର ସ୍ୱାସ୍ଥ୍ୟ ଉପକାରିତା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଯୋଗ ହେଉଛି ନିଜ ପାଇଁ ଏବଂ ସମାଜ ପାଇଁ । ଯୋଗ ପ୍ରତି ସାରା ବିଶ୍ବ କିପରି ଆକର୍ଷିତ ହୋଇଛି ସେନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ। ଦିନକୁ ଦିନ ଅଧିକରୁ ଅଧିକ ଲୋକ ଯୋଗାଭ୍ୟାସ କରୁଛନ୍ତି। ଯୋଗ ପ୍ରତି ଆକର୍ଷଣ ବଢ଼ିବାରେ ଲାଗିଛି।

Advertisment

ପ୍ରଧାନମନ୍ତ୍ରୀ କହିଛନ୍ତି, “ଶ୍ରୀନଗରରେ ଯୋଗ ମାଧ୍ୟମରେ ମିଳିଥିବା ଶକ୍ତି ଆମେ ଅନୁଭବ କରିପାରିବା। ଦେଶର ଲୋକ ତଥା ବିଶ୍ୱର କୋଣ ଅନୁକୋଣରେ ଯୋଗ ଅଭ୍ୟାସ କରୁଥିବା ବ୍ୟକ୍ତିଙ୍କୁ ମୁଁ ଯୋଗ ଦିବସର ଶୁଭେଚ୍ଛା ଜଣାଉଛି। ଆନ୍ତର୍ଜାତୀୟ ଯୋଗ ଦିବସ ୧୦ବର୍ଷର ଐତିହାସିକ ଯାତ୍ରା ସମାପ୍ତ କରିଛି। ୨୦୧୪ ରେ ଆନ୍ତର୍ଜାତୀୟ ଉତ୍ସବ ପାଳନ ନେଇ ପ୍ରସ୍ତାବ ଦେଇଥିଲି। ମିଳିତ ଜାତିସଂଘରେ ଭାରତର ଏହି ପ୍ରସ୍ତାବକୁ ୧୭୭ ଦେଶ ସମର୍ଥନ କରିଥିଲେ ଏବଂ ଏହା ଏକ ରେକର୍ଡ ଥିଲା।

ଅଧିକ ପଢ଼ନ୍ତୁ: International Yoga Day 2024: ଯୋଗ ମନ ପାଇଁ, ଶରୀର ପାଇଁ; ଜାଣନ୍ତୁ ଯୋଗ ପୂର୍ବରୁ ଓ ପରେ କ’ଣ ଖାଇବେ

Rephrase with Ginger (Ctrl+Alt+E)
Odisha CM Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ