Advertisment

OTET leak scandal: ବନ୍ଧା ହେଲେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି

ବନ୍ଧା ହେଲେ ଓଟିଇଟି କେଳେଙ୍କାରୀର ବଡ଼ କାର୍ପଟଦାର ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ଦୁଇ ଦିନ ଧରି ତାଙ୍କୁ କ୍ରାଇମବ୍ରାଞ୍ଚ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବା ପରେ ବଳିଷ୍ଠ ତଥ୍ୟ ପ୍ରମାଣ ଆଧାରରେ ବାନ୍ଧିଛି।

author-image
Debadatta Aryashrestha
BSE vice chairman Nihar Mohanty arrested

BSE vice chairman Nihar Mohanty arrested

ଜେଲ୍ ଗଲେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାର ପ୍ରମୁଖ କାର୍ପଟଦାର ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ଦୁଇ ଦିନ ଧରି ତାଙ୍କୁ କ୍ରାଇମବ୍ରାଞ୍ଚ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବା ପରେ ବଳିଷ୍ଠ ତଥ୍ୟ ପ୍ରମାଣ ଆଧାରରେ ତାଙ୍କୁ ବାନ୍ଧିଛି। ପୂର୍ବରୁ ଗିରଫ ୭ ଅଭିଯୁକ୍ତଙ୍କ ମଧ୍ୟରୁ ବୋର୍ଡ ଅଫିସ୍ ଡାଟାଏଣ୍ଟ୍ରି ଅପରେଟର ଜିତନ ମହାରଣା ସହ ନିହାରଙ୍କର ଗୁଢ଼ ସଂପର୍କ ରହିଥିବା ଓ ତାଙ୍କ ଲାପଟପରୁ ପାସୱାର୍ଡ ଖୋଲି ଜିତନ୍ ହିଁ ପ୍ରଶ୍ନପତ୍ର ଚୋରି କରିଥିବାର ଠୋସ୍ ପ୍ରମାଣ ପାଇଛି କ୍ରାଇମବ୍ରାଞ୍ଚ। ତେଣୁ ଆଗକୁ ଆର୍ଥିକ କାରାବାର ଖୋଳତାଡ଼ ପାଇଁ ନିହାରଙ୍କୁ ରିମାଣ୍ଡରେ ଆଣିବାକୁ ଯୋଜନା ରଖିଛି।

Advertisment

ନିହାରଙ୍କ ଗିରଫଦାରି ସମ୍ପର୍କରେ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର ବିସ୍ତୃତ ସୂଚନା ଦେଇ କହିଛନ୍ତି, ପ୍ରଶ୍ନପତ୍ର ଚୋରି କରିଥିବା ଗିରଫ ବୋର୍ଡ ଅଫିସ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ସହ ନିହାରଙ୍କର ରହିଛି ଗୁଢ଼ ସମ୍ପର୍କ। ଗଲା ୨ରୁ ୩ ମାସ ଭିତରେ ଉଭୟ ୧୦୦ ଥର କଥା ହୋଇଛନ୍ତି। ଯେହେତୁ ପରୀକ୍ଷା ପରିଚାଳନାରେ ଜିତନର କୌଣସି ଭୂମିକା ନଥିଲା, ତେଣୁ ତା ସହ କାହିଁକି ଏତେ ଥର କଥା ହୋଇଥିଲେ ନିହାର ? ତାହା ସନ୍ଦେହର କୁହେଳିକା ସୃଷ୍ଟି କରିଥିଲା। ନିହାରଙ୍କ ଲାପଟପକୁ ମୁଦ୍ରଣ ସଂସ୍ଥାରୁ ଏଫଟିପିରେ OTET ପ୍ରଶ୍ନପତ୍ର ଆସିଥିଲା। ଯେଉଁ ପାସୱାର୍ଡ ଦେଇ ସେ ଲାପଟପ୍ ଖୋଲୁଥିଲେ, ତାକୁ ଡିଲିଟ୍ ନକରି ଓଲଟା ଜିତନଙ୍କୁ ଲାପଟପ୍ ବ୍ୟବହାର ପାଇଁ ସେ ଅନୁମତି ଦେଇଥିଲେ। ଯେହେତୁ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ଘଟଣାରେ ଜିତନଙ୍କୁ ସନ୍ଦେହରେ ବୋର୍ଡ ସିକ୍ରେଟ ୱିଙ୍ଗରୁ ବାହାର କରାଯାଇଥିଲା, ତେଣୁ ତାକୁ ପୁଣି କେମିତି ଅବସ୍ଥାପିତ କରାଗଲା ତାହା ମଧ୍ୟ ସନ୍ଦେହ କୁହେଳିକା ସୃଷ୍ଟି କରିଥିଲା।

ବୋର୍ଡ ଉପସଭାପତିଙ୍କ ଲାପଟପରୁ ଜୟପୁରର ଜେରକ୍ସ ଦୋକାନ, କେମିତି ପହଞ୍ଚିଥିଲା ଓଟିଇଟି ପ୍ରଶ୍ନପତ୍ର ? ସେ ନେଟୱାର୍କର ସିଣ୍ଡିକେଟ୍ ପର୍ଦ୍ଦାଫାସ୍ ହୋଇ ସାରିଥିବାବେଳେ ପୂର୍ବରୁ ଏହି ମାମଲାରେ ୭ ଜଣ ଗିରଫ ହୋଇ ସାରିଛନ୍ତି। ଏମିତିକି ପ୍ରଶ୍ନପତ୍ର ଲିକ୍ ନେଇ ଆର୍ଥକ କାରବାରର ପ୍ରମାଣ ମଧ୍ୟ ଭିଜିଲାନ୍ସ ପାଇ ସାରିଛି। ହେଲେ ନିହାର ଓ ଜିତନଙ୍କ ମଧ୍ୟରେ ମଧ୍ୟରେ ଟଙ୍କା କାରବାର ହୋଇଛି ନା ନାହିଁ, ତାହା ଜାଣିବାକୁ ଖୋଳତାଡ଼ ଜାରି ରହିଛି। ଦରକାର ପଡ଼ିଲେ ନିହାରଙ୍କୁ ରିମାଣ୍ଡରେ ଆଣି ପଚରାଉଚରା ପାଇଁ ଯୋଜନ ରହିଛି। ତେବେ ପରୀକ୍ଷା ପରିଚାଳନା ଦାୟିତ୍ବରେ ଥିବା ଭୋପାଳର ଘରୋଇ ଫାର୍ମ ସହ ନିହାରଙ୍କ କି ପାରିବାରିକ ସମ୍ପର୍କ ରହିଛି ? ସେ ରହସ୍ୟ ଭେଦିବାକୁ ବି ତଦନ୍ତ ଚାଲିଥିବା କହିଛି କ୍ରାଇମବ୍ରାଞ୍ଚ।

Advertisment

ଓଟିଇଟି ପ୍ରଶ୍ନପତ୍ର ଲିକ୍ ପଛରେ ଖୋଦ୍ ବୋର୍ଡ ଉପସଭାପତିଙ୍କ ସିଧାସଖଳ ସଂପୃକ୍ତି ସାଙ୍ଗକୁ ବଡ଼ ନେଟୱର୍କର ପର୍ଦ୍ଦାଫାସ ଏବେ ଓଟିଇଟି ପରୀକ୍ଷର୍ଥୀଙ୍କୁ ଆଶ୍ବସ୍ତି ଆଣିଛି, ହେଲେ ସେମାନଙ୍କ ସମୟ ଅପଚୟ ସାଙ୍ଗକୁ ଅକ୍ଲାନ୍ତ ପରିଶ୍ରମ ପାଣିରେ ପଡୁଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏଣେ ଶିକ୍ଷାବିତ୍ କହିଲେଣି ଶିକ୍ଷକମାନଙ୍କ ଭବିଷ୍ୟତ ସହ ଖେଳିଥିବା ଅଭିଯୁକ୍ତମାନଙ୍କୁ କଡ଼ା ଦଣ୍ଡ ମିଳୁ। ବୋର୍ଡ ଉପସଭାପତିଙ୍କ ଚାକିରିକାଳ ଭିତରେ ଯେତେସବୁ ପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷା ବିଭ୍ରାଟ ହୋଇଛି ତାର ବି ସଠିକ୍ ଖୋଳତାଡ଼ ହେଉ।

Question Paper Leak OTET Paper Leak BSE Odisha
Advertisment
Advertisment