Advertisment

Budhi Thakurani yatra: ଆଜିଠୁ ବୁଢ଼ୀ ଠାକୁରାଣୀ ଯାତ୍ରା; ଶାଶୁଘରୁ ବାପଘରକୁ ଆସିବେ ମା’

ମା'ଙ୍କ ଆଗମନ ନେଇ ଦେଶୀ ବେହେରାଙ୍କ ଘର ସମ୍ମୁଖରେ ତିଆରି ହୋଇଛି ଅସ୍ଥାୟୀ ପୀଠ। ୨୫ ଦିନ ଧରି ଆୟୋଜିତ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗି ରହିବ। କିଭଳି ଯାତ୍ରା ସୁରୁଖୁରୁରେ ହେବ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ସ୍ଥାନୀୟ ବ୍ୟବସାୟୀ ।

ଅଦ୍ୟତନ ହୋଇଛି
Budhi Thakurani yatra

Budhi Thakurani yatra

Advertisment

ଆଜିଠୁ ଆରମ୍ଭ ହୋଇଛି ବ୍ରହ୍ମପୁରର ପ୍ରସିଦ୍ଧ ମା' ବୁଢ଼ୀ ଠାକୁରାଣୀ ଯାତ୍ରା । ଦୁଇ ବର୍ଷକୁ ଥରେ ମା' ବାପଘରକୁ ଆସୁଥିବାରୁ ଉତ୍ସାହିତ ବ୍ରହ୍ମପୁରବାସୀ । ପ୍ରାୟ ଏକ ମାସ ଧରି ମା' ବାପ ଘରେ ରହି ପୂଜା ପାଇବେ। ଏଥିପାଇଁ ବଡ଼ବଜାରର ଦେଶୀ ବେହେରା ସାହି ଚଳଚଞ୍ଚଳ। ଆଜି ମା'ଙ୍କୁ ଡାକରା କରିବେ ବାପା ଦେଶୀ ବେହେରା ।

Advertisment

ଅଧିକ ପଢ଼ନ୍ତୁ: ଅଶୋକାଷ୍ଟମୀ ପଛରେ ମାତା ସୀତାଙ୍କ ସହ ରହିଛି ସମ୍ୱନ୍ଧ; କିପରି ଜାଣନ୍ତୁ…

ମା'ଙ୍କ ଆଗମନ ନେଇ ଦେଶୀ ବେହେରାଙ୍କ ଘର ସମ୍ମୁଖରେ ତିଆରି ହୋଇଛି ଅସ୍ଥାୟୀ ପୀଠ। ୨୫ ଦିନ ଧରି ଆୟୋଜିତ ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଲାଗି ରହିବ। କିଭଳି ଯାତ୍ରା ସୁରୁଖୁରୁରେ ହେବ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ସ୍ଥାନୀୟ ବ୍ୟବସାୟୀ ।

Advertisment

ଯାତ୍ରା ସମୟରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯିବାକୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ପାଣି, ଆଲୋକର ବ୍ୟବସ୍ଥା କରାଯିବା ସହ ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିଛନ୍ତି।ପରମ୍ପରା ଅନୁସାରେ ପ୍ରତି ଦୁଇ ବର୍ଷରେ ଥରେ ହୋଇଥାଏ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା।ଦୁଇବର୍ଷରେ ଥରେ ମାଆଙ୍କ ଏହି ଯାତ୍ରାକୁ ନେଇ ସତେ ଯେପରି ଅପେକ୍ଷା କରି ରହିଛନ୍ତି ସହରବାସୀ।

ଅଧିକ ପଢ଼ନ୍ତୁ: ମଶାଣିରେ କାହିଁକି ରୁହନ୍ତି ଭଗବାନ ଶିବ; ସମାଜକୁ ଦିଅନ୍ତି ଜୀବନର କେଉଁ ବାର୍ତ୍ତା

Advertisment
Budhi Thakurani Yatra Brahmapur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ