କ୍ୟାପିଟାଲ୍ ହସ୍ପିଟାଲ୍ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ, ଚାରିଆଡ଼େ ପଡ଼ିଛି ଆବର୍ଜନା

କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି ସଫେଇ କର୍ମଚାରୀ । ଯାହାଫଳରେ ହସ୍ପିଟାଲରେ ସଫେଇ କାମ ଠପ୍ ହୋଇଯାଇଛି ।

Capital Hospital

ଦୁର୍ଗନ୍ଧରେ ଫାଟୁଛି କ୍ୟାପିଟାଲ୍ ହସ୍ପିଟାଲ୍ । ଚାରିଆଡେ ପଡ଼ିଛି ଆବର୍ଜନା । କ୍ୟାପିଟାଲ୍ ହସ୍ପିଟାଲ୍ ସଫେଇ କର୍ମଚାରୀଙ୍କ ଆନ୍ଦୋଳନଙ୍କ ଯୋଗୁ ଉପୁଜିଛି ଏମିତି ସ୍ଥିତି । ଗତକାଲିଠାରୁ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ ଆନ୍ଦୋଳନ ଚଳାଇଛନ୍ତି । ପୂଜା ବୋନସ୍ ସହ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ଆନ୍ଦୋଳନରେ ବସିଛନ୍ତି ହସ୍ପିଟାଲ୍‌ର ସଫେଇ କର୍ମଚାରୀ ।

ଅଧିକ ପଢ଼ନ୍ତୁ: ଚେତିଲା ଉଚ୍ଚଶିକ୍ଷା ବିଭାଗ; କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବସିଛନ୍ତି ସଫେଇ କର୍ମଚାରୀ । ଯାହାଫଳରେ ହସ୍ପିଟାଲରେ ସଫେଇ କାମ ଠପ୍ ହୋଇଯାଇଛି । ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଚାରି ଆଡ଼େ ପଡ଼ିଛି ଆବର୍ଜନା ଓ ଦୁର୍ଗନ୍ଧରେ ଫାଟୁଛି କ୍ୟାପିଟାଲ୍ ହସ୍ପିଟାଲ୍ । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନରୁ ଉଠବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି ସଫେଇ କର୍ମଚାରୀ । ଏନେଇ କ୍ୟାପିଟାଲ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।