Advertisment

FM College Student's Death: FM କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା; କଲେଜରେ ତଦନ୍ତକାରୀ ଟିମ୍...

FM କଲେଜ୍ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଟିମ୍ କଲେଜରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି ।

FM College Student's Death

FM College Student's Death

Advertisment

FM କଲେଜ୍ ଛାତ୍ରୀ ମୃତ୍ୟୁ ଘଟଣାରେ ତନାଘନା । କଲେଜରେ ତଦନ୍ତକାରୀ ଟିମ୍ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଟିମ୍ କଲେଜରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । କଲେଜ ICC ସଦସ୍ୟଙ୍କୁ ପଚରାଉଚରା କରାଯାଉଛି । UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମର ବି ଖୋଳତାଡ଼ କରୁଛି ।

Advertisment

ଏପଟେ ପୀଡ଼ିତାଙ୍କ ଗାଁରେ ପହଞ୍ଚି ତଦନ୍ତ କରୁଛି ମଧ୍ୟ କ୍ରାଇମବ୍ରାଞ୍ଚ। ଭୋଗରାଇ ବ୍ଲକରେ ଥିବା ପୀଡ଼ିତାଙ୍କ ଗାଁକୁ ଯାଇ ପରିବାରଲୋକଙ୍କ ସହ ତଦନ୍ତକାରୀ ଟିମ୍ କଥା ହୋଇଛନ୍ତି। କ୍ରାଇମବ୍ରାଞ୍ଚ ଆଇଜି ଏସ୍.ସାଇନିଙ୍କ ନେତତ୍ବରେ ଚାଲିଛି ତନାଘନା। ଏହାପୂର୍ବରୁ କଲେଜ କତ୍ତୃପକ୍ଷ ଓ କିଛି ଛାତ୍ରଛାତ୍ରୀଙ୍କୁ ପଚରାଉଚରା ସରିଛି। 

ଅନ୍ୟପଟେ ଏଫଏମ୍ ଘଟଣାରେ ଆନ୍ଦୋଳନ ଜାରି ରଖିବ ବିଜେଡି। ଆସନ୍ତା ୨୧ ତାରିଖରେ ଆରଡିସି ସ୍ତରୀୟ ପ୍ରତିବାଦ କରିବ ଦଳ । ଏନେଇ ସୂଚନା ଦେଇଛନ୍ତି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର।

Advertisment

କଟକ, ସମ୍ବଲପୁର ଓ ବ୍ରହ୍ମପୁର RDC ଜୋନରେ ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି । ଏଫଏମ୍ ପୀଡ଼ିତା ଆତ୍ମାହୁତି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପର୍ଯ୍ୟାପ୍ତ ନୁହେଁ, ବିଚାର ବିଭାଗୀୟ ତଦନ୍ତ ହେବାର ଆବଶ୍ୟକତା ଥିବା ବିଜେଡି କହିଛି । ସେପଟେ ଭୁବନେଶ୍ବର ଜନତା ମଇଦାନ ବିଜେଡି ନୀରବ ପ୍ରତିବାଦ କରିଛି। ଦଳର ଛାମୁଆ ନେତା, ଯୁବ ଛାତ୍ର ମହିଳା ନେତ୍ରୀ ମୁହଁରେ କଳାପଟି ବାନ୍ଧି ହାତରେ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ ।..ଏଥି ସହ ଲୋକ ସେବା ଭବନ ଘେରାଉ ଦିନ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି।

Crime Branch fm-college-news
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ