Advertisment

ଧର୍ମ ପରିବର୍ତ୍ତନ ହେଲା କାଳ; ୨୪ଘଣ୍ଟା ପରେ ବି ଉଠି ପାରୁନି ମୃତଦେହ

ଶବକୁ ମିଳୁନି କାନ୍ଧ। ୨୪ ଘଣ୍ଟା ହେଲା ଘରେ ପଡ଼ି ରହିଛି ମୃତଦେହ। ଶବ ଦାହ ପାଇଁ ରାଜି ହେଉ ନାହାନ୍ତି ଗ୍ରାମବାସୀ।

ଅଦ୍ୟତନ ହୋଇଛି
Body Left at Home for 24 Hours

Body Left at Home for 24 Hours

Advertisment

ଶବକୁ ମିଳୁନି କାନ୍ଧ। ୨୪ ଘଣ୍ଟା ହେଲା ଘରେ ପଡ଼ି ରହିଛି ମୃତଦେହ। ଶବ ଦାହ ପାଇଁ ରାଜି ହେଉ ନାହାନ୍ତି ଗ୍ରାମବାସୀ। ଧର୍ମ ପରିବର୍ତ୍ତନ ଅଭିଯୋଗ ବିବାଦରୁ ଶବ ଦାହ ପାଇଁ ଗ୍ରାମବାସୀ ଅରାଜି ହେବାରୁ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପଣ୍ଡିକୋଟ ଗାଁରେ।

Advertisment

ପ୍ରଶାସନ ବୁଝାସୁଝା ସତ୍ତ୍ବେ ବି ମାନୁ ନାହାନ୍ତି ଗାଁର ଲୋକ। ମୃତକ ହେଲେ ପଣ୍ଡିକୋଟ ଗାଁର ଡୋମୁ ଜାନୀ। ଗତକାଲି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ଧର୍ମ ପରିବର୍ତ୍ତନ କରିଥିବାରୁ କେଉଁଠି ତାଙ୍କର ଶେଷ କୃତ୍ୟ କରାଯିବ ସେହି ଚିନ୍ତାରେ ପଡ଼ିଥିଲେ ପରିବାର ଲୋକ। ଗାଁ ଶ୍ମଶାନରେ ସ୍ଥାନ ଦେବାକୁ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଗ୍ରାମବାସୀ ଆଦୌ ଅନୁମତି ଦେଇନଥିଲେ l ଖବର ପାଇଁ ପାପଡାହାଣ୍ଡି ଅତରିକ୍ତ ତହସିଲଦାର, ପାପଡାହାଣ୍ଡି SDPO ଓ ପୋଲିସ ପହଂଚି ବୁଝାସୁଝା କରିଥିଲେ ବି ଅରାଜି ହୋଇଛନ୍ତି ଗାଁ ଲୋକ।

Deadbody
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ