ଆସିଲା ବଡ଼ ଖବର, ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ରାଜ୍ୟରୁ ଗଡ଼ିବ ବସ୍

ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ଆରମ୍ଭ ହେବ ବସ୍ ସେବା । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା ।

Bus Service

ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଓଡ଼ିଶାରୁ ଆରମ୍ଭ ହେବ ବସ୍ ସେବା । ଏନେଇ ସୂଚନା ଦେଇଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନା । ଅଯୋଧ୍ୟା, ତିରୁପତି, ମହାକାଳେଶ୍ୱର, ବାରାଣସୀ ଓ ବୃନ୍ଦାବନକୁ ବସ୍ ଗଡ଼ିବ ବୋଲି କହିଛନ୍ତି ମନ୍ତ୍ରୀ । ସେହିପରି ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ଭଳି ପ୍ରମୁଖ ସ୍ଥଳରୁ ଚାଲିବ ।

ରାଜ୍ୟରେ ପରିବେଶ ଅନୁକୂଳ ଅଧିକରୁ ଅଧିକ ଇଲେକ୍ଟ୍ରିକ୍ ବସ ଚାଲିବ ବୋଲି ଘୋଷଣା କରିଛନ୍ତି ମନ୍ତ୍ରୀ । ଲୋକଙ୍କୁ ଅଧିକ ବସ୍ ସେବା ପାଇଁ ପ୍ରାରମ୍ଭିକ ଭାବେ ୧୦୦ ବସ୍ କିଣାଯିବ । ରଥ ଯାତ୍ରାରେ ପ୍ରତି ବ୍ଲକରୁ ପୁରୀକୁ ଗଡ଼ିବ OSRTC ବସ୍ । ସମସ୍ତ ୩୧୪ ବ୍ଲକରୁ ପୁରୀକୁ ବସ୍‌ ଚାଲିବ କହିଲେ ପରିବହନ ମନ୍ତ୍ରୀ ।

ପଢନ୍ତୁ ଏହି ଖବର: ବସ୍ ସେବା ଦିଆଯିବ ହେଲେ ନାଁ ବଦଳିପାରେ କହିଲେ ମନ୍ତ୍ରୀ..!

ସେହିପରି ଲକ୍ଷ୍ମୀ ବସ୍‌କୁ ନେଇ ମଧ୍ୟ ବଡ଼ ମନ୍ତବ୍ୟ ଦେଇଛନ୍ତି ମନ୍ତ୍ରୀ । ଲକ୍ଷ୍ମୀ ବସ୍ ସଂପର୍କିତ ପ୍ରଶ୍ନର ଉତ୍ତର ଦେଇ ପରିବହନ ମନ୍ତ୍ରୀ କହିଛନ୍ତି ଲକ୍ଷ୍ମୀ ବସ୍ ସେବା ନେଇ ଅଧିକ ତର୍ଜମା ଚାଲିଛି । ତେବେ ଲୋକଙ୍କୁ ବସ୍ ସେବା ଜାରି ରହିବ, ଏ ପ୍ରତିଶ୍ରୁତି ଦେଉଛୁ । ଯେଉଁ ସ୍ଥାନରୁ ବସ୍ ସେବା ନାହିଁ, ସେ ସ୍ଥାନର ଲୋକମାନଙ୍କୁ କିଭଳି ଭାବେ ବସ୍ ସେବା ଯୋଗାଇ ଦିଆଯିବ ସେ ନେଇ ପଦକ୍ଷେପ ନିଆଯାଉଛି ।

ଯେଉଁ ବସ ସେବା ନାଁରେ ହେଉ ପଛେ ଲୋକମାନଙ୍କୁ ବସ୍ ସେବା ଯୋଗାଇ ଦିଆଯିବ । ନାଁ ବଦଳିପାରେ, ନାଁ ରେ କଣ ଅଛି, ସେବା ମିଳିବା ଦରକାର ବୋଲି ମନ୍ତ୍ରୀ କହିଛନ୍ତି । OSRTC କାର୍ଯ୍ୟାଳୟରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା OSRTC କାର୍ଯ୍ୟର ସମୀକ୍ଷା କରିବା ପରେ ଏହା କହିଛନ୍ତି । ଏହି ଅବସରରେ ପରିବହନ ମନ୍ତ୍ରୀ କହିଛନ୍ତି, ଓଡ଼ିଶାରୁ ଦେଶର ପ୍ରମୁଖ ତୀର୍ଥ ସ୍ଥଳୀକୁ ଆରମ୍ଭ ହେବ ବସ୍ ସେବା ।

ପୂର୍ବ ସରକାର ଦ୍ୱାରା ଏହି ଲକ୍ଷ୍ମୀ ବସ୍‌ ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ୍ ଚାଲିବ ବୋଲି କୁହାଯାଇଥିଲା । ଏହି ଯୋଜନାରେ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ମଧ୍ୟ ଆରମ୍ଭ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଅନୁଭବ ନେବା ପାଇଁ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ୍‌ ବସ୍‌ ସେବା ଆରମ୍ଭ କରାଯାଇଥିଲା।

ପଢନ୍ତୁ ଏହି ଖବର: ପରିବା ଦର ବୃଦ୍ଧି: ‘ଆଳୁ, ପିଆଜ ଯୋଗାଇବ ନାଫେଡ’