Advertisment

‘ଖୁବ୍ ଶୀଘ୍ର ଫେରସ୍ତ ହେବ ଚିଟ୍ ଫଣ୍ଡ ଟଙ୍କା’

ଖୁବ୍ ଶୀଘ୍ର କ୍ଷତିଗ୍ରସ୍ତ ଚିଟ୍ ଫଣ୍ଡ ଜମାକାରୀ ଫେରିପାଇବେ ଟଙ୍କା । ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କହିଲେ ମନମୋହନ ।

ଅଦ୍ୟତନ ହୋଇଛି
 Chit-Fund Scam

Chit-Fund Scam

Advertisment

ଖୁବ୍ ଶୀଘ୍ର କ୍ଷତିଗ୍ରସ୍ତ ଚିଟ୍ ଫଣ୍ଡ ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବେ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ସୂଚନା ଦେଇଛନ୍ତି। ଆସନ୍ତାକାଲି ମୋହନ ସରକାର କାର୍ଯ୍ୟକାଳର ୧୦୦ ଦିନ ପୂରଣ କରିଛନ୍ତି। ଟଙ୍କା ଫେରସ୍ତ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି ମନମୋହନ ସାମଲ ।

Advertisment

ଏନେଇ ରାଜ୍ୟ ସରକାର ଏକ କମିଟି ଗଠନ କରିଛନ୍ତି, ‘ଟଙ୍କା ଫେରସ୍ତ ନେଇ ଆଇନଗତ ତର୍ଜମା କରୁଛି କମିଟି । ଖୁବ୍  ଶୀଘ୍ର କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ହେବ ବୋଲେ ଦୋହରାଇଛନ୍ତି ମନମୋହନ ।

ଏପଟେ ଆସନ୍ତା ୧୯ ତାରିଖରେ ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପୁରୀ ଶରଧାବାଲି ଠାରେ ଅନୁଷ୍ଠିତ ହେବ ବିଜେପି  ସରକାର ଗଠନର ଶହେ ଦିନ ପୂର୍ତ୍ତି ଉତ୍ସବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ଏଥିସହ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରିମଣ୍ଡଳ, କେନ୍ଦ୍ରମନ୍ତ୍ରୀ, ସମସ୍ତ ବିଧାୟକ, ସାଂସଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

Advertisment

ଶହେ ଦିନ ଭିତରେ ସମସ୍ତ ପ୍ରତିଶ୍ରୁତି ତଥା ନିର୍ବାଚନୀ ଇସ୍ତାହାର ପୂରଣ କରାଯାଇଥିବାରୁ ଏନେଇ ଏକ ସ୍ବତନ୍ତ୍ର ପ୍ରଦର୍ଶନୀ ମଧ୍ୟ ଅନୁଷ୍ଠିତ ହେବ। ବିଜେପି ସରକାର ଆଗାମୀ ଦିନରେ ଓଡ଼ିଶା ବାସୀଙ୍କ ଉନ୍ନତି ପାଇଁ ବଦ୍ଧ ପରିକର ବୋଲି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବାର୍ତ୍ତା ଦିଆଯିବ। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପୁରୀ ଗସ୍ତରେ ଆସି ଶରଧାବାଲି ଠାରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଜିଲ୍ଲାପାଳ, ଏସପି ଉପସ୍ଥିତ ରହି ସମସ୍ତ ପ୍ରସ୍ତୁତି ବିଷୟରେ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ତେବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ବିଜେପି ସରକାର ଗଠନ ହେବାର ଶହେ ଦିନ ପୂର୍ତ୍ତି ଉତ୍ସବ ଶରଧାବାଲିରୁ ଆରମ୍ଭ ହେଉଥିବା ବେଳେ ଏହା ଜିଲ୍ଲା ସ୍ତରରେ ମଧ୍ୟ ଆୟୋଜନ କରାଯିବ। ବିଜେପି ସରକାର ଆଗାମୀ ଦିନରେ ଓଡ଼ିଶା ବାସୀଙ୍କ ଉନ୍ନତି ପାଇଁ କିଭଳି କାର୍ଯ୍ୟ କରିବ ସେନେଇ ମଧ୍ୟ ଜନସାଧାରଣଙ୍କୁ ଏହି  କାର୍ଯ୍ୟକ୍ରମ ମାଧ୍ୟମରେ ଅବଗତ କରାଯିବ। 

Advertisment

ସେପଟେ ପୁରୀରେ ଏହି କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୁରୀ ଏସପିଙ୍କ ସୂଚନା ଅନୁସାରେ ପ୍ରାୟ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ। ଶ୍ରୀମନ୍ଦିରରେ ମଧ୍ୟ ମନ୍ତ୍ରୀ ପରିଷଦ ଏବଂ ସାଂସଦ ମାନେ ମହାପ୍ରଭୁଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ଥିବାରୁ ସେଥିପାଇଁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ। ସେହିପରି ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ଏସପି।  

BJP President Chit Fund Scam Chit Fund Scam In Odisha Manmohan Samal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ