Advertisment

IAS Bishnupada Sethi: CBI ସ୍କାନରରେ IAS ବିଷ୍ଣୁପଦ ସେଠୀ, ୩ ଡ୍ରାଇଭରଙ୍କୁ ଜେରା ସହ ବାବୁଙ୍କୁ ହାଜର ପାଇଁ ସମନ୍

ଭୁବନେଶ୍ୱରରୁ ୧୦ ଲକ୍ଷ ଲାଞ୍ଚ ଜବତ ଘଟଣାରେ ଲିଙ୍କର ଚେର ଖୋଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିଷ୍ଣୁପଦଙ୍କ ପାଖରେ ପହଞ୍ଚିବା ପରେ ପାୱାର କରିଡରରେ ହଇଚଇ ।

undefined

CBI ସ୍କାନରରେ ବିଷ୍ଣୁପଦ

Advertisment

ପୁଣି ବିବାଦରେ IAS ବିଷ୍ଣୁପଦ ସେଠୀ। ଏଥର ସିଧା ସିବିଆଇ ସ୍କାନରରେ । ବିଷ୍ଣୁପଦଙ୍କୁ ହାଜର ପାଇଁ ସମନ ହୋଇଛି । ଆଉ ତାଙ୍କ ୩ ଡ୍ରାଇଭରଙ୍କୁ ବି ଜେରା କରିଛି ସିବିଆଇ। ଭୁବନେଶ୍ବର ମେ ଫେୟାର ହୋଟେଲ୍ ସାମ୍ନାରେ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଲିମିଟେଡ ନିର୍ଦ୍ଦେଶକ ଜଣେ ଠିକାଦାରଙ୍କ ଠାରୁ ୧୦ ଲକ୍ଷ ଲାଞ୍ଚ ନେବା ମାମଲାରେ ଅଧିକ ଖୋଳତାଡ ପରେ ସାମ୍ନାକୁ ଆସିଛି ବିଷ୍ଣୁପଦଙ୍କ ଲିଙ୍କ୍ । ଆହୁରି ବଡ କଥା ହେଲା ନିକଟରେ SC/ST ବିଭାଗର କିଛି ସ୍କୁଲର ଅପଗ୍ରେଡେସନ କାମ ବି ସେଇ କଂପାନୀକୁ ଦେବାର ପ୍ରମାଣ ସାମ୍ନାକୁ ଆସିବା ପରେ ବିଷ୍ଣୁପଦ ଓ ସଂପୃକ୍ତ କଂପାନୀ ଭିତରେ ସଂପର୍କକୁ ନେଇ ବି ଚର୍ଚ୍ଚା ବଢିଛି ।

Advertisment

ଭୁବନେଶ୍ୱରରୁ ୧୦ ଲକ୍ଷ ଲାଞ୍ଚ ଜବତ ଘଟଣାରେ ଲିଙ୍କର ଚେର ଖୋଜି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ବିଷ୍ଣୁପଦଙ୍କ ପାଖରେ ପହଞ୍ଚିବା ପରେ ପାୱାର କରିଡରରେ ହଇଚଇ । ଲାଞ୍ଚ କାରବାରରେ ଅଛି କି ସଂପୃକ୍ତି ? ଡାଇରେକ୍ଟ ନା ଇଣ୍ଡାଇରେକ୍ଟ ? ଗିରଫ ତିନି ଅଭିଯୁକ୍ତଙ୍କ ଭିତରୁ କାହା ସହ ଥିଲା ବିଷ୍ଣୁପଦଙ୍କ ଲିଙ୍କ ?

ଗତ ୭ ତାରିଖ ରାତିରେ ମେ ଫେୟାର ସାମ୍ନାରୁ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିମିଟେଡ ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀ ଜଣେ ଠିକାଦାରଙ୍କଠୁ ଲାଞ୍ଚ ନେବା ବେଳେ ମାଡି ବସିଥିଲା ସିବିଆଇ । ଚଞ୍ଚଲଙ୍କ ସହ ଠିକାଦାର ସନ୍ତୋଷ ମହାରଣା ଏବଂ ମଧ୍ୟସ୍ଥି ଦେବୀଦତ୍ତ ମହାପାତ୍ରଙ୍କୁ ଗିରଫ ଆରମ୍ଭ କରିଥିଲା ଖୋଳତାଡ। ଆଉ ଆଳୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ଏଥିରେ ସାମ୍ନାକୁ ଆସିଛି ବରିଷ୍ଠ ଆଇଏଏସ ଅଫିସର ବିଷ୍ଣୁପଦଙ୍କ ନାଁ । ଯେଉଁଥିପାଇଁ ଗତ ୧୧ ତାରିଖରେ ହାଜର ହେବାକୁ ନୋଟିସ୍‌ ସହ ୟା ଭିତରେ ତାଙ୍କ ୩ ଡ୍ରାଇଭରଙ୍କୁ ଜେରା କରିଛି ସିବିଆଇ। ଏଠି ପ୍ରଶ୍ନ ବିଷ୍ଣୁପଦଙ୍କ ଡ୍ରାଇଭରଙ୍କୁ କାହିଁକି ଜେରା କଲା ସିବିଆଇ ? ଡ୍ରାଇଭରଙ୍କ ଜରିଆରେ ହୋଇଥିଲା କି କିଛି ଡିଲ୍ ? କୌଣସି ପ୍ରକାର ନେଣଦେଣରେ ଏମାନେ ସଂପୃକ୍ତ ଥିଲେ କି ? ଜେରା ପରେ ବିଷ୍ଣୁପଦଙ୍କ ଜଣେ ଡ୍ରାଇଭର ନୃସିଂହ ଶତପଥୀ କିନ୍ତୁ ନିଜ ସଂପୃକ୍ତି ବିଷୟକୁ ଖଣ୍ଡନ କରିଛନ୍ତି। କହିଛନ୍ତି ଯାହା ଜାଣିଛି ସିବିଆଇକୁ କହିଛି। ବାବୁ ଅନ୍ୟମାନଙ୍କ ଗାଡ଼ିରେ ବି ଯିବା ଆସିବା କରନ୍ତି। କୁହାଯାଉଛି, ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ ପଚରାଉଚରା ଏବଂ ବ୍ୟାଙ୍କ ତଥ୍ୟ ଯାଞ୍ଚ ବେଳେ ସାମ୍ନାକୁ ଆସିଛି ବିଷ୍ଣୁପଦ ଏବଂ ତାଙ୍କ ଡ୍ରାଇଭର ଲିଙ୍କ୍‌ ।

Advertisment

ଅଧିକ ପଢ଼ନ୍ତୁ: ଦୋଛକିରେ BJD.. ଦ୍ୱନ୍ଦ୍ୱରେ ନେତା; ବିଗିଡ଼ିଲାଣି ସଂଗଠନ.. ଦୋହଲିଗଲାଣି ନେତୃତ୍ୱ !

ଏପଟେ ସିବିଆଇର ଏ ତନାଘନା ଭିତରେ ସାମ୍ନାକୁ ଆସିଛି ସନ୍ଦେହର ବିନ୍ଦୁକୁ ଯୋଡ଼ିବା ଭଳି ଆଉ ଏକ ବଡ଼ ତଥ୍ୟ । ଅକ୍ଟୋବର ୧୯ରେ ଏସ୍ଟି, ଏସସି ବିଭାଗର ସ୍କୁଲ ଅପଗ୍ରେଡେସନ କାମ ପାଇଁ ସେଇ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ଲିମିଟେଡକୁ ଏହି ଚିଠି ଲେଖିଛନ୍ତି ନିଜେ ସଚିବ ବିଷ୍ଣୁପଦ ସେଠୀ । ବୌଦ୍ଧ ଏବଂ ନୟାଗଡରେ ସ୍କୁଲ ଅପଗ୍ରେଡେସନ ପାଇଁ ପ୍ଲାନ ଏବଂ ଏଷ୍ଟିମେଟ ଦେବାକୁ ଏହାର ନିର୍ଦ୍ଦେଶକ ଚଞ୍ଚଲ ମୁଖାର୍ଜୀଙ୍କୁ ଚିଠି କରିଛନ୍ତି । ଆଉ ଏ ଚିଠି ସ୍ପଷ୍ଟ କରୁଛି ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ ସହ ବିଷ୍ଣୁପଦ ସେଠୀଙ୍କର ସିଧାସଳଖ ଲିଙ୍କ୍‌ ରହିଛି। ତେବେ ଏ କାମ ସରକାରୀ ନିୟମ ଆଧାରରେ ଦିଆଯାଇଛି କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି। ଚଞ୍ଚଲ ମୁଖାର୍ଜୀଙ୍କ ସହ ବିଷ୍ଣୁପଦଙ୍କର କ’ଣ ରହିଛି ସଂପର୍କ? ପୂର୍ବ ସରକାରରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗ ଦାୟିତ୍ବରେ ଥିବାରୁ ଚଞ୍ଚଲଙ୍କୁ ଆଉ କିଛି ଅନୁଗ୍ରହ ଦେଖାଇଛନ୍ତି କି ବିଷ୍ଣୁପଦ ?

Advertisment

ବିଷ୍ଣୁପଦ ସେଠୀଙ୍କ ପାଇଁ ବିବାଦ ନୂଆ ନୁହେଁ। ପୂର୍ବରୁ ବି ଏକାଧିକ ଦୁର୍ନୀତି ଅଭିଯୋଗରେ ସେ ଛନ୍ଦି ହୋଇଥିଲେ। ବହୁ ଚର୍ଚ୍ଚିତ ଓମ୍ଫେଡ ସ୍କାମରେ ତାଙ୍କ ନାଁ ଥିଲା। ଏନେଇ ଲୋକାୟୁକ୍ତରେ ବି ମାମଲା ହୋଇଥିଲା। ସମବାୟ ବିଭାଗ ସଚିବ ଥିବା ବେଳେ କମ୍ପ୍ୟୁଟର କିଣା ଦୁର୍ନୀତି, ସମବାୟ ବ୍ୟାଙ୍କ ମ୍ୟାନେଜମେଣ୍ଟ ଇନଚାର୍ଜ ଦାୟିତ୍ୱରେ ଥିବା ବେଳେ ବେଆଇନ ଭାବେ ମାଆଙ୍କ ଚିକିତ୍ସା ପାଇଁ ଟଙ୍କା ଉଠାଇ ଏବଂ ପରବର୍ତ୍ତୀ ସମୟରେ ଫେରାଇ ବି ବିବାଦକୁ ଆସିଥିଲେ ବିଷ୍ଣୁପଦ । ଆଉ ଏବେ ପୁଣି ଏକ ଦୁନୀତି ଅଭିଯୋଗରେ ତାଙ୍କ ନାଁ ।

ଅଧିକ ପଢ଼ନ୍ତୁ: ଯୁବପୀଢ଼ିଙ୍କୁ ବିଗାଡୁଛି ଅଙ୍ଗୁଳି ଟିପରେ ରୋଜଗାର ନିଶା; ଅନଲାଇନ ଗେମ୍ ଖେଳି ହେଉଛନ୍ତି ସର୍ବସ୍ବାନ୍ତ

CBI Bishnupada Sethi IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ