Advertisment

Canal Water Floods: ରାତି ଅଧରେ ଘରେ ପଶିଲା କେନାଲ ପାଣି, ଜଳବନ୍ଦୀ ୩୦ ପରିବାର...

ରାତି ୩ଟାରେ କେନାଲ ପାଣି ହଠାତ ଘର ମୁହାଁ ..ଘର ଭିତରେ ପାଣିର ସୁଅ ଛୁଟିଥିଲା...

ଅଦ୍ୟତନ ହୋଇଛି
Canal Water Floods

Canal Water Floods

Advertisment

ରାତି ଅଧରେ ଘରେ ପଶିଲା କେନାଲ ପାଣି । ଫଳରେ ଜଳବନ୍ଦୀ ହୋଇଗଲେ ପ୍ରାୟ ୩୦ ପରିବାର। ଏଭଳି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅଧିନ ରାହାଞ୍ଜ ପଞ୍ଚାୟତ ରାଣୀତାଲ ବଜାର ନିକଟରେ ଥିବା ୯ ୱାର୍ଡରେ । ରାତି ୩ଟାରେ କେନାଲ ପାଣି ହଠାତ ଘର ମୁହାଁ ହୋଇଥିଲା। ଘର ଭିତରେ ପାଣିର ସୁଅ ଛୁଟିଥିଲା। ରାତି ଅଧରେ ଯେନତେନ ପ୍ରକାର ନୀଜ ଜୀବନ ବଞ୍ଚାଇଥିଲେ ଲୋକେ। ଏଥିରେ ଦୁଇଜଣଙ୍କ ମାଟି ଘର ମଧ ଭାଙ୍ଗିଯାଇଛି । ରମେଶ ପ୍ରଧାନ ଏବଂ ରାଜେନ୍ଦ୍ର ବିହାରୀଙ୍କ ଘରର କାନ୍ଥ ପଡିଯାଇଛି।

Advertisment

ଏପଟେ ବାଲେଶ୍ବରର ୨ ବ୍ଲକ ଉପରେ ସୁବର୍ଣ୍ଣରେଖାର କୋପ । ଭୋଗରାଇ ବ୍ଲକର ୮ଟି ପଞ୍ଚାୟତର ୨୦ ଗାଁ, ବାଲିଆପାଳ ବ୍ଲକର ୬ ପଞ୍ଚାୟତର ୩୦ ଗାଁ ପାଣି ଘେରରେ ରହିଛି । ଭୋଗରାଇ ବ୍ଲକର କୁମ୍ଭୀର ଗଡି, କୁସୁଡା, ଗବଗା, ଆରୁହାବୃତ୍ତି ପଂଚାୟତ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗାଁ ରାସ୍ତା ଉପରେ ୪ ଫୁଟର ବନ୍ୟାପାଣି ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ପାଣି କମୁଥିଲେ ବି ଏବେ ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ।

ଅଧିକ ପଢ଼ନ୍ତୁ : କଂଗ୍ରେସ ସଭା ପାଇଁ କୋହଳ, ଜନତାଙ୍କ ପାଇଁ କଠୋର କାହିଁକି ?

 
Bhadrak Floods
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ