CM-KISAN Yojana
ଏବେ ରାଜ୍ୟରେ କାଳିଆ ବଦଳରେ ସିଏମ୍ କିଷାନ୍। ନୂଆଖାଇ ଏବଂ ଅକ୍ଷୟ ତୃତୀୟାରେ ମିଳିବ ସିଏମ କିଷାନ ଟଙ୍କା। ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓ ଏ ନେଇ ସୂଚନା ଦେଇଛନ୍ତି।
ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା। ଏହି ଯୋଜନାରେ ଥିବା ୪୫ ଲକ୍ଷ ୭୬ ହଜାର ୫୨୪ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ ହଜାର ୧୨୨ ଭୂମିହୀନ ଚାଷୀ ପାଇବେ ଏହି ଟଙ୍କା। ଏହା ସହ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨ ହଜାର ୫ ଶହ ଟଙ୍କା। ନୂଆ ସାମିଲ ହେବା ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରିହେବ। ଯୋଗ୍ୟତା ଥାଇ ପିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ିଥିବା ଚାଷୀଙ୍କୁ ସିଏମ୍ କିଷାନରେ ସାମିଲ କରାଯିବାର ବ୍ୟବସ୍ଥା ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1724838489.jpg)