Advertisment

Suspicious Death Case: ମୃତ୍ୟୁର ୩ ଦିନ ପରେ ମାଟିତଳୁ କଢାଯିବ ମହିଳାଙ୍କ ଶବ

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମୃତ୍ୟୁର ୩ ଦିନ ପରେ ମାଟି ତଳୁ କଢାଯିବ ପୋତାଯାଇଥିବା ଶବ । ପୋଷ୍ଟମର୍ଟମ କରି ପ୍ରକୃତ ସତ୍ୟାସତ୍ୟ ପଦାକୁ ଆଣିବାକୁ ଏଭଳି ପଦକ୍ଷେପ ନେଇଛି ବଲାଙ୍ଗୀର ପୋଲିସ ।

ଅଦ୍ୟତନ ହୋଇଛି
Suspicious Death Case

Suspicious Death Case

Advertisment

ମୃତ୍ୟୁର ୩ ଦିନ ପରେ ମାଟି ତଳୁ କଢାଯିବ ଶବ । ପୋଷ୍ଟମର୍ଟମ ହେବ, ମୃତ୍ୟୁ ପଛର ପ୍ରକୃତ ସତ ସାମ୍ନାକୁ ଆସିବ । ଡାକ୍ତରଙ୍କ ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ଘଟଣାରେ ଏଭଳି ପଦକ୍ଷେପ ନେଇଛି ବଲାଙ୍ଗୀର ଟାଉନ ପୋଲିସ । ଘଟଣାଟି ସୋନପୁର ଜିଲ୍ଲା ରାଣୀସରଡ଼ା ଗ୍ରାମର ।

Advertisment

ଅଭିଯୋଗ ମୁତାବକ, ଗତ ୨୩ ତାରିଖ ଦିନ ରାଣୀସରଡ଼ା ଗାଁର ସୌଦାମିନୀ ନାଗଙ୍କ ପେଟରେ ଷ୍ଟୋନ୍ ହୋଇଥିବାରୁ ବଲାଙ୍ଗିର ମାଳପଡାରେ ଥିବା ଏକ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଅପରେସନ୍ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇଗଲା । ଏହାପରେ ତାଙ୍କୁ ଡାକ୍ତର ଆମ୍ବୁଲାନ୍ସରେ ଅନ୍ୟ ଏକ ମେଡିକାଲକୁ ପଠାଇଦେଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ଅଧିକ ପଢ଼ନ୍ତୁ: ରିଲ୍ସ ହେଲା କାଳ, ଲାଇକ୍ ମିଳିବା ଆଗରୁ ଚାଲିଗଲା ଜୀବନ

ଡାକ୍ତରଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ସୌଦାମିନୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ପୋଲିସରେ ମାମଲା ପରେ ତଦନ୍ତ ଆରମ୍ଭ ହୋଇଛି । ତେଣେ ଗାଁ ମଶାଣୀରେ ପୋତାଯାଇଥିବା ମୃତଦେହର ପୋଷ୍ଟମର୍ଟମ ହୋଇନଥିବାରୁ ପୋଲିସ ଗାଁକୁ ଯାଇଛି । 

Advertisment

ମାଟି ତଳୁ ମୃତଦେହ କାଢି ପୋଷ୍ଟମର୍ଟମ ପାଇଁ ପଠାଇବା ପରେ ପ୍ରକୃତ ସତ ସାମ୍ନାକୁ ଆସିବ । ଆଉ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଫୋନ୍ ଯୋଗେ ସୂଚନା ଦେଇଛନ୍ତି ବଲାଙ୍ଗିର ଏସଡିପିଓ ସରୋଜ କୁମାର ଉପାଧ୍ୟାୟ । ତେଣେ ପୁରା ଘଟଣା ନେଇ ସଂପୃକ୍ତ ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । 

ଅଧିକ ପଢ଼ନ୍ତୁ: ବାଇକ ଆରୋହୀଙ୍କ ଉପରେ ଚଢିଗଲା ଟ୍ରକ

Bolangir Suspicious Death Post Motern
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ