Advertisment

Nijukti Mela: ରାଜ୍ୟ ସରକାରଙ୍କ ନିଯୁକ୍ତି ମେଳା, ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ସ୍ବାସ୍ଥ୍ୟ ବିଭାଗରେ ୨୭୫୩ ଜଣ ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ସମେତ ୧୧୦ ଜଣ ଆୟୁର୍ବେଦିକ ମେଡିକାଲ୍ ଅଫିସର, ୧୦ ହୋମିଓପାଥିକ ଅଧ୍ୟାପକ ନିଯୁକ୍ତି ପତ୍ର ପାଇଛନ୍ତି ।

ଅଦ୍ୟତନ ହୋଇଛି
୬୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ

୬୩୯୦ ଜଣଙ୍କୁ ନିଯୁକ୍ତିପତ୍ର ବଣ୍ଟନ

Advertisment

ରାଜ୍ୟ ସରକାରଙ୍କ ନିଯୁକ୍ତି ମେଳା । ୬ ହଜାର ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ବରରେ ଅନୁଷ୍ଠିତ ହୋଇଥିବା ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସ୍ବାସ୍ଥ୍ୟ ବିଭାଗରେ ୨୭୫୩ ଜଣ ବହୁମୁଖୀ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ସମେତ ୧୧୦ ଜଣ ଆୟୁର୍ବେଦିକ ମେଡିକାଲ୍ ଅଫିସର, ୧୦ ହୋମିଓପାଥିକ ଅଧ୍ୟାପକ ନିଯୁକ୍ତି ପତ୍ର ପାଇଛନ୍ତି ।

Advertisment

ସେହିଭଳି ଅର୍ଥ, ଜଳସଂପଦ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ, ବିଦ୍ୟାଳୟ ଓ ଗଣଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଗୃହନିର୍ମାଣ ଓ ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ନବନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ନିଯୁକ୍ତି ମେଳା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ । ୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିଅନ ଡଲାର ଅର୍ଥନୀତିରେ ପରିଣତ ଲକ୍ଷ୍ୟ ବୋଲି ମୋହନ ମାଝୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଛପା ଚାଲିଛି ଆୟୁଷ୍ମାନ କାର୍ଡ, ଖୁବ୍‌ଶୀଘ୍ର ରାଜ୍ୟରେ ହେବ ଲାଗୁ

Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ