Advertisment

ନୂଆ ମନ୍ତ୍ରୀଙ୍କୁ ନୂଆ ଚ୍ୟାଲେଞ୍ଜ; ଜାଣନ୍ତୁ କାହା ଆଗରେ ରହିଛି କେଉଁ ସମସ୍ୟା...

ବିଭାଗ ବଣ୍ଟନ ପରେ ନୂଆ ମନ୍ତ୍ରୀଙ୍କୁ ନୂଆ ଚ୍ୟାଲେଞ୍ଜ । ମୋହନଙ୍କ ମନ୍ତ୍ରିମଣ୍ଡଳ ଆଗରେ ୧୦୦ ଦିନର ଚ୍ୟାଲେଞ୍ଜ । ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଛନ୍ତି ଗୃହ, ଅର୍ଥ ଭଳି ୬ଟି ବିଭାଗ ।

undefined

Challenges await Mohan Majhi Cabinet

Advertisment

ରାଜ୍ୟରେ ବିଜେପି ସରକାରର ମନ୍ତ୍ରିମଣ୍ଡଳରେ ବଣ୍ଟା ହେଲା ବିଭାଗ। ପ୍ରଥମ ଥର ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଲେ ୬ ବିଭାଗ । ୫ ଜଣ ମନ୍ତ୍ରୀଙ୍କ ପାଖରେ ବି ୩ ଲେଖାଁଏ ବିଭାଗ । ପଢନ୍ତୁ କାହାକୁ ମିଳିଛି କେଉଁ ବିଭାଗ ଆଉ ବିଭାଗ ବଣ୍ଟନ ପରେ କାହା ଆଗରେ ରହିଛି କେଉଁ ଚ୍ୟାଲେଞ୍ଜ…

Advertisment

ବିଭାଗ ବଣ୍ଟନ ପରେ ନୂଆ ମନ୍ତ୍ରିମଣ୍ଡଳକୁ ମୁଖ୍ୟମନ୍ତ୍ରୀଙ୍କ ୧୦୦ ଦିନର ଚ୍ୟାଲେଞ୍ଜ । ଖୋଦ୍ ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଲେ ଗୁରୁତ୍ୱପୂର୍ଣ୍ଣ ୬ ବିଭାଗ। ଗୃହ, ସାଧାରଣ ପ୍ରଶାସନ, ଅର୍ଥ, ଜଳ ସଂପଦ, ସୂଚନା ଓ ଲୋକସଂପର୍କ, ଯୋଜନା ଓ ସଂଯୋଜନ ବିଭାଗ ନିଜ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ମହାନଦୀ ଜଳ ବିବାଦର ସମାଧାନ ରହିବ ମୁଖ୍ୟ ଚାଲେଞ୍ଜ।

ଅନ୍ୟପଟେ କୃଷି ଏବଂ ଶକ୍ତି ବିଭାଗ ଯାଇଛି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓଙ୍କ ଖାତାକୁ । ବିଜେପି ଦେଇଥିବା ପ୍ରତିଶ୍ରୁତି ମୁତାବକ ଧାନର ସର୍ବ ନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବା ଏବଂ ପାୱାରକଟ୍ ସମସ୍ୟାରେ ସ୍ଥାୟୀ ସମାଧାନ ତାଙ୍କ ଆଗରେ ସବୁଠୁ ବଡ଼ ଚାଲେଞ୍ଜ। ଆଉ ପୂରା ମନ୍ତ୍ରିମଣ୍ଡଳରେ ଜଣେ ମହିଳା ଭାବେ ସାମିଲ ହୋଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କୁ ମିଳିଛି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ବିଭାଗ। ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କାର ସହାୟତା ପ୍ରତିଶ୍ରୁତିକୁ ଖୁବ୍ ଶୀଘ୍ର ଲାଗୁ କରିବା ପ୍ରଭାତୀଙ୍କ ପାଇଁ ଚାଲେଞ୍ଜ ହେବ।

Advertisment

ଅନ୍ୟପକ୍ଷରେ ୮ କ୍ୟାବିନେଟ୍ ମନ୍ତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କ ପାଖରେ ୩ଟି ଲେଖାଏଁ ବିଭାଗ ରହିଛି। ଆଇନ, ପୂର୍ତ୍ତ, ଅବକାରୀ ବିଭାଗ ମିଳିଛି ପୃଥୀରାଜ ହରିଚନ୍ଦନଙ୍କୁ। ତାଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ହେଲା, ରତ୍ନଭଣ୍ଡାର ଖୋଲିବା, ବିଭିନ୍ନ ତଦନ୍ତ କମିଶନ୍ ରିପୋର୍ଟ ସାର୍ବଜନୀନ କରିବା, ଏହା ସହ ରାଜ୍ୟରେ ଚୋରା ନିଶା କାରବାର ଉପରେ ଲଗାମ ଦେବା।ସେହିପରି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ମିଳିଛି ବିଦ୍ୟାଳୟ ଓ ଗଣଶିକ୍ଷା, ଏସ୍ସି-ଏସ୍ଟି ଉନ୍ନୟନ, ସଂଖ୍ୟଲଘୁ,ପଛୁଆ ବର୍ଗ କଲ୍ୟାଣ ଏବଂ ସାମଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ। ପ୍ରତିଶ୍ରୁତି ମୁତାବକ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି ବି ତାଙ୍କ ପାଇଁ ପ୍ରଥମ ବଡ଼ ଚ୍ୟାଲେଞ୍ଜ ହେବ। ମୁକେଶ ମହାଲିଙ୍ଗଙ୍କ ପାଖରେ ବି ସ୍ବାସ୍ଥ୍ୟ, ସଂସଦୀୟ ବ୍ୟାପାର ଓ ଇଲେକଟ୍ରୋନିକ୍ସ ଓ ଆଇଟି ଭଲି ରହିଛି ୩ଟି ବିଭାଗ। 

ବରିଷ୍ଠ ନେତା ସୁରେଶ ପୂଜାରୀଙ୍କୁ ମିଳିଛି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ। ଓଡ଼ିଶା ଏକ ବାତ୍ୟା ପ୍ରବଣ ରାଜ୍ୟ ହୋଇଥିବାରୁ ତାର ମୁକାବିଲା ହିଁ ରାଜସ୍ୱ ମନ୍ତ୍ରୀଙ୍କ ଆଗରେ ମୁଖ୍ୟ ସମସ୍ୟା ହେବ। ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି ରବି ନାଏକଙ୍କୁ। ତାଙ୍କ ପାଇଁ ପ୍ରାଥମିକତା ରହିବ ଆବାସ ଯୋଜନା ଘର ନିର୍ମାଣ । ଏହା ସହ ପ୍ରତି ଘରକୁ ପିଇବା ପାଣି। କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସହ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ ମିଳିଛି। ବିଭୂତି ଜେନାଙ୍କୁ ବାଣିଜ୍ୟ ଓ ପରିବହନ ଏବଂ ଇସ୍ତାତ ଓ ଖଣି, କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ମିଳିଛି ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ସହ ସାଧାରଣ ଉଦ୍ୟୋଗ ବିଭାଗ। 

Advertisment

ସ୍ବାଧୀନ ରାଷ୍ଟ୍ର ମନ୍ତ୍ରୀ ଭାବେ ସୂର୍ଯ୍ୟବଂଶୀ ସୂରଜଙ୍କୁ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟପାର ଏବଂ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ଭଳି ୩ ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି। 
ବଡ କଥା ହେଲା ପୂରା ମନ୍ତ୍ରିମଣ୍ଡଳ ଆଗରେ ରହିଛି ୧୦୦ ଦିନର ଚାଲେଞ୍ଜ। ଯଦିଓ ୧୬ ଜଣିଆ ମନ୍ତ୍ରିମଣ୍ଡଳରୁ ୧୫ ଜଣ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି ଏବଂ ୮ ଜଣ ପ୍ରଥମ ଥର ପାଇଁ ବିଧାୟକ ହୋଇ ସିଧାସଲଖ ମନ୍ତ୍ରୀ ବନିଛନ୍ତି।

୨୨ ସ୍ଥାନରେ ୧୬ ମନ୍ତ୍ରୀ ସାମିଲ ହୋଇଥିବା ବେଳେ ଆହୁରି ୬ ପଦବୀ ଖାଲି ରହିଛି। ଚର୍ଚ୍ଚା ହେଉଛି ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ କରି ମୁଖ୍ୟମନ୍ତ୍ରୀ ନିଜ ପାଖରେ ରଖିଥିବା ଏକାଧିକ ବିଭାଗ ମଧ୍ୟରୁ କିଛି ବିଭାଗ ନୂଆ ମନ୍ତ୍ରୀଙ୍କୁ ଦେଇପାରନ୍ତି।

CM Chief Minister Mohan Majhi Cabinet Ministers
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ