Advertisment

King Cobra Rescued: ପଡ଼ିଆରେ ଖେଳୁଥିଲେ ପିଲା, ସେଇ ପାଖରେ ଥିବା ଗଛ ମୂଳେ ଥିଲା ଅହିରାଜ, ତା’ପରେ...

ଅହିରାଜ ଟି ପାଖାପାଖି ୧୨ ଫୁଟ ଲମ୍ବର ହୋଇଥିବା ବେଳେ ଫଣା ଟେକିବା ଦୃଶ୍ୟ ଦେଖିଲେ ଯେକେହି ବି ଭୟଭୀତ ହୋଇଯିବ।  । କୁହାଯାଏ ଅହିରାଜ ଛଅ ଫୁଟ ପଯ୍ୟନ୍ତ ଫଣା ଟେକି ଚୋଟ ମାରିପାରେ । ଆଉ ଅହିରାଜର ଗୋଟିଏ ଚୋଟ ମଣିଷକୁ ମାତ୍ର ତିନି ଚାରି ମିନିଟ୍ ମଧ୍ୟରେ ମୃତ୍ୟୁମୁଖକୁ ଠେଲି ଦେବ ।

ଅଦ୍ୟତନ ହୋଇଛି
ପିଲାଙ୍କ ପାଖରେ ଖେଳୁଥିଲା ଅହିରାଜ

ପିଲାଙ୍କ ପାଖରେ ଖେଳୁଥିଲା ଅହିରାଜ

Advertisment

ଅହିରାଜ ହେଉଛି ସାପଙ୍କ ପ୍ରଜାତି ଭିତରେ ରାଜା । ସମଗ୍ର ପୃଥିବୀରେ ଏହି ଅହିରାଜ ସବୁଠାରୁ ବିଷଧର ଏବଂ ସବୁଠାରୁ ଅଧିକ ଭୟଙ୍କର ବୋଲି ବିବେଚନା କରାଯାଏ। ଆଉ ଏମିତି ଏକ ବିରାଟକାୟ ଅଭିରାଜକୁ ଉଦ୍ଧାର କରାଯାଇଛି ବାଙ୍ଗିରିପୋଷୀ ବ୍ଲକ୍‌ର ଏକ ଗାଁ ମୁଣ୍ଡରୁ । ତେବେ

Advertisment

କାହାରି କିଛି ଅଘଟଣ ହେବା ପୃର୍ବରୁ ଅହିରାଜ ଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଜଂଗଲ ରେ ଛାଡି ଦିଆ ଯାଇଛି।

ମୟୁରଭଞ୍ଜ ବାଙ୍ଗିରିପୋଷି ବ୍ଲକ୍ ମାନଗଡ ପାଖ ନିତେଇ ଗାଁ ରେ ଆଜି ଧରା ପଡ଼ିଛି ଏହି ବିଶାଳ ବିରାଟକାୟ ଅହିରାଜ। କୁହାଯାଉଛି, ଏହି ଅହିରାଜଟି ପିଲାମାନେ ଖେଳ ପଡ଼ିଆ ରେ ଖେଳୁଥିବା ବେଳେ ବରଗଛ ମୂଳେ ବସି ପିଲାଙ୍କ ଖେଳ ଦେଖୁଥିଲା ହେଲେ କାହାରି କିଛି କ୍ଷତି କରିବା ପୂର୍ବରୁ ପାଖରେ କାମ କରୁଥିବା କିଛି ଶ୍ରମିକଙ୍କ ନଜରରେ ପଡିଥିଲା । ସେମାନେ ଦେଖିବା ପରେ ପ୍ରଥମେ ଭୟଭୀତ ହୋଇଯାଇଥିଲେ। କାଳେ ସାପଟି ପିଲାଙ୍କ ପାଖକୁ ଚାଲିଯିବ, ସେକଥା ଭାବି ସେମାନେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ।

Advertisment

ଖବର ପାଇବା ପରେ ତାଲିମ୍ ପ୍ରାପ୍ତ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଅହିରାଜକୁ କାବୁ କରିଥିଲେ।

ଅହିରାଜ ଟି ପାଖାପାଖି ୧୨ ଫୁଟ ଲମ୍ବର ହୋଇଥିବା ବେଳେ ଫଣା ଟେକିବା ଦୃଶ୍ୟ ଦେଖିଲେ ଯେକେହି ବି ଭୟଭୀତ ହୋଇଯିବ।  । କୁହାଯାଏ ଅହିରାଜ ଛଅ ଫୁଟ ପଯ୍ୟନ୍ତ ଫଣା ଟେକି ଚୋଟ ମାରିପାରେ । ଆଉ ଅହିରାଜର ଗୋଟିଏ ଚୋଟ ମଣିଷକୁ ମାତ୍ର ତିନି ଚାରି ମିନିଟ୍ ମଧ୍ୟରେ ମୃତ୍ୟୁମୁଖକୁ ଠେଲି ଦେବ ।

Advertisment

ତେବେ ବନ ବିଭାଗର ତାଲିମପ୍ରାପ୍ତ କର୍ମଚାରୀ ଅହିରାଜକୁ ଖୁବ ସାବଧାନ ସହ ପ୍ରଥମେ ଶାନ୍ତ କରିଥିଲେ। ଅହିରାଜଟି ଫଣା ଟେକି ଚୋଟ ପକାଇବାକୁ ପଛାଇନଥିଲା। ହେଲେ ଦଶ ପନ୍ଦର ମିନିଟ୍ ପରେ ଅହିରାଜ ଶାନ୍ତ ହୋଇ ଧରା ଦେଇଥିଲା । ସିଡୁଲ ଓ୍ବାନ ପ୍ରଜାତିର ଏହି ଅହିରାଜକୁ ଉଦ୍ଧାର ପରେ ପାଖ ଜଂଗଲରେ ଛାଡି ଦିଆ ଯାଇଛି।

ତେବେ ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ନିକଟରେ ଖେଳୁଥିବା ପିଲାଙ୍କ ମଧ୍ୟରୁ ଯଦି କେହି ବରଗଛ ପାଖକୁ ଖେଳିବାକୁ ଆସିଥାନ୍ତେ, ତେବେ ସର୍ପାଘାତର ଶିକାର ହୋଇଥାନ୍ତେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ