Advertisment

Child Trafficking Racket Uncovered: ଶିଶୁ ଉଦ୍ଧାର...ବିକ୍ରି ପଛରେ ବଡ଼ ରାକେଟ ..!

ବଲାଙ୍ଗିରରେ ଏକ ଅଭାବୀ ମାଁ ନିଜ ଶିଶୁକୁ ଅନ୍ୟମାନଙ୍କ ହାତରେ ଦେଇ ତା'ପାଇଁ ଅଗ୍ରୀମ ପାଂଚ ହଜାର ଉଠାଇଥିବା ଘଟଣା ପ୍ରକାଶ ପାଇଛି। ଏହି ଘଟଣା ଓଟିଭିରେ ଆବିଷ୍କୃତ ହେବା ପରେ, ରାଜ୍ୟର ଆଧିକାରୀ ସହ ଶିଶୁ ମଂଗଳ କମିଟୀ ଏହାର ଖୋଲାଛୁଟି ଶୁରୁ କରିଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଏହା ସମ୍ଭାବନା ମୂଳକ ଏକ ବଡ ରେକେଟ‍। ଏହାକୁ ଲକ୍ଷ୍ୟ କରି ଉଚ୍ଚସ୍ତରୀୟ ତଦନ୍ତ ଆବଶ୍ୟକତା ରହିଛି।

ଅଦ୍ୟତନ ହୋଇଛି
ଶିଶୁ ଉଦ୍ଧାର

ଶିଶୁ ଉଦ୍ଧାର

Advertisment

ବଲାଙ୍ଗିର ସହରରେ ଶିଶୁବିକ୍ରୀ..! ପ୍ରଥମେ ଓଟିଭିରେ ପ୍ରଘଟ ହୋଇଥିଲା ଘଟଣା । ତତ୍ପର ହେଲା ପ୍ରଶାସନ । ଆରମ୍ଭ ହେଲା ତଦନ୍ତ । ଶିଶୁମଂଗଳ କମିଟୀ , ଶିଶୁସୁରକ୍ଷା କମିଟୀ ଓ ଜିଲ୍ଳା ପ୍ରଶାସନ ତରଫରୁ, ଅଧିକାରୀ ଯାଇ ପହଞ୍ଚିଲେ ଅଭାବୀ ମା ପାଖରେ । ଆରମ୍ଭ ହେଲା ତନାଘନା । ଅଭାବ ଯୋଗୁଁ, ପିଲାଙ୍କୁ ଦେଇ ପାଂଚ ହଜାର ଅଗ୍ରୀମ ନେଇଥିବା ସ୍ବୀକାର କଲା ମା । ହସପିଟାଲରେ ଡିଲ ହୋଇଥିବା କଥା ବି ଜଣାପଡିଲା । ମଧ୍ୟସ୍ଥିକୁ ଠାବ କରି, ବିକ୍ରି ଶିଶୁକୁ ଉଦ୍ଧାର କରିଛି ପ୍ରଶାସନ । ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ, ଶିଶୁବିକ୍ରିର ଏକ ବଡ ରାକେଟ ସକ୍ରୀୟ ଥିବା, ସନ୍ଦେହ କରିଛି ଶିଶୁ ମଂଗଳ କମିଟୀ । ପୂରା ଘଟଣାକୁ ନେଇ ବଲାଙ୍ଗିରରୁ ଆମର ଗ୍ରାଉଣ୍ଡ ରିପୋର୍ଟ-‘‘ବିକ୍ରି ଶିଶୁ ଉଦ୍ଧାର...ବିକ୍ରି ପଛରେ ବଡ ରାକେଟ..’’ ।

Advertisment

ଏହି ଅଭାବୀ ମା’ର କହିବା କଥା ହେଉଛି, ଅଭାବ ପାଇଁ ମୋ ଛୁଆକୁ ମୁଁ ପ୍ରତିପୋଷଣ କରିପାରିବି ନାହିଁ । ତେଣୁ ଭଲରେ ରହିବ ବୋଲି, ଅନ୍ୟ ହାତକୁ ଟେକିଦେଲି । ଅଶୀ ଦଶକରେ ବଲାଙ୍ଗିରରେ ଶିଶୁବିକ୍ରି ଦେଶରେ ଚହଳ ସୃଷ୍ଟି କରିଥିବା ବେଳେ, ବର୍ତ୍ତମାନ ସହର ଭିତରେ ଶିଶୁବିକ୍ରି ପୁରୁଣା କଥାକୁ ମନେ ପକାଇ ଦେଇଛି । କିନ୍ତୁ କାହିଁକି....ଓ କଣ ପାଇଁ, ନିଜ ରକ୍ତମାଂସର ଛୁଆକୁ ଜନ୍ମ ପରେ ହିଁ ବିକ୍ରୀ କରିଦେଲା ମା ? ଉତ୍କଟ ଅଭାବ ନା ଆଉ କିଛି ? ବଲାଙ୍ଗିର ସହର ମାଳପଡାରେ ଭଡାରେ ରହୁଥିବା ମହିଳା ପିଙ୍କି ଦାସର ଅବସ୍ଥାକୁ ଦେଖିଲେ ସବୁ କଥା ବୁଝାପଡ଼ିଯାଉଛି। ଦୁଇବର୍ଷ ତଳୁ ସ୍ବାମୀଙ୍କ ମୃତ୍ୟୁ ହୋଇଯାଇଛି । ତେଣୁ ଦୁଇ ବର୍ଷର ଝିଅ ସହିତ, ବାପାଙ୍କ ପାଖରେ ଆଶ୍ରୟ ନେଇଛନ୍ତି ପିଙ୍କି ଦାସ ।

ବାପା ଦିନ ମଜୁରିଆ କାମ କରି ଝିଅର ପରିବାରକୁ ପ୍ରତିପୋଷଣ କରନ୍ତି । ପିଙ୍କି ବି ପର ଘରେ ପାଇଟି କରନ୍ତି । ଦୁଇବର୍ଷ ପୂର୍ବରୁ ସ୍ବାମୀଙ୍କ ମୃତ୍ୟୁ ହୋଇସାରିଥିବା ବେଳେ, ପୁଣି ଗର୍ଭବତୀ ହୋଇ ଗୋଟିଏ ଶିଶୁପୁତ୍ରକୁ ଜନ୍ମ କରିଥିଲେ । ତେଣୁ ଦାରଦ୍ର୍ୟ ସାଂଗକୁ ସାମାଜିକ ନିନ୍ଦା ପାଇଁ ହସପିଟାଲରେ ହିଁ କଥାବାର୍ତ୍ତା ହୋଇ, ଅନ୍ୟ ଜଣକ ହାତରେ ନିଜ ଜନ୍ମକଲା ପୁଅକୁ ଟେକିଦେଇ ଘରକୁ ଆସିଥିଲେ ପିଙ୍କି । ହେଲେ ବିଡମ୍ବନା ପୁଅ ବାବଦକୁ ଅଗ୍ରୀମ ଆଣିଥିଲେ ପାଂଚ ହଜାର ଟଙ୍କା । ଯାହା ପିଙ୍କି ନିଜେ ସ୍ବୀକାର କରିଥିଲେ । ବାକିତକ ଲେଖାପଢା ପରେ, ପେମେଣ୍ଟ ହୋଇଥାଆନ୍ତା । ତେଣୁ ପ୍ରାଥମିକ ତଦନ୍ତରୁ ଏହା ଏକ ଶିଶୁବିକ୍ରି ବୋଲି ସୂଚନା ଦେଇଛି ଶିଶୁ ମଂଗଳ କମିଟୀ । କିନ୍ତୁ ଛୁଆବିକ୍ରି କଥା ତଦନ୍ତ ପରେ ଜଣାପଡିବ ବୋଲି ଅତିରିକ୍ତ ଜିଲ୍ଳାପାଳ କହିଛନ୍ତି।

Advertisment

ଏବେ ଆସନ୍ତୁ ନଜର ପକାଇବା ଭୀମଭୋଇ ମେଡିକାଲ କଲେଜର ସ୍ତ୍ରୀ ଓ ପ୍ରସୂତି ବିଭାଗରେ କେମିତି ହୋଇଥିଲା ଡିଲ...? କିଏ କରିଥିଲା ଡିଲ...? ଗତ ୬ ତାରିଖ, ନିଜେ ରହୁଥିବା ଘରେ ପ୍ରସବ କରିଥିଲେ ପିଙ୍କି ଦାସ । କିନ୍ତୁ ଗୁରୁତର ହେବାରୁ, ମାଁ ଛୁଆଙ୍କୁ ତୁରନ୍ତ ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବାସ୍, ସେଇଠି ଆରମ୍ଭ ହୋଇଥିଲା ଡିଲ । କୌଣସି ସୂତ୍ରରୁ ଖବର ପାଇ ଆଉଜଣେ ମହିଳା କୁନି ପଶାୟତ, ପିଙ୍କିଙ୍କ ସହିତ କଥାବାର୍ତ୍ତା କରି ପାଂଚ ହଜାର ଟଙ୍କା ଅଗ୍ରୀମ ଦେଇ, ଛୁଆକୁ ନେଇଯାଇଥିଲେ। ଟିଟିଲାଗଡକୁ ନେଇ ସେଇଠି, ଭଦ୍ରା ଗାଁରେ ରହୁଥିବା ସଂର୍ପକୀୟ ଶୋଭାକର ପଶାୟତଙ୍କ ଘରେ ଛୁଆକୁ ଲୁଚାଇ ରଖାଯାଇଥିଲା ।

ଏନେଇ ଓଟିଭିରେ ପ୍ରଥମେ ଖବର ପ୍ରକାଶିତ ହେଲା ପରେ, ପ୍ରଘଟ ହେଲା କଥା । ଆଉ ତଦନ୍ତରୁ ଜଣାପଡିଲା ଛୁଆବିକ୍ରି ରାକେଟ । ବିକ୍ରି ଶିଶୁକୁ ଉଦ୍ଧାର କରି ‘‘ସା’’ ବା ସ୍ବତନ୍ତ୍ର ଶିଶୁ ଯତ୍ନକେନ୍ଦ୍ରରେ ରଖାଯାଇଛି । କିନ୍ତୁ ବଡ ପ୍ରଶ୍ନ....ଦାରିଦ୍ର୍ୟ ନା ସାମାଜିକ ଅପନିନ୍ଦା ପାଇଁ ଛୁଆକୁ ବିକ୍ରି କରିଥିଲେ ପିଙ୍କି ଦାସ ? ଡିଲ୍ କରିଥିବା ମହିଳା ଜଣକ, କୌଣସି ଶିଶୁବିକ୍ରି ରାକେଟର ସଦସ୍ୟ ନା ନିଜ ପାଇଁ କିଣିଥିଲେ ଶିଶୁ ? ନା ଡିଲ ପଛରେ ଅଛି ବଡ଼ ରାକେଟ ? ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଶିଶୁ ମଙ୍ଗଳ କମିଟୀ ।

Advertisment
Child Trafficking Odisha Child Rescue Balangir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ