Advertisment

CBI Investigation Demand: ଚାଞ୍ଚଲ୍ୟକର ବୟାନ...ମୋ ବାପା ମାନସିକ ନିର୍ଯାତନାର ଶିକାର ହୋଇ ଆତ୍ମାହୂତି ଦେଇଥିଲେ

ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ଘଟଣାକୁ ଚପାଇ ଦେଇଥିଲେ। ବର୍ତ୍ତମାନ ସରକାର ଠାରୁ ମୁଁ ନ୍ୟାୟ ମାଗୁଛି। ଯେଉଁ ମାନେ ଏ ଘଟଣାରେ ସଂପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଙ୍କିତ। ସେ କାନ୍ଦି କାନ୍ଦି କହିଛନ୍ତି, ମୋ ବାପାଙ୍କ ପାଇଁ ମୁଁ ନ୍ୟାୟ ଭିକ୍ଷା କରୁଛି।

ଅଦ୍ୟତନ ହୋଇଛି
ବାପାଙ୍କ ପାଇଁ ନ୍ୟାୟଭିକ୍ଷା

ବାପାଙ୍କ ପାଇଁ ନ୍ୟାୟଭିକ୍ଷା

Advertisment

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଆତ୍ମାହୂତି ଦେଇଥିବା କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ଦିନବନ୍ଧୁ ମିଶ୍ରଙ୍କ ପୁଅ ଅଙ୍କିତ ମିଶ୍ର ନ୍ୟାୟ ପାଇଁ ଏବେ ହାତଯୋଡି ସରକାରଙ୍କ ନିକଟରେ କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି। ବାଲେଶ୍ବର ଏଫ ଏମ କଲେଜ ଆତ୍ମହୁତି ଘଟଣା ପରେ ଅଙ୍କିତ ଅଭିଯୋଗ କରିଛନ୍ତି ଯେ ମୋ ବାପାଙ୍କୁ ମଧ୍ୟ ସେତେବେଳର କୂଳପତି ମାନସିକ ନିର୍ଯାତନା ଦେଇଥିଲେ।

Advertisment

କେବଳ ସେ ନୁହଁନ୍ତି ବିଶ୍ବବିଦ୍ୟାଳୟର ଅନ୍ୟ ଦୁଇ କର୍ମଚାରୀ ଏ ଘଟଣାରେ ସମ୍ପୃକ୍ତ ଥିଲେ ବୋଲି ଅଙ୍କିତ କହିଛନ୍ତି। ୨୦୨୧ ମସିହା ଏପ୍ରିଲ ୨୦ ତାରିଖରେ ମୋ ବାପା ମାନସିକ ନିର୍ଯାତନା ସହି ନପାରି କୂଳପତିଙ୍କ କାର୍ଯ୍ୟାଳୟ ଆଗରେ ଆତ୍ମାହୂତି ଦେଇଥିଲେ। ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ପୂର୍ବ ଘୋଷଣାରେ ବାପା ସମସ୍ତଙ୍କ ନାଁ ନେଇଥିଲେ । ଏପରିକି ସୁଇସାଇଡ ନୋଟରେ ମଧ୍ୟ ମାନସିକ ନିର୍ଯାତନା ଦେଇଥିବା ବ୍ୟକ୍ତିଙ୍କ ନାଁ ବି ଲେଖିଥିଲେ ବାପା।  ସେତେବେଳର ସରକାର ଘଟଣା ସମ୍ପର୍କରେ ସଠିକ ଭାବେ ତଦନ୍ତ କଲେ ନାହିଁ।

ତତ୍କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ଘଟଣାକୁ ଚପାଇ ଦେଇଥିଲେ। ବର୍ତ୍ତମାନ ସରକାର ଠାରୁ ମୁଁ ନ୍ୟାୟ ମାଗୁଛି। ଯେଉଁ ମାନେ ଏ ଘଟଣାରେ ସଂପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଅଙ୍କିତ। ସେ କାନ୍ଦି କାନ୍ଦି କହିଛନ୍ତି, ମୋ ବାପାଙ୍କ ପାଇଁ ମୁଁ ନ୍ୟାୟ ଭିକ୍ଷା କରୁଛି। ମୋ ବାପା ମାନସିକ ନିର୍ଯାତନାର ଶିକାର ହୋଇ ଆତ୍ମାହୂତି ଦେଇଥିଲେ। ମାନସିକ ନିର୍ଯାତନା ଦେଇଥିବା ତତ୍କାଳୀନ ବିଶ୍ବବିଦ୍ୟାଳୟ କୂଳପତି ମୋ ବାପା ମୃତ୍ୟୁ ପାଇଁ ଦାୟୀ ।

Advertisment

ତତ୍କାଳୀନ ସରକାର ଜାଣିଶୁଣି ଘଟଣାକୁ ଚାପି ଦେଇଥିଲେ। ସିବିଆଇ ତଦନ୍ତ କଲେ ମୋ ବାପାଙ୍କ ହତ୍ୟାକାରୀ କିଏ ଜଣାପଡିବ।

ଏଠି ଗୋଟିଏ କଥା କୁହାଯାଇପାରେଯେ, ସମାନ ଘଟଣା କିନ୍ତୁ ଅଲଗା ସ୍ଥାନ। ୪ ବର୍ଷ ପରେ ନ୍ୟାୟ ଭିକ୍ଷା କରିଛନ୍ତି ପୁଅ। ଅସ୍ଥାୟୀ କର୍ମଚାରୀ ହିସାବରେ କାମ କରୁଥିଲେ ଦୀନବନ୍ଧୁ। ସୁଇସାଇଡ ନୋଟ ଓ ମୃତ୍ୟୁ ପୂର୍ବର ଘୋଷଣାନାମାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନାଁ ଥିଲା, ହେଲେ ତତ୍କାଳୀନ ସରକାର କାହିଁକି ପଦକ୍ଷେପ ନେଇ ନଥିଲେ ? ବର୍ତ୍ତମାନର ସରକାର କି ପଦକ୍ଷେପ ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର। ଏ ନେଇ ସମ୍ବଲପୁର ବିଶ୍ବବିଦ୍ୟାଳୟ କତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment
Demand CBI Investigation Torture Self Immolation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ