Advertisment

ଟ୍ରକରେ ଲଦା ହେଲା, ମୁମ୍ବାଇ ଗଲା ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

ପୋଲିସ, ଅଗ୍ନିଶମ ବାହିନୀ ଓ ଇଞ୍ଜିନିୟରମାନଙ୍କ ମିଳିତ ସହଯୋଗରେ ହେଲକପ୍ଟରକୁ ଲୋଡିଂ କରାଯାଇଥିଲା। ଗତ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ହେଲିକପ୍ଟର କେନ୍ଦ୍ରାପଡ଼ା ଆସିଥିଲା।

ଅଦ୍ୟତନ ହୋଇଛି
CM helicopter

CM helicopter

Advertisment

କେନ୍ଦ୍ରପଡ଼ାରୁ ମୁମ୍ବାଇ ଗଲା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ହେଲିକପ୍ଟର । ଉଡ଼ି ଉଡ଼ି ନୁହେଁ ବରଂ ସଡ଼କ ପଥରେ ଟ୍ରକରେ ଲଦା ହୋଇ ନିଆଗଲା ମୁମ୍ବାଇ । ମାସାଧିକ କାଳ ଅଚଳ ହୋଇ ପଡିରହିବା ପରେ ମୁମ୍ବାଇରୁ ଆସିଥିବା ଟେକ୍ନିକାଲ ଟିମ୍ ହେଲିକପ୍ଟରକୁ ଟ୍ରକରେ ଲଦି ନେଇଛନ୍ତି । ଆଜି ଟ୍ରକଟି ବାହାରିଥିବା ବେଳେ, ମୁମ୍ବାଇ ପହଞ୍ଚିବାକୁ ୮ରୁ ୧୦ ଦିନ ସମୟ ଲାଗିବ ।

Advertisment

ପୋଲିସ, ଅଗ୍ନିଶମ ବାହିନୀ ଓ ଇଞ୍ଜିନିୟରମାନଙ୍କ ମିଳିତ ସହଯୋଗରେ ହେଲକପ୍ଟରକୁ ଲୋଡିଂ କରାଯାଇଥିଲା। ଗତ ଜୁନ୍ ୯ରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏହି ହେଲିକପ୍ଟର କେନ୍ଦ୍ରାପଡ଼ା ଆସିଥିଲା। ତେବେ ବଜ୍ରପାତ ଯୋଗୁଁ ହେଲିକପ୍ଟରଟି ଅଚଳ ହୋଇପଡ଼ିଥିଲା । ଏନେଇ ଓଟିଭିରେ ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପରତା ଦେଖାଇଥିଲା ।

ହେଲିକପ୍ଟର ଯଞ୍ଚ୍ ପାଇଁ ଗତ ୧୨ ତାରିଖରେ ଟେକ୍ନିକାଲ ଟିମ୍ ପହଞ୍ଚିଥିଲା। ଏହି ଟିମ୍ ପ୍ରଥମ ପର୍ଯ୍ୟାୟରେ ହେଲିକପ୍ଟରରୁ ତେଲ କାଢ଼ିଥିଲା ଓ ପରେ ଫ୍ୟାନ୍ ବ୍ରେଡ୍ କାଢ଼ି ବାକ୍ସ ମଧ୍ୟରେ ରଖିଥିଲା। ଗତକାଲିଠାରୁ ଟ୍ରକ୍ ଆସିଥିବା ବେଳେ ଆଜି ଟେକ୍ନିକାଲ ଟିମ୍ ପହଞ୍ଚିବା ପରେ ହେଲିକପ୍ଟର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଥିଲା।

Advertisment
Kendrapara Mumbai Odisha CM Helicopter Truck
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ