ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ; ପୂର୍ବତନ ବିଜେଡି ବିଧାୟକଙ୍କ ନାଁରେ ମାମଲା ରୁଜୁ

ପୂର୍ବତନ ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ ନାଁରେ ମାମଲା । ଶ୍ରୀକାନ୍ତ ସାହୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ । ସଂଯୁକ୍ତା ମହଲା ନାମକ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ।

Ex-MLA Srikant sahu

ଗଞ୍ଜାମ ପୋଲସରା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ। ସଂଯୁକ୍ତା ମହଲା ନାମକ ଜଣେ ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ କବିସୂର୍ଯ୍ୟନଗର ଥାନାରେ ଶ୍ରୀକାନ୍ତ ସାହୁ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ମାମଲା ରୁଜୁ ହୋଇଛି। ସଂଯୁକ୍ତା ମହଲା କରିଥିବା ପୋଷ୍ଟାଲ ଅଭିଯୋଗକୁ ଆଧାରକରି ପୋଲିସ ମାମଲା ରୁଜୁ କରିଥିବା ଜଣାପଡିଛି ।

ଗତ ଫେବୃଆରୀ ୧୪ ତାରିଖରେ ସଂଯୁକ୍ତା ମହଲା ନ୍ୟାୟ ଦାବିରେ ପୂର୍ବତନ ବିଧାୟକଙ୍କ ହାତୀଓଟା ସ୍ଥିତ ବାସଭବନକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ପୂର୍ବତନ ବିଧାୟକ ଓ ତାଙ୍କ ପରିବାର ସଦସ୍ୟ ଦୁର୍ବ୍ୟବହାର କରିଥିବା ନେଇ ସେ ଅଭିଯୋଗ କରିଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ମାମଲା ରୁଜୁ କରିଥିବା ସୂଚନା ଦେଇଛନ୍ତି କବିସୂର୍ଯ୍ୟନଗର ଥାନା ଅଧିକାରୀ । ତେବେ ଏନେଇ ଶ୍ରୀକାନ୍ତ ସାହୁ କି ତାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ଗୁରୁକୁଳ ଗୁରୁଜୀଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ; ଅଭିଯୁକ୍ତ ଅଟକ...

ପୂର୍ବରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୂର୍ବତନ ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ଥାନାରେ ଏତଲା ଦେଇଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ମଧ୍ୟ ଆରମ୍ଭ କରିଥିଲା । ଶ୍ରୀକାନ୍ତଙ୍କ ଅଭିଯୋଗ ଆଧାରରେ ପୁଲିସ ସଂଯୁକ୍ତା ମହଲାଙ୍କ ନାମରେ ଆଇପିସି ଧାରା ୫୦୬,୫୦୭ ଓ ୧୨୦-ବିରେ ମାମଲା ରୁଜୁ ବି କରିଥିଲା । 

ସୂଚନାଯୋଗ୍ୟ, ସଂଯୁକ୍ତାଙ୍କ ଏଭଳି ପରକୀୟା ପ୍ରେମ ସମ୍ପର୍କର ଅଭିଯୋଗ ପରେ ଶ୍ରୀକାନ୍ତଙ୍କୁ ମନ୍ତ୍ରୀ ପଦରୁ ବିଦା ହେବାକୁ ପଡ଼ିଥିଲା । ପ୍ରେମ-ସେକ୍ସ ଓ ଧୋକା ପରେ ସଂଯୁକ୍ତା ଗତ ବର୍ଷ ଏପ୍ରିଲ ମାସରେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ବିରୁଦ୍ଧରେ ମହିଳା ଥାନାରେ ଏତଲା ଦେଇଥିଲେ । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଗତ ବର୍ଷ ଅଗଷ୍ଟ ମାସରେ ସଂଯୁକ୍ତା ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଅଭିଯୋଗ ଉପରେ ଉପଯୁକ୍ତ ତଦନ୍ତ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ ।