Advertisment

Rath Yatra: ଶୃଙ୍ଖଳିତ ରଥଯାତ୍ରା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ, ଶ୍ରୀନଅରକୁ ଗଲା ଶ୍ରୀଜୀଉଙ୍କ ସୁସ୍ଥତାର ଖବର

ରଥଯାତ୍ରାକୁ ସବୁ ଦୃଷ୍ଟିରୁ ଭବ୍ୟ, ଦିବ୍ୟ ଏବଂ ଶୃଙ୍ଖଳିତ କରିବାକୁ ଏଥର ବ୍ୟାପକ ପଦକ୍ଷେପ ନିଆଯାଇଛି। ରଥଯାତ୍ରାରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଡ୍ରୋନର ସହାୟତା ନିଆଯିବା ସହ ଏଥର ପୂରା ଶ୍ରୀକ୍ଷେତ୍ରରେ ୨୭୫ ଟି AI କ୍ୟାମେରା ଲଗାଯିବ।

Rath Yatra

Rath Yatra

Advertisment

ଜର ଛାଡ଼ିଲା। ଦଶମୂଳ ମୋଦକ ସେବନ ପରେ ଚତୁର୍ଦ୍ଧାମୂର୍ତ୍ତି ଯେ ଏବେ ସଂପୂର୍ଣ୍ଣ ସୁସ୍ଥ । ରାଜପ୍ରସାଦ ବିଜେ ନୀତି ଭାବେ ପ୍ରଥମ ଖବର ରାଜନଅରକୁ ବି ଗଲା। ପରମ୍ପରା ମୁତାବକ ମହାପ୍ରଭୁଙ୍କ ସୁସ୍ଥତାର ଖବର ଆଗ ଆଦ୍ୟସେବକ ଗଜପତିଙ୍କୁ ଜଣାଯାଏ । ସେଥିପାଇଁ ଶ୍ରୀମନ୍ଦିରରୁ ରାଜନଅରକୁ ଦଇତାପତି ଓ ପତି ମହାପାତ୍ର ସେବାୟତ ରୁପାଥାଳିରେ ଶ୍ରୀଚନ୍ଦନ, କରାଳ ଚନ୍ଦନ ଓ ପାଟଡୋର ଆଦି ସଜାଇ ପାଟପଟୁଆରରେ ଶ୍ରୀନଅର ପହଞ୍ଚିବା ପରେ ଏସବୁ ଦିବ୍ୟ ପଦାର୍ଥକୁ ଗଜପତିଙ୍କୁ ଭେଟି କରିବା ସହ ସୁସମ୍ବାଦ ଦେଇଥିଲେ ।

Advertisment

ଏପଟେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରାକୁ ମଝିରେ ଆଉ ମାତ୍ର ୪ ଦିନ। ମହାପ୍ରଭୁଙ୍କ ଏ ନବଦିନାତ୍ମକ ଯାତ୍ରାକୁ ସୁରୁଖୁରୁରେ ଆୟୋଜନ ନେଇ ଆଜି ପୁରୀ ଯାଇ ରଥନିର୍ମାଣଠୁ ନେଇ ନୀତିକାନ୍ତି- ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦୁଇ ଉପମୁଖ୍ୟମନ୍ତ୍ରୀ, ବିଭିନ୍ନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୋଲିସ ଡିଜି ପ୍ରମୁଖଙ୍କ ଉପସ୍ଥିତିରେ ପୂରା ପ୍ରସ୍ତୁତିର ଟିକିନିଖି ସମୀକ୍ଷା ବି କରିଛନ୍ତି।

ଅଧିକ ପଢନ୍ତୁ: ରଥଯାତ୍ରା ପାଇଁ ବଡ଼ ଆକ୍ସନ ପ୍ଲାନ, ରଥରେ ଚଢିଲେ ଗିରଫ ହେବେ

ରଥଯାତ୍ରାକୁ ସବୁ ଦୃଷ୍ଟିରୁ ଭବ୍ୟ, ଦିବ୍ୟ ଏବଂ ଶୃଙ୍ଖଳିତ କରିବାକୁ ଏଥର ବ୍ୟାପକ ପଦକ୍ଷେପ ନିଆଯାଇଛି। ରଥଯାତ୍ରାରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଡ୍ରୋନର ସହାୟତା ନିଆଯିବା ସହ ଏଥର ପୂରା ଶ୍ରୀକ୍ଷେତ୍ରରେ ୨୭୫ ଟି AI କ୍ୟାମେରା ଲଗାଯିବ। ୧୦ ହଜାର ସୁରକ୍ଷାକର୍ମୀଙ୍କ ମୁତୟନ ସହ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ।

Advertisment

ଡାଇରିଆ ଭଳି ସ୍ଥିତି ଯେଭଳି ନଉପୁଜେ ସେଥିପାଇଁ ପରିଚ୍ଛନ୍ନତା ଉପରେ ଜୋର୍ ଦିଆଯିବା ସହ ସ୍ବାସ୍ଥ୍ୟସେବା ପାଇଁ ୬୯ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୬୪ ଆମ୍ବୁଲାନ୍ସ, ୨୬୫ ସ୍ବତନ୍ତ୍ର ବେଡ୍ ବ୍ୟବସ୍ଥା, ୩୭୮ ଅତିରିକ୍ତ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫ୍ ଙ୍କ ସହ AIIMSର ବିଶେଷଜ୍ଞ ଡାକ୍ତର ବି ସେବା ଯୋଗାଇବେ ବୋଲି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅବଗତ କରାଯାଇଛି।

ସମୀକ୍ଷା ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଅଘଟଣମୁକ୍ତ ଓ ତ୍ରୁଟିଶୂନ୍ୟ ରଥଯାତ୍ରା ଏଥର ଆମ ପ୍ରାଥମିକତା। ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀଗୁଣ୍ଡିଚା ମନ୍ଦିର ପରିଦର୍ଶନରେ ଯାଇ ଏହାର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ, ଗୁଣ୍ଡିଚାମନ୍ଦିରର ସିଂହଦ୍ବାର ପାର୍ଶ୍ବରେ ନିର୍ମାଣାଧୀନ ସୂଚନା କେନ୍ଦ୍ର ଆଦି କାର୍ଯ୍ୟର ଅଗ୍ରଗତିର ବି ତଦାରଖ କରିଥିଲେ।

Advertisment

ଅଧିକ ପଢନ୍ତୁ: ସୁସ୍ଥ ହେଲେ ମହାପ୍ରଭୁ, ସୁସମ୍ବାଦ ନେଇ ରାଜନଅର ଗଲେ ସେବାୟତ

Puri Jaggannth Temple Puri Srimandir Ratha Yatra Puri Ratha Yatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ