Advertisment

ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ; କାର୍ତ୍ତିକ ନୀତିକାନ୍ତି ନେଇ ହେବ ଆଲୋଚନା

ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । କାର୍ତ୍ତିକ ମାସର ନୀତିକାନ୍ତି ଓ ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହେବ ।

ଅଦ୍ୟତନ ହୋଇଛି
Chhatisa Nijog Meeting To Be Held In Puri Today

Chatisha Nijog

Advertisment

ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । କାର୍ତ୍ତିକ ମାସର ନୀତିକାନ୍ତି ଓ ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟା ୫ଟା ୩୦ରେ ଅନୁଷ୍ଠିତ ହେବ । ବୈଠକରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକଙ୍କ ସହ ଛତିଶା ନିଯୋଗ ନାୟକ ଓ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକ ମାନେ ଯୋଗଦେବେ।

Advertisment

ବାଳଧୂପ ନୀତିକାନ୍ତି କିଭଳି ସଠିକ ସମୟରେ ସମ୍ପନ୍ନ ହେବ ସେ ଉପରେ ଫୋକସ ରହିବ । ସେହିପରି ନାଟମଣ୍ଡପରେ ଏୟାରକଣ୍ଡିସନ ବ୍ୟବସ୍ଥା ସହ ରାମ୍ପ ସିଷ୍ଟମ ମାଧ୍ୟମରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଓବିସିସିକୁ ଦାୟୁତ୍ବ ଦିଆଯାଇଥିଲା। ଓବିସିସି ପକ୍ଷରୁ ଏନେଇ ସ୍ବତନ୍ତ୍ର ଡାଇଗ୍ରାମ କରାଯାଇଛି, ସେ ସମ୍ପର୍କରେ ଛତିଶା ନିଯୋଗ ବୈଠକରେ ଆଲୋଚନା ହେବ। ବିଶେଷକରି ନାଟମଣ୍ଡପ ପରିସରରେ ଥିବା ସମସ୍ତ ଆଲମିରାକୁ କିଭଳି କଢାଯିବ ଏବଂ କେଉଁ ସ୍ଥାନକୁ ସ୍ଥାନାନ୍ତରିତ କରାଯିବ ତାଉପରେ ମଧ୍ୟ ବିଶେଷ ଆଲୋଚନା କରାଯିବ।

ଅଧିକ ପଢ଼ନ୍ତୁ: OSSSC ପରୀକ୍ଷା ବିଭ୍ରାଟ: ଆଜି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ

ସେହିପରି କାର୍ତ୍ତିକ ମାସରେ ପୁରୀରେ ଜମିବ ହବିଷ୍ୟାଳିଙ୍କ ଭିଡ଼ । ଏଥିପାଇଁ ଚାଲିଛି ଅନଲାଇନ୍ ପଞ୍ଜିକରଣ। ୧୧ ଯାଏଁ ଆବେଦନ ପ୍ରକ୍ରିୟା ଚାଲିବ। ଏଥିପାଇଁ edistrict.odisha.gov.inରେ ଆବେଦନ କରିପାରିବେ। ଏହି ଯୋଜନାରେ ୨୫ ଶହ ହବିଷ୍ୟାଳିଙ୍କ ରହଣି ପାଇଁ ୪ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି। ଦୂରଦୂରାନ୍ତରୁ ଆସୁଥିବା ହବିଷ୍ୟାଳି ଏହି ଶିବିରରେ ରହିପାରିବେ ।

Advertisment

ହବିଷ୍ୟାଳିଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ପୁରୀ ପୌରସଂସ୍ଥା କଲ୍ୟାଣ ମଣ୍ଡପ ଓ ଅକ୍ଷୟପାତ୍ର ବିଲଡିଂରେ ରଖାଯିବ । ପୂର୍ବ ବର୍ଷ ଭଳି ଏଥିର ବି ହବିଷ୍ୟାଳିଙ୍କୁ ସବୁ ସୁବିଧା ହବିଷ୍ୟାଳିଙ୍କୁ ଯୋଗାଇ ଦିଆଯିବ । ସେମାନଙ୍କ ପାଇଁ ରହିବା ଓ ମହାପ୍ରସାଦ ସେବନ ବ୍ୟବସ୍ଥା କରିବ ପ୍ରଶାସନ।ସୁସ୍ଥ ଓ ସୁରକ୍ଷିତ ରହଣି ବ୍ୟବସ୍ଥା, ସ୍ନାନ, ପ୍ରାତଃରୁ ମହାପ୍ରଭୁଙ୍କ ଦର୍ଶନ, ମହାପ୍ରସାଦ ସେବନ, ସଂଧ୍ୟାରେ ଭଜନ, କୀର୍ତ୍ତନ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯିବ ।

Chhatisa Nijog Meeting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ