Advertisment

ଭୁବନେଶ୍ବରରେ ମହିଳାଙ୍କ ହାଇଡ୍ରାମା; CMଙ୍କ କାରକେଡ୍ ଆଗକୁ ପଶି ଆସିଲେ; ଅଟକି ରହିଲା ଗାଡ଼ି...

ହଠାତ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଲେ ମହିଳା। ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍‌କେଡ୍‌ । ମହିଳାଜଣକୁ ପୋଲିସ ଉଠାଇ ନେଲା ପରେ କାର୍‌କେଡ୍‌ ଗଲା ।

Mohan Majhi

Mohan Majhi

Advertisment

ଭୁବନେଶ୍ବର ରସୁଲଗଡ଼ ଛକରେ ମହିଳାଙ୍କ ହାଇଡ୍ରାମା । ହଠାତ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଆଗକୁ ପଶି ଆସିଲେ ମହିଳା। ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍‌କେଡ୍‌ । ମହିଳାଜଣକୁ ପୋଲିସ ଉଠାଇ ନେଲା ପରେ କାର୍‌କେଡ୍‌ ଗଲା । ତେବେ ମହିଳା ଜଣକ କିଏ ଓ ସେ କାହିଁକି ଏଭଳି କାଣ୍ଡ କଲେ ସେ ସମ୍ପର୍କରେ କିଛି ଜଣାପଡ଼ିନି। 

Advertisment

ଆଜି କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଫେରୁଥିବା ବେଳେ ରସୁଲଗଡ଼ ନିକଟରେ ଜଣେ ମହିଳା ତାଙ୍କ କାରକେଡ ସାମ୍ନାକୁ ହଠାତ ଚାଲିଆସିଥିଲେ। ମହିଳା ଜଣଙ୍କ ଏହି  ସମୟରେ କାହା ସହ ଫୋନରେ କଥା ହେଉଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର ଆଗରେ ଆସୁଥିବା ପୋଲିସ ଗାଡ଼ି ଆଗକୁ ମହିଳା ଜଣଙ୍କ ଆସିଯିବାରୁ କାରକେଡ୍ କିଛି ସମୟ ପାଇଁ ଅଟକି ରହିଥିଲା ।

Advertisment

ଭାଇରାଲ ହୋଇଥିବା ଭିଡିଓରେ ନଜର ଆସୁଛି ଯେ, ଘଟଣା ସମୟରେ କୌଣସି ମହିଳା ପୋଲିସ ଉପସ୍ଥିତ ନଥିବାରୁ ମହିଳାଙ୍କ ଅନ୍ୟ ପୋଲିସମାନେ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ । କିଛି ସମୟରେ ପରେ ଲେଡି ପୋଲିସ ଆସି ଉକ୍ତ ମହିଳାଙ୍କୁ କାରକେଡ ସାମ୍ନାକୁ ହଟାଇ ରାସ୍ତା କଡରୁ ନେଇଥିଲା । ପରେ ମହିଳାଙ୍କ ପୋଲିସ ଉଠାଇନେବାର ସୂଚନା ମିଳୁଛି । ଘଟଣାକୁ ନେଇ ଅଧିକ ତଦନ୍ତ କରୁଛି ପୋଲିସ ।

CM Odisha Chief Minister Security Breach Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ