Advertisment

କେବେ ଦୂର ହେବ ଆଳୁ ସଙ୍କଟ ? ଲୁଚାଛପାରେ ଆସୁଥିବା ଗାଡ଼ିକୁ ରୋକୁଛି ପଶ୍ଚିମବଙ୍ଗ ପୋଲିସ୍

ଚୋର ଜଗିବା ଭଳି ଆଳୁ ଗାଡ଼ି ଉପରେ ପଶ୍ଚିମବଙ୍ଗ ସରକାରଙ୍କ ତୀକ୍ଷ୍ଣ ନଜର ଗୋଟିଏ ବି ଗାଡ଼ି ଖସିନଯିବାକୁ ସୀମାନ୍ତ ଗାଁରେ ଲାଗିଛି ସିସିଟିଭି କ୍ୟାମେରା ।

ଅଦ୍ୟତନ ହୋଇଛି
undefined

Potato Price

Advertisment

ପ୍ରାୟ ଦୁଇ ସପ୍ତାହ ବିତିଲାଣି, ହେଲେ ରାଜ୍ୟରୁ ସଂପୂର୍ଣ୍ଣ ଦୂର ହେଉନି ଆଳୁ ସଙ୍କଟ। ଉତ୍ତର ପ୍ରଦେଶରୁ ପର୍ଯ୍ୟାପ୍ତ ପରିମାଣରେ ଆସିପାରୁନି କି ପଶ୍ଚିମବଙ୍ଗରୁ ଆମଦାନୀ ସ୍ବାଭାବିକ ହୋଇନି। ଏପରି ସ୍ଥିତିରେ ବେଙ୍ଗଲରୁ ଲୁଚାଛପାରେ ଆସୁଥିବା ଆଳୁଗାଡ଼ି ଉପରେ ତୀକ୍ଷ୍ଣ ନଜର ରଖିବାକୁ ଗଳାବାଟରେ ସିସିଟିଭି ଲଗାଇଛନ୍ତି ସେଠାକାର ସରକାର । ଏପଟେ ଆଳୁ ସଙ୍କଟ ଦୂର ପାଇଁ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ତେଣୁ ଆଗକୁ ସ୍ଥିତି ସ୍ବାଭାବିକ ହେବା ଅନୁମାନ କରାଯାଉଛି।

Advertisment

ଚୋର ଜଗିବା ଭଳି ଆଳୁ ଗାଡ଼ି ଉପରେ ପଶ୍ଚିମବଙ୍ଗ ସରକାରଙ୍କ ତୀକ୍ଷ୍ଣ ନଜର ଗୋଟିଏ ବି ଗାଡ଼ି ଖସିନଯିବାକୁ ସୀମାନ୍ତ ଗାଁରେ ଲାଗିଛି ସିସିଟିଭି କ୍ୟାମେରା । ଓଡ଼ିଶାରେ ଆଳୁର ଅଭାବ ଆଉ ସେପଟେ ପଶ୍ଚିମବଙ୍ଗରେ ରପ୍ତାନୀକୁ ନେଇ ଦ୍ବନ୍ଦ୍ବ ପରେ ଏବେ ପଶ୍ଚିମବଙ୍ଗର ସବୁ ସୀମାବର୍ତ୍ତୀ ଗଳି ରାସ୍ତାରେ ଆଳୁଗାଡ଼ିକୁ ଜଗୁଛି ସିସିଟିଭି। ଜାତୀୟ ରାଜପଥ ଓ ମୁଖ୍ୟରାସ୍ତାରେ ପଶ୍ଚିମବଙ୍ଗ ପୋଲିସ, ଓଡ଼ିଶା ଅଭିମୁଖେ ଆସୁଥିବା ଆଳୁ ଗାଡ଼ିକୁ ଫେରାଇ ଦେଉଥିବା ବେଳେ ଏପଟେ ଲୁଚାଚୋରାରେ ଗଳି ରାସ୍ତା ଦେଇ ଆସୁଥିବା ଆଳୁ ଉପରେ ସିସିଟିଭିର ନଜର।

ତେଣୁ ପଶ୍ଚିମବଙ୍ଗରୁ ପୋଲିସ ଓ ପ୍ରଶାସନର ନଜର ଆଢୁଆଳରେ ଆସୁଥିବା ଆଳୁ ଆସିବା ବି ଏକଦମ୍ ବନ୍ଦ। ଆଉ ଏପଟେ ରାଜ୍ୟରେ ଆଳୁର ଅଭାବ ପୂରଣ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଟେଲିଫୋନ ଯୋଗେ ମମତାଙ୍କ ସହ ଆଲୋଚନା କରି ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ଅନୁରୋଧ କରିଛନ୍ତି । ପୂର୍ବରୁ ଦିଲ୍ଲୀରେ ନୀତି ଆୟୋଗ ବୈଠକ ବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ ହୋଇଥିଲା। ଆଉ ଆଜିର କଥାବାର୍ତ୍ତା ପରେ ମମତା ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ଆଶା କରୁଛନ୍ତି ଓଡ଼ିଶା ସରକାର।

Advertisment

ରାଜ୍ୟରେ ପ୍ରାୟ ୨ ସପ୍ତାହରୁ ଅଧିକ ସମୟ ଧରି ଆଳୁ ସଂକଟ ଲାଗି ରହିଥିବାରୁ ତାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେପି ସରକାରକୁ ଟାର୍ଗେଟ୍ କରି ବିଜେଡି ନେତା ସମ୍ବିତ ରାଉତରାୟ କହିଛନ୍ତି, ନବୀନ ସରକାରରେ ଥରେ କି ଦୁଇ ଥର ଆଳୁ ସଂକଟ ଦେଖାଦେଇଥିଲା। କିନ୍ତୁ ବିଜେପି ସରକାରକୁ ଆସୁ ଆସୁ ଆଳୁ ସଂକଟ ଦେଖାଦେଲାଣି। ଏହାର ଜବାବର ବିଜେପି କହିଛି, ଆଳୁ ସମସ୍ୟା ଏବେକାର ନୁହେଁ । ପୂର୍ବ ସରକାର ଯେଉଁ ଦୋଷ କରିଥିଲେ ତାକୁ ସୁଧାରିବାକୁ ସମୟ ଲାଗିବ। 

ଏପଟେ ରାଜ୍ୟକୁ ଆଜି ଆଳୁ ଆମଦାନୀ ସ୍ବଭାବିକ ଥିବା କହିଛନ୍ତି ପାଇକାରୀ ବ୍ୟବସାୟୀ।ଆଜି ଗୋଟିଏ ଦିନରେ କେବଳ ଭୁବନେଶ୍ବରକୁ ୪ ଶହ ଟନରୁ ଅଧିକ ଆଳୁ ଆସି ପହଞ୍ଚିଥିବା ଏବଂ ଏହି ଆଳୁ ରାଜ୍ୟର ଅନ୍ୟ ଅଞ୍ଚଳକୁ ଯାଇଥିବାରୁ ଆଳୁ ଅଭାବ ରହିବ ନାହିଁ ବୋଲି କୁହାଯାଉଛି। ଭୁବନେଶ୍ବର ଆଇଗିଣିଆ ଆଳୁ ଗୋଦାମରେ ପାଇକାରୀ ଦର ଏବେ ୨୬ରୁ ୨୭ ଟଙ୍କା ମଧ୍ୟରେ ବିକ୍ରି ହେଉଛି। 

Advertisment
Potato Price Potato Price In Odisha Potato Price Odisha Soaring Potato Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ