Advertisment

ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ୍, ଅଳ୍ପକେ ବର୍ତ୍ତିଲେ ମିଲ୍ କର୍ମଚାରୀ

ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଅଘଟଣ । ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ୍ ଓ ଗୋଦାମ ଘର । ପୋତି ହୋଇରହିଛି ହଜାର ହଜାର କ୍ୱିଣ୍ଟାଲ ଧାନ ଚାଉଳ

Rice Mill Collapsed

Rice Mill Collapsed

Advertisment

ଲଗାଣ ବର୍ଷାରେ ଭୁଶୁଡ଼ିଲା ରାଇସ ମିଲ୍ ଓ ଗୋଦାମ ଘର l ଅଳ୍ପକେ ବର୍ତିଲେ କର୍ମଚାରୀ। ନବରଙ୍ଗପୁର ବସଷ୍ଟାଣ୍ଡ ନିକଟରେ ଥିବା ଏକ ରାଇସ ମିଲ ଓ ଗୋଦାମ ଘର ଭୁଶୁଡ଼ି ପଡ଼ିଛି। ଫଳରେ ଗୋଦାମ ଘରେ ଥିବା ଧାନ ଚାଉଳ ସବୁ ପୋତି ହୋଇଯାଇଛି। ରାଇସ ମିଲ ଭିତରେ ତିନି ହଜାର କ୍ୱିଣ୍ଟାଲ ସରକାରୀ ଚାଉଳ ସହ ଧାନ ମଧ୍ୟ ରହିଥିଲା। ସେ ସବୁରେ ପାଣି ପଶିବା ଫଳରେ ଧାନ ଓ ଚାଉଳ ସବୁ ନଷ୍ଟ ହେବା ଆଶଙ୍କା କରାଯାଉଛି।

Advertisment

ଚାଉଳର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ଯେଉଁ ଚାଉଳ ରହିଛି ତାହା ସରକାରଙ୍କ ତରଫରୁ ହିତାଧିକାରୀଙ୍କୁ ଯୋଗାଣ ପାଇଁ ରହିଥିଲା। କୋଠଟି ଦୁଇ ମହଲା ବିଶିଷ୍ଟ ରହିଥିବା ବେଳେ ୫ ଜଣ କର୍ମଚାରୀ ମିଲରେ ରହୁଥିଲେ। ସମସ୍ତ କର୍ମଚାରୀ ରାତ୍ରି ଭୋଜନ ପାଇଁ ବାହାରକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିବାରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Building Collapsed Nabarangpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ